ETV Bharat / sports

FIH Pro League: 24 ଜଣିଆ ଭାରତୀୟ ଦଳ ଘୋଷଣା, ଓଡ଼ିଶାରୁ ଏକମାତ୍ର ଅମିତ - ଏଫଆଇଏଚ ହକି ପ୍ରୋ ଲିଗ

ଏଫଆଇଏଚ ପ୍ରୋ ଲିଗ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ହର୍ମନପ୍ରୀତଙ୍କୁ ନେତୃତ୍ବ ମିଳିଥିବା ବେଳେ ଓଡ଼ିଶାକୁ ଅମିତ ରୋହିଦାସ ଏକମାତ୍ର ଖେଳାଳି ଭାବେ ସ୍ଥାନ ପାଇଛନ୍ତି । ନୀଲମ ସଞ୍ଜୀପ ଖେସ୍ 24 ଜଣିଆ ତାଲିକାରୁ ବାଦ ପଡିଛନ୍ତି ।

ଏଫଆଇଏଚ ହକି ପ୍ରୋ ଲିଗ
fih hockey pro leagu
author img

By

Published : May 16, 2023, 12:26 PM IST

ନୂଆଦିଲ୍ଲୀ: ଆସନ୍ତା ମେ 26ରୁ ୟୁରୋପରେ FIH ହକି ପ୍ରୋ ଲିଗ୍‌ ଅନୁଷ୍ଠିତ ହେବ । FIH ପ୍ରୋ ଲିଗ୍‌ ପାଇଁ ୟୁରୋପ ଗସ୍ତ କରିବ ଭାରତୀୟ ପୁରୁଷ ହକି ଦଳ । ଏନେଇ 24 ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ହର୍ମନପ୍ରୀତ ସିଂହଙ୍କୁ ନେତୃତ୍ବ ମିଳିଥିବା ବେଳେ ହାର୍ଦ୍ଦିକ ସିଂହଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି । ଓଡ଼ିଶାରୁ କେବଳ ଏକମାତ୍ର ଖେଳାଳି ଭାବେ ଡିଫେଣ୍ଡର ଅମିତ ରୋହିଦାସ 24 ଜଣିଆ ତାଲିକାରେ ସ୍ଥାନ ପାଇଛନ୍ତି । ନୀଲମ ସଞ୍ଜୀପ ଖେସ୍‌ ବାଦ ପଡ଼ିଛନ୍ତି । ପ୍ରଥମ ଥର ପାଇଁ ଭାରତୀୟ ହକି ଟିମ୍‌ର ନୂଆ କୋଚ୍‌ କ୍ରେଗ ଫୁଲଟନଙ୍କ ପ୍ରଶିକ୍ଷଣରେ ଖେଳିବ ଭାରତୀୟ ହକି ଦଳ ।

ମେ 26ରୁ ୟୁରୋପରେ FIH ହକି ପ୍ରୋ ଲିଗ୍‌ ଆରମ୍ଭ ହେବ । ଚଳିତ ହକି ପ୍ରୋ ଲିଗର ଏହା ଦ୍ବିତୀୟ ଲିଗ୍‌ । ବେଲଜିୟମ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ପ୍ରକାଶ ଫାଇଥିବା 24 ଜଣିଆ ତାଲିକାରେ 5ଜଣ ପେନାଲ୍ଟି କର୍ଣ୍ଣାର ସ୍ପେସାଲିଷ୍ଟ ରହିଛନ୍ତି । ମଧ୍ୟଭାଗରେ ମନପ୍ରୀତଙ୍କୁ ଏଥର ନୂଆ ଭୂମିକାରେ ଦେଖିବାକୁ ମିଳିବ । ଭରାତ ମୋଟ 8ଟି ମ୍ୟାଚ ଖେଳିବ ।

