ETV Bharat / sports

କୋରୋନା ଭାଇରସ: ମହିଳା ହକି ଶ୍ରେଷ୍ଠ ପ୍ରଦର୍ଶନ କ୍ୟାମ୍ପ-2020 ସ୍ଥଗିତ - COVID-19

କୋରୋନା ଭାଇରସ(COVID-19) ସଂକ୍ରମଣ ଭୟ ଯୋଗୁଁ ଆଉ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା ପ୍ରଭାବିତ ହୋଇଛି । ଅନ୍ତର୍ଜାତୀୟ ହକି ଫେଡେରେସନ 2020 ମହିଳା ହକି ଶ୍ରେଷ୍ଠ ପ୍ରଦର୍ଶନ କ୍ୟାମ୍ପକୁ ସ୍ଥଗିତ ଘୋଷଣା କରିଛି ।

IIHF postpones women's camp
କୋରୋନା ଭାଇରସ: ମହିଳା ହକି ଶ୍ରେଷ୍ଠ ପ୍ରଦର୍ଶନ କ୍ୟାମ୍ପ-2020 ସ୍ଥଗିତ
author img

By

Published : Mar 28, 2020, 10:16 AM IST

ଜୁରିଚ: କୋରୋନା ଭାଇରସ(COVID-19) ସଂକ୍ରମଣ ଭୟ ଯୋଗୁଁ ଆଉ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା ପ୍ରଭାବିତ ହୋଇଛି । ଏକାଧିକ କ୍ରୀଡା ଇଭେଣ୍ଟକୁ ବାତିଲ କିମ୍ବା ସ୍ଥଗିତ ରଖାଯାଇଛି । ସଦ୍ୟ ସୂଚନା ଅନୁଯାୟୀ ଅନ୍ତର୍ଜାତୀୟ ହକି ଫେଡେରେସନ 2020 ମହିଳା ହକି ଶ୍ରେଷ୍ଠ ପ୍ରଦର୍ଶନ କ୍ୟାମ୍ପକୁ ସ୍ଥଗିତ ଘୋଷଣା କରିଛି ।

ଚଳିତ ବର୍ଷ ଜୁନ ପ୍ରଥମ ସପ୍ତାହରେ ଏହି ପ୍ରତିଯୋଗିତା ଖେଳାଯିବା ନେଇ ସୂଚୀ ରହିଥିଲା । ଏଥିରେ ବିଶ୍ବର ପ୍ରାୟ 4ଟି ଦେଶର 300 ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ରହିଥିଲେ ।

ତେବେ IIHF ମହିଳା କମିଟି ପରିସ୍ଥିତିର ଗମ୍ଭୀରତାକୁ ପରଖି ଏହି ପ୍ରତିଯୋଗିତାକୁ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ପୂର୍ବରୁ ମାର୍ଚ୍ଚ 21 ରେ 2020 IIHF ହକି ବିଶ୍ବ ଚମ୍ପିଆନସିପକୁ ବାତିଲ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.