ETV Bharat / sports

ଟୋକିଓ ଟିକଟ ପାଇଲେନି ହିମା, ଶାନ୍ତ୍ବନା ଦେଲେ କିରଣ ରିଜିଜୁ - ଟୋକିଓ ଅଲମ୍ପିକ୍ସ ଯୋଗ୍ୟତା

ଟୋକିଓ ଅଲମ୍ପିକ୍ସରୁ ବଞ୍ଚିତ ହେଲେ ଭାରତୀୟ ଧାବିକା ହିମା ଦାସ । ବିଶ୍ବ ରାଙ୍କିଂ ଜରିଆରେ ଦୁତି ଚାନ୍ଦ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ...

ଟୋକିଓ ଟିକଟ ପାଇଲେନି ହିମା, ଶାନ୍ତ୍ବନା ଦେଲେ କିରଣ ରିଜିଜୁ

author img

By

Published : Jul 1, 2021, 8:03 AM IST

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରୁ ବଞ୍ଚିତ ହେଲେ ଭାରତୀୟ ଧାବିକା ହିମା ଦାସ । ବିଶ୍ବ ରାଙ୍କିଂ ଜରିଆରେ ଦୁତି ଚାନ୍ଦ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ତେବେ ବିଶ୍ବ ରାଙ୍କିଂ ଦ୍ବାରା ମଧ୍ୟ ହିମା ଦାସ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିଲେ । ଏଥିପାଇଁ ତାଙ୍କୁ ଶାନ୍ତ୍ବନା ଦେଇଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ।

ଅଲମ୍ପିକ ଯୋଗ୍ୟତା ହାସଲ ନକରିବାରୁ ମନ ଖରାପ ନକରିବାକୁ କହିଛନ୍ତି କିରଣ ରିଜିଜୁ । ଏହାକୁ ନେଇ ସେ ଟ୍ବିଟ୍ କରି କହିଛନ୍ତି ଯେ, "ହିମାଙ୍କ ସହ ମୁଁ କଥା ହୋଇଛି । ଟୋକିଓ ଅଲମ୍ପିକ୍ସକୁ ନେଇ ମନଦୁଃଖ ନକରିବାକୁ ତାଙ୍କୁ ଶାନ୍ତ୍ବନା ଦେଇଛି । ବର୍ତ୍ତମାନ ସେ 2022 ଏସିଆନ ଗେମ୍ସ, 2022 କମନୱେଲଥ ଗେମ୍ସ ଓ 2024 ପ୍ୟାରିସ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତି କରନ୍ତୁ।"

ଜାତୀୟ ଆଥଲେଟ ଚମ୍ପିଆନସିପରେ 100 ମିଟର ସ୍ପ୍ରିଣ୍ଟିଂ ବେଳେ ହାର୍ମଷ୍ଟ୍ରିଂ ଯୋଗୁଁ ଏଥିରୁ ବାଦ ପଡ଼ିଥିଲେ ହିମା ଦାସ । ଏହାପୂର୍ବରୁ 400 ମିଟର ରିଲେ ରେସରୁ 44.15 ସେକେଣ୍ଡରେ ପୂର୍ଣ୍ଣ କରିଥିଲେ ହିମା । ତେବେ ଏହା ଟୋକିଓ ଅଲମ୍ପିକ୍ସ ଯୋଗ୍ୟତା ପାଇଁ ପର୍ଯ୍ୟାପ୍ତ ନଥିଲା । ଅଲମ୍ପିକ୍ସ ଯୋଗ୍ୟତା ପାଇଁ ଅତି କମରେ 43.03 ସେକେଣ୍ଡରେ ରିଲେ ରେସ ଶେଷ କରିବା ଆବଶ୍ୟକ ଥିଲା ।

ଏହାପରେ ହିମା ଦାସ 200 ମିଟର ସ୍ପ୍ରିଣ୍ଟିଂରେ ମଧ୍ୟ ଯୋଗ୍ୟତା ଅର୍ଜନ କରିବାକୁ ସେ ଚେଷ୍ଟା କରିଥିଲେ । ତେବେ ଏଥିରେ ସେ ସଫଳ ହୋଇ ପାରିନଥିଲେ। ଫଳରେ ହିମାଙ୍କ ପାଇଁ ରାସ୍ତା ବନ୍ଦ ହୋଇ ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.