ଭାରତୀୟ ଦଳ: କ୍ରିଷ୍ଣା ବାହାଦୂର ପାଠକ, ପିଆ ଶ୍ରୀଜେଶ (ଗୋଲକିପର), ହର୍ମନପ୍ରୀତ ସିଂହ (ଅଧିନାୟକ), ଅମିତ ରୋହିଦାସ, ଜରମନପ୍ରୀତ ସିଂହ, ମନପ୍ରୀତ ସିଂହ, ସୁମିତ, ସଞ୍ଜୟ, ମନଦୀପ ମୋର, ଗୁରୁନ୍ଦର ସିଂହ, ହାର୍ଦ୍ଦିତ ସିଂହ( ଉପଅଧିନାୟକ), ଦିଲପ୍ରୀତ ସିଂହ, ମୋଇରାଥମ ରବିଚନ୍ଦ୍ରନ ସିଂହ, ସମଶେର ସିଂହ, ଆକାଶଦୀପ ସିଂହ, ବିବେକ ସାଗର ପ୍ରସାଦ, ଅଭିଷେକ, ଲଳିତ ଉପାଧ୍ୟାୟ, ଏସ କର୍ଥି, ଗୁରଜିତ ସିଂହ, ରାଜକୁମାର ପାଲ, ମନଦୀପ ସିଂହ ଓ ସିମରଞ୍ଜିତ ସିଂହ ।

ଭାରତର ଖେଳସୂଚୀ:

ମେ 26: ଭାରତ ବନାମ ବେଲଜିୟମ

ମେ 27: ଭାରତ ବନାମ ଗ୍ରେଟ ବ୍ରିଟେନ

ଜୁନ2: ଭାରତ ବନାମ ବେଲଜିୟମ

ଜୁନ3: ଭାରତ ବନାମ ଗ୍ରେଟ ବ୍ରିଟେନ

ଜୁନ7: ଭାରତ ବନାମ ନେଦରଲାଣ୍ଡସ

ଜୁନ8: ଭାରତ ବନାମ ଆର୍ଜେଣ୍ଟିନା

ଜୁନ 10: ଭାରତ ବନାମ ନେଦରଲାଣ୍ଡସ

ଜୁନ 11: ଭାରତ ବନାମ ଆର୍ଜେଣ୍ଟିନା

ଏହା ବି ପଢନ୍ତୁ...IPL 2023: କୁକୁର କାମୁଡାର ଶିକାର ଅର୍ଜୁନ ତେନ୍ଦୁଲକର
ଏହା ବି ପଢନ୍ତୁ...IPL 2023: ପ୍ଲେ ଅଫରେ ଗୁଜୁରାଟ, 34ରନରେ ହାରିଲା ହାଇଦ୍ରାବାଦ

ପ୍ରକାଶଥାଉ କି, ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚଳିତ ହକି ପ୍ରୋ ଲିଗର ପ୍ରଥମ ମ୍ୟାଚ ଖେଳାଯାଇଥିଲା । ଏଥିଲେ ଭାରତ, ଅଷ୍ଟ୍ରେଲିଆ ଓ ବିଶ୍ବ ଚମ୍ପିଆନ ଜର୍ମାନୀ ମଧ୍ୟରେ ବିର୍ସା ମୁଣ୍ଡାରେ ଲଢେଇ ହୋଇଥିଲା । ଘରୋଇ ଗ୍ରାଉଣ୍ଡରେ ଭାରତ ଅପରାଜେୟ ରହିଥିଲା । ବିଶ୍ବ ଚମ୍ପିଆନ ଜର୍ମାନୀ ଓ ଅଷ୍ଟ୍ରେଲିଆ ବିପକ୍ଷରେ ସମସ୍ତ ମ୍ୟାଚ ଜିତି 19 ପଏଣ୍ଟ mu ଟେବୁଲ ଟପରେ ରହିଛି । ବିର୍ସା ମୁଣ୍ଡାରେ ହକି ପ୍ରୋ ଲିଗ ମ୍ୟାଚ ପାଇଁ 20 ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା । ଏଥିରେ ଓଡିଆ ଖେଳାଳି ଭାବେ ନୀଲମ ସଞ୍ଜୀପ ଖେସ ସ୍ଥାନ ପାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.