ETV Bharat / sports

ହକି ବିଶ୍ୱକପ ଉତ୍ସବ, କ୍ରୀଡା ସଚିବଙ୍କ ସମୀକ୍ଷା ବୈଠକ - ହକି ବିଶ୍ୱକପ ସମୀକ୍ଷା କଲେ କ୍ରୀଡା ସଚିବ

ହକି ବିଶ୍ବକପ ପାଇଁ ଆଉ କମ ଦିନ ବାକିଥିବା ବେଳେ ବାରବାଟୀ ଷ୍ଟାଡିୟମରେ ଉତ୍ସବ ପାଳନ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

ହକି ବିଶ୍ୱକପ ଉତ୍ସବ, କ୍ରୀଡା ସଚିବଙ୍କ ସମୀକ୍ଷା ବୈଠକ

author img

By

Published : Dec 10, 2022, 10:26 PM IST

କଟକ: ପୁରୁଷ ହକି ବିଶ୍ବକପ ପାଇଁ ପାଖଉଛି ଦିନ । ଦିନ ଯେତିକି ପାଖଉଛି ସମସ୍ତ ପ୍ରସ୍ତୁତି ସେତିକି ଆଗଉଛି । 2023 ଜାନୁଆରୀ ୧୩ ତାରିଖରୁ ହକି ବିଶ୍ବକପ ଆରମ୍ଭ ହେବ । ଏହି ମେଗା ଇଭେଣ୍ଟର ଆୟୋଜକ ଓଡିଶା ରହିଛି । ବାରବାଟୀ ଷ୍ଟାଡିୟମରେ ହକି ବିଶ୍ବକପ ଉତ୍ସବ ଆୟୋଜନ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଘନ ଘନ ବୈଠଖ ବସିବା ସହିତ ସଫଳ ଆୟୋଜନ ନେଇ ଆଲୋଚନା ଚାଲିଛି ।

କ୍ରୀଡା ରାଜଧାନୀ ଭାବେ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । 2018 ହକି ବିଶ୍ବକପର ଚମତ୍କାର ଆୟୋଜନ ସହିତ ବିଶ୍ବ ଦରବାରରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । 2018 ତୁଳନାରେ 2023 ବିଶ୍ବକପକୁ ଅଧିକ ଗ୍ରାଣ୍ଡ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଖେଳାଳି, ଅଧିକାରୀ ଓ ଦର୍ଶକମାନଙ୍କ ପାଇଁ ଏହା ଏକ ସ୍ମରଣୀୟ ବିଶ୍ବକପ ଆୟୋଜନ ହେବା ନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରୟାସ କରାଯାଉଛି ।

ହକି ବିଶ୍ବକପ ପାଇଁ ଆଉ କମ ଦିନ ବାକିଥିବା ବେଳେ ବାରବାଟୀ ଷ୍ଟାଡିୟମରେ ଉତ୍ସବ ପାଳନ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ବିଭାଗୀୟ ସଚିବ ଭିନିଲ କ୍ରିଷ୍ଣା ଷ୍ଟାଡିୟମ ବୁଲି ସବୁ ଦିଗକୁ ତର୍ଜମା କରିଛନ୍ତି । ତେବେ ସଚିବଙ୍କ ସୂଚନା ଅନୁଯାୟୀ, ବିଶ୍ବକପ ଇଭେଣ୍ଟକୁ ସ୍ବାଗତ କରିବା ପାଇଁ ସହର ପ୍ରସ୍ତୁତ ଅଛି । ଦର୍ଶକ ଯେପରି ଏହି ଉତ୍ସବର ମଜା ଉଠାଇ ପାରିବେ ସେ ଦିଗରେ ଫେଡେରେସନ୍ ସହିତ ସହଯୋଗ ଏବଂ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଏହାସହ ଏକ ନିରାପଦ ଇଭେଣ୍ଟ ପ୍ରସ୍ତୁତ କରିବା ପାଇଁ ଅଗ୍ନୀଶମ ବାହିନୀ ଓ ସ୍ବାସ୍ଥ୍ୟ ବିଭାଗ ଉତ୍ସବର କିଛି ଦିନ ପୂର୍ବରୁ ନିୟୋଜିତ ହେବେ ବୋଲି ସୂଚନା ଦିଆଯାଇଛି । ଟ୍ରାଫିକ୍ ପରିଚାଳନା ଏବଂ ଭିଡ଼ ନିୟନ୍ତ୍ରଣ ବିଷୟରେ ବିସ୍ତୃତ ଭାବରେ ମଧ୍ୟ କମିଶନରେଟ ପୋଲିସ ସହ ଆଲୋଚନା କରିଥିଲେ କ୍ରୀଡା ସଚିବ ଭିନେଲ କ୍ରିଷ୍ଣା । ତେବେ ଆଜିର (ଶନିବାର) ବୈଠକରେ ଆରଡିସି ସେଣ୍ଟ୍ରାଲ୍ ଡିଭିଜନ୍, କଲେକ୍ଟର କଟକ, ସିଏମସି କମିଶନର, ସଚିବ ଓସିଏ, କମିଶନରେଟ ପୋଲିସ ଓ ହକି ଇଣ୍ଡିଆର ପ୍ରତିନିଧି ମଣ୍ଡଳୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.