ETV Bharat / sports

ଭୁବନେଶ୍ବରରେ ପହଁଞ୍ଚିଲେ ହକି ଇଣ୍ଡିଆ ସଭାପତି, କହିଲେ ଆହ୍ବାନପୂର୍ଣ୍ଣ ରହିବ ହକି ବିଶ୍ବକପ - ଭୁବନେଶ୍ବରରେ ପହଁଞ୍ଚିଲେ ହକି ଇଣ୍ଡିଆ ସଭାପତି

ହକି ଇଣ୍ଡିଆର ସଭାପତି ( Hockey India President ) ଭାବରେ ନିର୍ବାଚିତ ହେବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ (Dilip Tirkey) । ଜାନୁଆରୀରେ ହେବାକୁ ଥିବା ହକି ବିଶ୍ବକପ ଆମ ସମସ୍ତଙ୍କ ପାଇଁ ଆହ୍ବାନପୂର୍ଣ୍ଣ ରହିବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବରରେ ପହଁଞ୍ଚିଲେ ହକି ଇଣ୍ଡିଆ ସଭାପତି, କହିଲେ ହକି ବିଶ୍ବକପ ଚ୍ୟାଲଞ୍ଜପୂର୍ଣ୍ଣ ରହିବ

author img

By

Published : Sep 24, 2022, 5:57 PM IST

ଭୁବନେଶ୍ବର: ହକି ଇଣ୍ଡିଆର ସଭାପତି ( Hockey India President ) ଭାବରେ ନିର୍ବାଚିତ ହେବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ (Dilip Tirkey) । ଭୁବେନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ବିମାନ ବନ୍ଦରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ରାଜ୍ୟ କ୍ରୀଡା ବିଭାଗର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ସଂଘର ପଦାଧିକାରୀ ମଧ୍ୟ ଦିଲ୍ଲୀପଙ୍କୁ ସ୍ୱାଗତ କରିଥିଲେ । ପ୍ରଥମ ଓଡିଆ ଭାବେ ଏହି ସମ୍ମାନଜନକ ପଦରେ ଦାୟିତ୍ବ ତୁଲାଇବେ ପଦ୍ମଶ୍ରୀ ଦିଲୀପ ତିର୍କୀ ।

ଭୁବନେଶ୍ବରରେ ପହଁଞ୍ଚିଲେ ହକି ଇଣ୍ଡିଆ ସଭାପତି, କହିଲେ ହକି ବିଶ୍ବକପ ଚ୍ୟାଲଞ୍ଜପୂର୍ଣ୍ଣ ରହିବ

ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଗତକାଲି ( ଶୁକ୍ରବାର ) ହକି ଇଣ୍ଡିଆ ସଭାପତି ପଦରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ । ଆଗାମୀ ଦିନରେ ସାରା ଦେଶରେ କିପରି ହକିର ବିକାଶ ହେବ ବିଶେଷକରି ତୃଣମୂଳ ସ୍ଥାରରେ କିପାରି ହକିକୁ ପହଞ୍ଚାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି ହକି ଇଣ୍ଡିଆର ଏହି ନବନିର୍ବାଚିତ ଅଧ୍ୟକ୍ଷ ।

ଭୁବନେଶ୍ବର ବିମାନ ବନ୍ଦରେ ପହଞ୍ଚିବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି "ଜାନୁଆରୀରେ ହେବାକୁ ଥିବା ହକି ବିଶ୍ବକପ ଆମ ସମସ୍ତଙ୍କ ପାଇଁ ଚ୍ୟାଲଞ୍ଜପୂର୍ଣ୍ଣ ରହିବ । ହକି ଇଣ୍ଡିଆର ଏହା ପ୍ରୟାସ ରହିଛି କି ହକି ବିଶ୍ବକପ ଆୟୋଜନ ବହୁତ ସଫଳ ହେଉ । ମୁଁ ଆଶା କରୁଛି ସମସ୍ତଙ୍କ ସହଯୋଗରେ ଏହା ବହୁତ ସଫଳ ହେବ । ଗତ ସଂସ୍କରଣରେ ଓଡିଶାରେ ଗୋଟିଏ ସ୍ଥାନରେ ହକି ବିଶ୍ବକପ ଆୟୋଜନ ହୋଇଥିଲା । ଏଥର ରାଉରକେଲା ଏବଂ ଭୁବନେଶ୍ବରକୁ ହକି ବିଶ୍ବକପ ଭେନ୍ୟୁ ଭାବରେ ନିଷ୍ପତ୍ତି ନିଆଯାଇଛି । ଏନେଇ ସୁନ୍ଦରଗଡ ବାସିନ୍ଦାଙ୍କ ମାଧ୍ୟରେ ବହୁତ ଉତ୍ସାହିତ ଦେଖିବାକୁ ମିଳିଛି ।"

"ସେମାନେ ଅପେକ୍ଷା କରି ରହିଛନ୍ତି କେବେ ଏହି ବିଶ୍ବକପ ଆରମ୍ଭ ହେବ । ସେମାନେ ଦେଶ ବିଦେଶର ଖେଳାଳିମାନଙ୍କୁ ସ୍ବାଗତ କରିବେ । ଓଡିଶା ସବୁବେଳେ କ୍ରୀଡା କ୍ଷେତ୍ରକୁ ପ୍ରସାର କରିବା ସହିତ ହକିକୁ ବହୁ ପ୍ରତ୍ସାହନ ଦେଇଛି । ରାଜ୍ୟ ସରକାର ହକି ପାଇଁ ବହୁ ପଦକ୍ଷେପ ନେଇଛନ୍ତି । ଓଡିଶା ହକି ପାଇଁ ଯଦି ବିଶ୍ବରେ ନିଜର ପରିଚୟ ସୃଷ୍ଟି କରିପାରିଛି ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କର ବହୁତ ଯୋଗଦାନ ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.