ETV Bharat / sports

Hockey World Cup: ଆଜିଠୁ କ୍ବାର୍ଟର ଲଢେଇ, ମୁହାଁମୁହିଁ ହେବେ 4 ଦଳ

author img

By

Published : Jan 24, 2023, 8:49 AM IST

ପୁରୁଷ ହକି ବିଶ୍ବକପରେ ଆଜିଠୁ ଆରମ୍ଭ ହେବାକୁ ଯାଉ କ୍ବାର୍ଟର ଫାଇନାଲ ମୁକାବିଲା । କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବନାମ ସ୍ପେନ ଓ ବେଲଜିୟମ ବନାନ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବେ । ଅଧିକ ପଢନ୍ତୁ

Hockey World Cup quarter final
Hockey World Cup

ଭୁବନେଶ୍ବର: ଏଫଆଇଏଚ ପୁରୁଷ ହକି ବିଶ୍ବକପ ଜାରି ରହିଛି । ପୁଲ ପର୍ଯ୍ୟାୟ ଓ କ୍ରସଓଭର ପର୍ଯ୍ୟାୟ ଶେଷ ହୋଇଛି । ଆଜିଠୁ(ମଙ୍ଗଳବାର) ଆରମ୍ଭ ହେବାକୁ ଯାଉଛି କ୍ବାର୍ଟର ଫାଇନାଲ ମ୍ୟାଚ୍‌ । ଅଷ୍ଟ୍ରେଲିଆ ବନାମ ସ୍ପେନ ଓ ବେଲଜିୟମ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚ ଖେଳାଯିବ । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଅପରାହ୍ନ 4ଟା 30ରେ ଅଷ୍ଟ୍ରେଲିଆ ଓ ସ୍ପେନ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ସନ୍ଧ୍ୟା 7ଟାରେ ବେଲଜିୟମ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବେ । ଷ୍ଟାର୍‌ ସ୍ପୋର୍ଟ୍ସ ନେଟୱାର୍କ, ଡିଜନୀ ହଟଷ୍ଟାର ଓ ୱାଚ ହକି.କମରେ ମ୍ୟାଚ ଦେଖିପାରିବେ ହକିପ୍ରେମୀ ।

ଏହା ବି ପଢନ୍ତୁ...Hockey World Cup 2023: ପେନାଲ୍ଟି ସୁଟ ଆଉଟରେ ଆର୍ଜେଣ୍ଟିନା ପରାସ୍ତ, କ୍ୱାର୍ଟରରେ କୋରିଆ

ପୁଲ-ଏର ଅଷ୍ଟ୍ରେଲିଆ ମୋଟ 3ଟି ମ୍ୟାଚ ଖେଳି 2ଟିରେ ବିଜୟ ହାସଲ କରିଥିବା ବେଳେ ଗୋଟିଏ ଡ୍ର ହୋଇଛି । ଅଷ୍ଟ୍ରେଲିଆ ପୁଲ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ ପାଇଁ ସିଧାସଳଖ କ୍ବାର୍ଟରରେ ପ୍ରବେଶ କରିଥିଲା । ପୁଲ-ଡିର ସ୍ପେନ ମୋଟ 3ଟି ମ୍ୟାଚରୁ ଗୋଟିଏରେ ବିଜୟୀ ହୋଇଥିବାବେଳେ 2ଟିରେ ପରାସ୍ତ ହୋଇଛି । ପ୍ରଥମ ମୁକାବିଲାରେ ଭାରତଠୁ ପରାସ୍ତ ହୋଇଥିଲା ସ୍ପେନ୍‌ । ଆକ୍ରମଣାତ୍ମକ ହକିରେ ଅଷ୍ଟ୍ରେଲିଆ ଆଗରେ । ତେଣୁ ସ୍ପେନ୍‌ ଉପରେ ଭାରି ପଡିବ ଅଷ୍ଟ୍ରେଲିଆ । ବିଶ୍ବକପରେ ଦଳ 92ଟି ମ୍ୟାଚ ଖେଳିଛି । ସେଥିରେ 307ଟି ଗୋଲ ଦଳ ନାଁରେ ରହିଛି । ବିଶ୍ବକପରେ ଅଷ୍ଟ୍ରେଲିଆ 3ଥର ଚାମ୍ପିଆନ ହୋଇଛି । 2ଥର ରନର୍ସଅପ 5ଥର ତୃତୀୟ ସ୍ଥାନ ଓ ଥରେ ଚତୁର୍ଥ ସ୍ଥାନରେ ରହିଛି ।

