ହାଇଦ୍ରାବାଦ: ଭାରତୀୟ ଷ୍ଟାର ଧାବିକା ହିମା ଦାସ ନେଲେ କୋରୋନା ଟିକାର ପ୍ରଥମ ଡୋଜ୍ । ଟିକା ନେବାପରେ ଅନ୍ତର୍ଜାତୀୟ ଧାବିକା ହିମା ଫଟୋ ସେୟାର କରିବା ସହ ସମସ୍ତଙ୍କୁ ଟିକା ନେବାକୁ ଅପିଲ୍ କରିଛନ୍ତି ।
21 ବର୍ଷୀୟା ହିମା ବର୍ତ୍ତମାନ ଏନଆଇଏସ ପଟିଆଲାରେ ଟ୍ରେନିଂ ନେଉଛନ୍ତି । ଦେଶର ପ୍ରଥମ ଶୀର୍ଷ ଟ୍ରାକ ଓ ପିଲ୍ଡ ଆଥଲେଟ ଭାବେ ସେ କୋଭିଡ-19 ଟିକା ନେଇଛନ୍ତି ।
-
Got first dose of Covid Vaccination. Get yourself vaccinated #Vaccination pic.twitter.com/zOjtfx5P2M
— Hima (mon jai) (@HimaDas8) May 6, 2021 " class="align-text-top noRightClick twitterSection" data="
">Got first dose of Covid Vaccination. Get yourself vaccinated #Vaccination pic.twitter.com/zOjtfx5P2M
— Hima (mon jai) (@HimaDas8) May 6, 2021Got first dose of Covid Vaccination. Get yourself vaccinated #Vaccination pic.twitter.com/zOjtfx5P2M
— Hima (mon jai) (@HimaDas8) May 6, 2021
ଆଥଲେଟ୍ସମାନେ ବ୍ୟକ୍ତିଗତ ଭାବେ ପଞ୍ଜୀକରଣ କରି ଟିକା ନେଇପାରିବେ ବୋଲି ଭାରତୀୟ ଆଥଲେଟିକ୍ସ ଫେଡେରେସନ ଘୋଷଣା କରିଛି ।
2018 ଏସିଆନ ଗେମ୍ସ ମହିଳା 4x400 ମିଟର ଓ ମିକ୍ସଡ 4x400 ରିଲେ ସ୍ବର୍ଣ୍ଣ ବିଜେତା ଭାରତୀୟ ଟିମର ସଦସ୍ୟ ରହିଥିଲେ ହିମା । ତେବେ ଏଯାବତ ଟୋକିଓ ଅଲମ୍ପିକ୍ସ ଟିକେଟ ହାସଲ କରିପାରିନାହାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