ETV Bharat / sports

ନଭେମ୍ବର ୨୬ରୁ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ମ୍ୟାଚ ଖେଳିବ ଇଣ୍ଡିଆ ହକି ଟିମ୍

ହକି ଇଣ୍ଡିଆ ମଙ୍ଗଳବାର ଅଷ୍ଟ୍ରେଲିଆ ଗସ୍ତ ପାଇଁ ୨୩ ସଦସ୍ୟ ବିଶିଷ୍ଟ ପୁରୁଷ ଟିମ୍‌ର ଘୋଷଣା କରିଛି । ଅଧିକ ପଢନ୍ତୁ

author img

By

Published : Nov 15, 2022, 10:57 PM IST

ନଭେମ୍ବର ୨୬ରୁ ଅଷ୍ଟ୍ରେଲିଆ ବିପକ୍ଷରେ ୫ ଟି ମ୍ୟାଚ ଖେଳିବ ହକି ଇଣ୍ଡିଆ

ହାଇଦ୍ରାବାଦ: ନଭେମ୍ବର ୨୬ ରୁ ଅଷ୍ଟ୍ରେଲିଆ ବିପକ୍ଷରେ ୫ ଟି ମ୍ୟାଚ୍ ଖେଳିବ ଭାରତ । ଏନେଇ ହକି ଇଣ୍ଡିଆ ଆଜି ( ମଙ୍ଗଳବାର ) ଅଷ୍ଟ୍ରେଲିଆ ଗସ୍ତ ପାଇଁ ୨୩ ସଦସ୍ୟ ବିଶିଷ୍ଟ ପୁରୁଷ ଟିମ୍‌ର ଘୋଷଣା କରିଛି । ଅନୁଭବୀ ଡ୍ରାଗଫିଲ୍ଡର ହରମନପ୍ରୀତ ସିଂହଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଥିବା ବେଳେ ଅମିତ ରୋହିଦାସଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି । ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡରେ ୨୬ ନଭେମ୍ବରୁ ୫ ଟି ମ୍ୟାଚ୍ ଖେଳିବ । ଏନେଇ ହକି ଇଣ୍ଡିଆର ମୁଖ୍ୟ କୋଚ୍ ଗ୍ରାହମ ରିଡ୍ କହିଛନ୍ତି " ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ ଆମ ପାଇଁ ବେଶ୍ ଲାଭଦାୟକ ହେବ । କାରଣ ଏହି ମ୍ୟାଚରୁ ଆମେ ବିଶ୍ବକପ ପାଇଁ ପ୍ରସ୍ତୁତି ଜାରି ରଖିବୁ । ଆମର ଲକ୍ଷ୍ୟ ନିଶ୍ଚିତ ରୂପରେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେବୁ । ଆମେ ଆମ ଆକ୍ରମଣରେ ଆହୁରି ସୁଧାର ଆଣିବାକୁ ଚାହୁଁଛୁ । ଆକ୍ରମଣ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ଚାହୁଁଛୁ । ଆମର ଲକ୍ଷ୍ୟ ନିଶ୍ଚିତ ରୂପରେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେବୁ । ଆମେ ଆମ ଆକ୍ରମଣରେ ଆହୁରି ସୁଧାର ଆଣିବାକୁ ଚାହୁଁଛୁ । "ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି "ଏହି ଦଳରେ ଆମେ ଅଭିଜ୍ଞ ଖେଳାଳିଙ୍କ ସହିତ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛୁ । କାରଣ ଆମେ ଚାହୁଁଛୁ କି ଯୁବ ଖେଳାଳିମାନଙ୍କ ପାଖରେ ଅନ୍ତର୍ଜାତୀୟସ୍ତରର ଅଭିଜ୍ଞତା ରହୁ ।

ଗୋଲ କିପର: କୃଷ୍ଣା ବାହାଦୁର ଠାକୁର, ଶ୍ରୀଜେଶ ପରଟୁଟ ରବୀନ୍ଦ୍ରନ

ଡିଫେଣ୍ଡର: ଜରମନପ୍ରୀତ ସିଂହ, ସୁରେନ୍ଦ୍ର କୁମାର, ହରମନପ୍ରୀତ ସିଂହ, ଅମିତ ରୋହିଦାସ, ଜୁଗରାଜ ସିଂହ, ମନଦୀପ ମୋର, ନୀଲମ ସଞ୍ଜୀବ, ବରୁଣ କୁମାର

ମିଡ୍‌ ଫିଲଡର୍ସ : ସୁମିତ, ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ଶମଶେର ସିଂହ, ନିଲକାନ୍ତ ଶର୍ମା, ରାଜକୁମାର ପାଲ, ରାହୀଲ ମୌସେନ, ଆକାଶଦୀପ ସିଂହ, ଗୁରଜନ୍ତ ସିଂହ

ଫରୱର୍ଡ: ମନଦୀପ ସିଂହ, ଅଭିଷେକ, ଦୀଲପ୍ରୀତ ସିଂହ, ସୁଖଜୀତ ସିଂହ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.