ଭୁବନେଶ୍ବର: ରାଜ୍ୟରେ ଜାରିଥିବା ଏଫଆଇଏଚ ପୁରୁଷ ହକି ବିଶ୍ବକପ କ୍ବାର୍ଟର ପର୍ଯ୍ୟାୟ ଶେଷ ହୋଇଛି । ଆଜି କ୍ଲାସିଫିକେସ ମ୍ୟାଚ ଖେଳାଯିବ । ମୋଟ 4ଟି କ୍ଲାସିଫିକେସ ମ୍ୟାଚ ହେବାକୁ ଥିବାବେଳେ ଶେଷ ମ୍ୟାଚ ଭାରତ ଓ ଜାପାନ ମଧ୍ୟରେ ଖେଳାଯିବ । ଏହା ସହିତ ଆଉ 3ଟି କ୍ଲାସିଫିକେସ ମ୍ୟାଚ ମଧ୍ୟ ଖେଳାଯିବ । ସମସ୍ତ ମ୍ୟାଚ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ । ରାତି 7ଟାରେ ଭାରତ ଓ ଜାପାନ ମଧ୍ୟରେ ମୁକାବିଲା ହେବ ।ଷ୍ଟାର୍ ସ୍ପୋର୍ଟ୍ସ ନେଟୱାର୍କ, ଡିଜନୀ ହଟଷ୍ଟାର ଓ ୱାଚ ହକି.କମରେ ମ୍ୟାଚ ଦେଖିପାରିବେ ହକିପ୍ରେମୀ ।
-
Here's a look at today's classification matches!
— Hockey India (@TheHockeyIndia) January 26, 2023 " class="align-text-top noRightClick twitterSection" data="
Catch all the action LIVE on Star Sports First, Star Sports Select 2HD, Star Sports Select 2SD, and Disney+Hotstar. #HockeyIndia #HWC2023 #StarsBecomeLegends #HockeyWorldCup @CMO_Odisha @sports_odisha @IndiaSports @Media_SAI pic.twitter.com/Rm1AaZzuC9
">Here's a look at today's classification matches!
— Hockey India (@TheHockeyIndia) January 26, 2023
Catch all the action LIVE on Star Sports First, Star Sports Select 2HD, Star Sports Select 2SD, and Disney+Hotstar. #HockeyIndia #HWC2023 #StarsBecomeLegends #HockeyWorldCup @CMO_Odisha @sports_odisha @IndiaSports @Media_SAI pic.twitter.com/Rm1AaZzuC9Here's a look at today's classification matches!
— Hockey India (@TheHockeyIndia) January 26, 2023
Catch all the action LIVE on Star Sports First, Star Sports Select 2HD, Star Sports Select 2SD, and Disney+Hotstar. #HockeyIndia #HWC2023 #StarsBecomeLegends #HockeyWorldCup @CMO_Odisha @sports_odisha @IndiaSports @Media_SAI pic.twitter.com/Rm1AaZzuC9
କ୍ବାର୍ଟରରୁ ବାଦ ପଡିଥିବା 8 ଦଳ ମଧ୍ୟ କ୍ଲାସିଫିକେସନ ମ୍ୟାଚ ଖେଳାଯିବ । ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ 9ରୁ 16ତମ ସ୍ଥାନ ଲାଗି କ୍ଲାସିଫିକେସନ ମ୍ୟାଚ ଖେଳାଯିବ । କ୍ରସଓଭରରୁ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇ ପଦକ ଦୌଡରୁ ବାଦ ପଡିଥିଲା ଭାରତ । ଆଜି କ୍ଲାସିଫିକେସନ ମ୍ୟାଚରେ ଜାପାନକୁ ଭେଟିବ । ପୁଲ-ଡିରେ ସ୍ଥାନ ପାଇଥିବା ଭାରତ ପୁଲ ପର୍ଯ୍ୟାୟରେ 3ଟି ମ୍ୟାଚରୁ 2ଟି ଜିତିଥିବାବେଳେ ଗୋଟିଏ ଡ୍ର ହୋଇଥିଲା । କ୍ରସଓଭର ମୁକାବିଲାରେ ନ୍ୟୁଜିଲାଣ୍ଡଠୁ ପେନାଲ୍ଟି ସୁଟଆଉଟରେ 5-4ରେ ପରାସ୍ତ ହୋଇ ପଦକ ଦୌଡରୁ ବାଦ ପଡିଥିଲା ।
ଏହା ବି ପଢନ୍ତୁ...Hockey World Cup 2023: ସେମିରେ ନେଦରଲାଣ୍ଡ, ୫-୧ ଗୋଲରେ କୋରିଆ ପରାସ୍ତ
ସେହିପରି ପୁଲ-ବିରେ ସ୍ଥାନ ପାଇଥିବା ଜାପାନ ପୁଲ ପର୍ଯ୍ୟାୟରେ 3ଟି ମ୍ୟାଚ ଖେଳିଥିବା ବେଳେ ବିଜୟ ଖାତା ଖୋଲିବାରେ ଅସଫଳ ରହିଛି । ସେହପରି ଅନ୍ୟ 3ଟି କ୍ଲାସିଫିକେସନ ମ୍ୟାଚ ଦକ୍ଷିଣ ଆଫ୍ରିକା ବନାମ ମାଲେସିଆ, ଫ୍ରାନ୍ସ ବନାମ ୱେଲ୍ସ ଓ ଆର୍ଜେଣ୍ଟିନା ବନାମ ଚିଲି ମଧ୍ୟରେ ଖେଳାଯିବ ।
ଏହା ବି ପଢନ୍ତୁ...Hockey World Cup 2023: ସେମିରେ ଜର୍ମାନୀ, ପେନାଲ୍ଟି ସୁଟ୍ ଆଉଟରେ ଇଂଲଣ୍ଡ ପରାସ୍ତ
ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ପ୍ରଥମ ଏବଂ ବେଲଜିୟମ ଓ ନେଦରଲାଣ୍ଡସ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଆସନ୍ତାକାଲି (ଶୁକ୍ରବାର) କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଗତକାଲି (ବୁଧବାର) ଖେଳାଯାଇଥିବା କ୍ବାର୍ଟର ମୁକାବିଲାରେ କୋରିଆକୁ 5-1 ଗୋଲରେ ପରାସ୍ତ କରି ସେମିରେ ପ୍ରବେଶ କରିଛି ନେଦରଲାଣ୍ଡସ । ସେହିପରି ଅନ୍ୟ ଏକ କ୍ବାର୍ଟର ମୁକାବିଲାଲେ ପେନାଲ୍ଟି ସୁଟଆଉଟରେ ଇଂଲଣ୍ଡକୁ ପରାସ୍ତ କରି ସେମିରେ ସ୍ଥାନ ପକ୍କା କରିଛି ଜର୍ମାନୀ ।
ଇଟିଭି ଭାରତ,ଭୁବନେଶ୍ବର