ETV Bharat / sports

ନୂଆ ରୂପରେ ଆସିବ ହକି ଇଣ୍ଡିଆ ଲିଗ, ସାମିଲ ହେବେ ମହିଳା ଟିମ୍

ହକିପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ । ଏଥର ନୂଆ ଅବତାରରେ ହେବ ହକି ଇଣ୍ଡିଆ ଲିଗ । ଅଧିକ ପଢନ୍ତୁ

author img

By

Published : Jul 3, 2023, 9:26 AM IST

ନୂଆ ରୂପରେ ଆସିବ ହକି ଇଣ୍ଡିଆ ଲିଗ
women team will participate in hockey india league

ନୂଆଦିଲ୍ଲୀ: ହକିପ୍ରେମୀଙ୍କ ପାଇଁ ଖୁସି ଖବର । 2017ରୁ ବନ୍ଦ ଥିବା ବହୁ ପ୍ରତୀକ୍ଷିତ ହକି ପ୍ରିମିୟର ଲିଗ ଏଥର ନୂଆ ରୂପରେ ଦେଖିବାକୁ ମିଳିଛି । ଉଭୟ ପୁରୁଷ ଓ ମହିଳାଙ୍କୁ ନେଇ ହକି ଇଣ୍ଡିଆ ଲିଗ ଅନୁଷ୍ଠିତ ହେବ । ପୁରୁଷରେ 8ଟି ଦଳ ଓ ମହିଳାରେ 4ଟି ଦଳ ରହିବେ । ଆସନ୍ତାବର୍ଷ କିମ୍ବା 2025ରେ ଏହାର ଆୟୋଜନ କରିବାକୁ ଯୋଜନା କରାଯାଉଛି । ଏନେଇ ପ୍ରଥମ ପଦକ୍ଷେପ ଆକାରରେ ଗତ ଏପ୍ରିଲରେ କମର୍ସିଆଲ ଓ ମାର୍କେଟିଂ ଏଜନ୍ସିଂ ବିଗ ବ୍ୟାଙ୍କ ମିଡିଆ ଭେଞ୍ଚର୍ସ ପ୍ରୋ ଲିଗକୁ ତାର ପାର୍ଟନର ଭାବେ ଚୟନ କାର୍ଯ୍ୟ ସରିଛି । ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଏହା କହିଛନ୍ତି ।

ସାମିଲ ହେବେ ମହିଳା ଟିମ୍: ହକି ଇଣ୍ଡିଆ ଲିଗରେ କେବଳ ପୁରୁଷ ନୁହଁନ୍ତି ମହିଳା ଖେଳାଳିଙ୍କୁ ମଧ୍ୟ ନୂଆ ପ୍ଲାଟଫର୍ମ ଯୋଗାଇ ଦେବାକୁ ପ୍ରୟାସ କରାଯିବ । ଉଭୟ ବର୍ଗରେ ଲିଗ ଆୟୋଜନ ନେଇ ହକି ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଛି । ଲିଗରେ 4ଟି ମହିଳା ଦଳ ସାମିଲ ହେବେ । ବ୍ୟସ୍ତପୂର୍ଣ୍ଣ ଅନ୍ତର୍ଜାତୀୟ କ୍ରୀଡାସୂଚୀ ଏବଂ ଅର୍ଥନୈତିକ ସମସ୍ୟା ପାଇଁ 2017ରୁ ହିଲ ବା ହକି ଇଣ୍ଡିଆ ଲିଗ ବନ୍ଦ ରହିଛି । ସମସ୍ତ ପ୍ରାୟୋଜକ, ପ୍ରସାରକ ଏବଂ ଲିଗ ସହ ଜଡିତ ଅନ୍ୟମାନଙ୍କ ସହ ଜୁଲାଇ 5 ତାରିଖରେ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ । ବୈଠକରେ ହିଲ ଆୟୋଜନ ନେଇ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହେବ ।

ଏହା ବି ପଢନ୍ତୁ...World Cup 2023: ଭାରତ ଗସ୍ତ ନେଇ ପାକ୍ ପିଏମଙ୍କ ଅନୁମତି ଲୋଡିଲା PCB

ଏହା ବି ପଢନ୍ତୁ...ଖୁବଶୀଘ୍ର ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍‌, ଫ୍ୟାନ୍ସ ଉତ୍ସାହିତ

ହକି ଇଣ୍ଡିଆ ଲିଗ (HIL)ର 5ଟି ସଫଳ ସଂସ୍କରଣ ପରେ 2017ରୁ ଏହା ବନ୍ଦ ରହିଛି । ହକିପ୍ରେମୀଙ୍କ ପାଇଁ ଏହା ଏକ ଖୁସିର ବିଷୟ ଯେ ଏହା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । 2023 ଶେଷ ଆଡକୁ କିମ୍ବା 2024ରେ ଲିଗ୍‌ ଆରମ୍ଭ ହୋଇପାରେ, ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । 2024 କିମ୍ବା 2025ରେ ହକି ଇଣ୍ଡିଆ ଲିଗ ଅନୁଷ୍ଠିତ ହେବା ସମ୍ଭାବନା ଅଧିକ ରହିଛି । ହକି ଇଣ୍ଡିଆ ଲିଗ କ୍ରୀଡାସୂଚୀ, ଫର୍ମାଟ ଓ ଭେନ୍ୟୁ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି ।

ନୂଆ ରୂପରେ 6 ବର୍ଷ ପରେ ପୁଣି ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍‌ । ହକି ଇଣ୍ଡିଆ ଲିଗରେ ପୂର୍ବରୁ 6ଟି ଦଳ ଥିଲେ । ମୁମ୍ବାଇ, ଦିଲ୍ଲୀ, ଚଣ୍ଡିଗଡ, ଭୁବନେଶ୍ବର, ରାଞ୍ଚି ଓ ଲକ୍ଷ୍ନୌ । 2013ରେ ପ୍ରଥମ ସଂସ୍କରଣରେ ବାଜି ମାରି ନେଇଥିଲା ରାଞ୍ଚି । 2014ରେ ଦିଲ୍ଲୀ ଓ 2016ରେ ଚଣ୍ଡିଗଡ ବିଜେତା ହୋଇଥିଲେ । 2017 ପଞ୍ଚମ ସଂସ୍କରଣରେ କଳିଙ୍ଗ ଲାନ୍ସର ଟିମ୍‌ (ଭୁବନେଶ୍ବର) ଟାଇଟଲ ହାସଲ କରିଥିଲା । ଦେଶରେ ହକିର ବିକାଶ ପାଇଁ ହିଲ ବା ହକି ଇଣ୍ଡିଆ ଲିଗ୍‌ ସହାୟକ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.