ସେହିପରି ପୁଲ-ବି'ରେ ବେଲଜିୟମ ପୁଲ ପର୍ଯ୍ୟାୟରେ 3ଟି ମ୍ୟାଚ ଖେଳି 2ଟିରେ ବିଜୟୀ ହୋଇଥିବାବେଳେ ଗୋଟିଏ ଡ୍ର' ହୋଇଥିଲା । ବେଲଜିୟମ ସିଧାସଳଖ କ୍ବାର୍ଟରରେ ପ୍ରବେଶ କରିଥିଲା । ପୁଲ-ସି'ରେ ନ୍ୟୁଜିଲାଣ୍ଡ 3ଟି ମ୍ୟାଚ ଖେଳି ଗୋଟିଏ ଜିତିଥିବା ବେଳେ କ୍ରସଓଭରରେ ଭାରତକୁ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଥିଲା ।

ଏହା ବି ପଢନ୍ତୁ...Hockey World Cup 2023: କ୍ୱାର୍ଟରରେ ଜର୍ମାନୀ, ୫-୧ ଗୋଲରେ ଫ୍ରାନ୍ସ ପରାସ୍ତ

ପ୍ରକାଶ ଥାଉ କି, ଗତକାଲି(ସୋମବାର) ଖେଳାଯାଇଥିବା କ୍ରସଓଭର ମୁକାବିଲାରେ ପେନାଲ୍ଟି ସୁଟଆଉଟରେ ଆର୍ଜେଣ୍ଟିନାକୁ ହରାଇ କ୍ବାର୍ଟରରେ ପ୍ରବେଶ କରିଛି କୋରିଆ । ଏକମାତ୍ର ଏସିୟ ଦଳ ଭାବେ କ୍ବାର୍ଟରରେ ପ୍ରବେଶ କରିଛି ଦଳ । ପେନାଲ୍ଟି ସୁଟ ଆଉଟରେ କୋରିଆ ୩-୨ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କ୍ବାର୍ଟରର ପାଇଁ ଟିକେଟ ହାତେଇଛି । କ୍ବାର୍ଟର ମୁକାବିଲାରେ ନେଦରଲାଣ୍ଡସକୁ ଭେଟିବ । ସେହିପରି ଅନ୍ୟ ଏକ କ୍ରସଓଭର ମ୍ୟାଚରେ ଫ୍ରାନ୍ସକୁ 5-1 ଗୋଲରେ ପରାସ୍ତ କରିଛି ଜର୍ମାନୀ । କ୍ବାର୍ଟରରେ ଇଂଲଣ୍ଡକୁ ଭେଟିବ ଜର୍ମାନୀ ।

25 ତାରିଖରୁ କ୍ଲାସିଫିକେସନ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକା ସହ ମାଲେସିଆ, ଦ୍ବିତୀୟ ମ୍ୟାଚରେ ଜାପାନ ଓ ଭାରତ, ତୃତୀୟ ମ୍ୟାଚରେ ଚିଲି ଓ ଆର୍ଜେଣ୍ଟିନା ଶେଷ ମ୍ୟାଚରେ ଫ୍ରାନ୍ସ ଓ ୱେଲ୍ସ ମଧ୍ୟରେ ମ୍ୟାଚ ଖେଳାଯିବ । 26 ତାରିଖରେ ଭାରତ ଓ ଜାପାନ ମୁକାବିଲା ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.