ETV Bharat / sports

Australian Open Badminton: ରନର୍‌ଅପ୍‌ ହୋଇ ଅଭିଯାନ ଶେଷ କଲେ ଏଚ୍ଏସ୍ ପ୍ରଣୟ

author img

By

Published : Aug 6, 2023, 8:03 PM IST

ଅଷ୍ଟ୍ରେଲିଆନ୍‌ ଓପନ୍ ବ୍ୟାଡମିଣ୍ଟନ୍ ୨୦୨୩ ପୁରୁଷ ଏକକ ଫାଇନାଲରେ ଭାରତର ଏଚ୍‌ଏସ୍ ପ୍ରଣୟ ଚାଇନାର ୱେଙ୍ଗ୍‌ ହଙ୍ଗ୍‌ ୟାଙ୍ଗ୍‌ଙ୍କଠାରୁ ୨-୧ରେ ପରାସ୍ତ ହୋଇଛନ୍ତି । ଫଳରେ ଅଷ୍ଟ୍ରେଲିଆନ୍‌ ଓପନ ଫାଇନାଲରେ ପ୍ରଣୟଙ୍କୁ ରନର୍‌ଅପ୍‌ ହୋଇ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଅଧିକ ପଢ଼ନ୍ତୁ

ରନର୍‌ ଅପ୍‌ରେ ଅଭିଯାନ ଶେଷ କଲେ ଏଚ୍ଏସ୍ ପ୍ରଣୟ

ସିଡ୍‌ନୀ: ମଉଳିଗଲା ଅଷ୍ଟ୍ରେଲିଆନ୍‌ ଓପନ ଟାଇଟଲ ସ୍ବପ୍ନ । ରବିବାର ଦିନ ଅଷ୍ଟ୍ରେଲିଆର ସିଡନୀରେ ଥିବା ରାଜ୍ୟ କ୍ରୀଡ଼ା କେନ୍ଦ୍ରରେ ଅଷ୍ଟ୍ରେଲିଆନ୍‌ ଓପନ୍ ବ୍ୟାଡମିଣ୍ଟନ୍ ୨୦୨୩ ପୁରୁଷ ଏକକ ଫାଇନାଲରେ ଭାରତର ଏଚ୍‌ଏସ୍ ପ୍ରଣୟ ଚାଇନାର ୱେଙ୍ଗ୍‌ ହଙ୍ଗ୍‌ ୟାଙ୍ଗ୍‌ଙ୍କଠାରୁ ୨-୧ରେ ପରାସ୍ତ ହୋଇଛନ୍ତି । ଫଳରେ ଅଷ୍ଟ୍ରେଲିଆନ୍‌ ଓପନ ଫାଇନାଲରେ ଏଚ୍ଏସ୍ ପ୍ରଣୟଙ୍କୁ ରନର୍‌ ଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶା ଫୁଟବଲର ବିକାଶ ଦିଗ ତ୍ୱରାନ୍ୱିତ, ଆରମ୍ଭ ହେଲା ଗ୍ରାସ୍‌ରୁଟ୍‌ ସେଣ୍ଟର

ମ୍ୟାଚ୍‌ର ପ୍ରଥମ ସେଟ୍‌ରେ ପ୍ରଣୟ ୯-୨୧ ପଏଣ୍ଟରେ ଆଗରେ ରହିଥିଲେ । ଏହାପରେ ଦ୍ଵିତୀୟ ସେଟ୍‌ରେ ପ୍ରଣୟ ୨୩-୨୧ ପଏଣ୍ଟ ଆଗରେ ରହି ବରାବର ସ୍ଥିତିକୁ ଆସିଥିଲେ । ତେବେ ତୃତୀୟ ତଥା ଅନ୍ତିମ ସେଟ୍‌ରେ ପ୍ରଣୟ ୨୦ ପଏଣ୍ଟରେ ରହିଥିବା ବେଳେ ୱେଙ୍ଗ୍‌ ହଙ୍ଗ୍‌ ୟାଙ୍ଗ୍‌ ୨୨ ପଏଣ୍ଟ କରିବା ସହ ପ୍ରଥମ ଓ ତୃତୀୟ ସେଟ୍‌ ଜିତିଯାଇଥିଲେ । ଅନେକ ଚେଷ୍ଟା ସତ୍ତ୍ବେ ଫାଇନାଲରେ ଜିତିବାରେ ସଫଳ ହୋଇନଥିଲେ ପ୍ରଣୟ । ତେବେ ପୂର୍ବରୁ ସେ ମାଲେସିଆ ମାଷ୍ଟର୍ସରେ ଚୀନର ୱେଙ୍ଗ୍‌ ହଙ୍ଗ୍‌ ୟାଙ୍ଗ୍‌ଙ୍କୁ ୨୧-୧୯, ୧୩-୨୧ ଓ ୨୧-୧୮ରେ ପରାସ୍ତ କରି ଟାଇଟଲ ହାସଲ କରିଥିଲେ । ପୁଣିଥରେ ଅଷ୍ଟ୍ରେଲିଆ ଓପନ ଫାଇନାଲରେ ୱେଙ୍ଗ୍‌ଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିବାର ଆଶା ମଉଳି ଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...Durand Cup 2023: ଫୁଟବଲ କେବଳ ଏକ ଖେଳ ନୁହେଁ, ଶାନ୍ତିର ପ୍ରତୀକ ମଧ୍ୟ କହିଲେ ରାଜନାଥ

ଅଷ୍ଟ୍ରେଲିଆନ୍‌ ଓପନ୍‌ ସେମିଫାଇନାଲରେ ଦୁଇ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଟକ୍କର ହୋଇଥିଲା । ଏଚ୍ଏସ୍ ପ୍ରଣୟ ଏବଂ ପ୍ରିୟାଂଶୁ ରାଜୱାତ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ । ଶନିବାର ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ସେ ପ୍ରିୟାଂଶୁ ରାଜାୱତଙ୍କୁ ୨୧-୧୮ ଓ ୨୧-୧୨ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଥିଲେ । ପ୍ରିୟାଂଶୁ କ୍ବାର୍ଟର ଫାଇନାଲରେ କିଦାମ୍ବି ଶ୍ରୀକାନ୍ତଙ୍କୁ ୨୧-୧୩ ଓ ୨୧-୮ରେ ହରାଇ ସେମିଫାଇନାଲକୁ ଆସିଥିଲେ । ତେବେ ଫାଇନାଲରେ ପ୍ରଣୟ ଚୀନର ୱେଙ୍ଗ୍‌ ହଙ୍ଗ୍‌ ୟାଙ୍ଗ୍‌ଙ୍କଠାରୁ ପରାସ୍ତ ହୋଇ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି । ୱେଙ୍ଗ୍‌ ଅନ୍ୟ ଏକ ସେମିଫାଇନାଲରେ ମାଲେସିଆର ଲିଜି ଜିୟାଙ୍କୁ ୨୧-୧୯, ୧୩-୨୧ ଓ ୨୧-୧୩ରେ ପରାସ୍ତ କରି ଫାଇନାଲ୍‌କୁ ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.