ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ସୁଟର ମନୁ ଭାକର ନାରୀ ସଶକ୍ତିକରଣ ନେଇ ବଡ ବୟାନ ଦେଇଛନ୍ତି । ନାରୀ ଜୀବନରେ ସଫଳତା ପାଇଁ ସ୍ବାବଲମ୍ବୀ ଓ ସଶକ୍ତ ହେବା ନିତାନ୍ତ ଜରୁରୀ କହିଛନ୍ତି ଏହି ଷ୍ଟାର ଭାରତୀୟ ସୁଟର ।
"ଉଭୟ ନାରୀ ଓ ପୁରୁଷ ସମାଜର ସମାନ ଉପାଦାନ । ସବୁକ୍ଷେତ୍ରରେ ପୁରୁଷ ପ୍ରାଧାନ୍ୟତା ଗ୍ରହଣୀୟ ନୁହେଁ । ସମ୍ମାନର ଉନ୍ନତି ପାଇଁ ମହିଳାମାନଙ୍କର ମଧ୍ୟ ସମାନ ଭାଗୀଦାରୀ ରହିଛି । ସେଥିପାଇଁ ନାରୀମାନଙ୍କର ସଶକ୍ତିକରଣ ସଫଳତା ଆଡକୁ ବାଟ କଢାଇନେବ" ।
"ବ୍ୟକ୍ତିଗତ ଭାବେ ସେ ଆୱାର୍ଡ ବିଜୟ ପାଇଁ ଚିନ୍ତିତ ନୁହଁନ୍ତି । ସର୍ବଦା ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଚେଷ୍ଟା କରିଛନ୍ତି । ଏହା ସବୁବେଳେ ତାଙ୍କୁ ସମ୍ମାନିତ କରିବାପରି ଅନୁଭବ ହୁଏ" କହିଛନ୍ତି ମନୁ ଭାକର ।