ETV Bharat / sports

Intercontinental Cup: ଆଜି ଭାରତ ଲେବାନନ ମହାମୁକାବିଲା

author img

By

Published : Jun 18, 2023, 8:54 AM IST

ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲରେ ଆଜି ଫାଇନାଲ ମ୍ୟାଚ ଖେଳାଯିବ । ଏଥିରେ ଭାରତ ଓ ଲେବାନନ ମଧ୍ୟରେ ମହାମୁକାବିଲା ହେବ । ଅଧିକ ପଢନ୍ତୁ

Intercontinental Cup
ଆଜି ଭାରତ ଲେବାନନ ମହାମୁକାବିଲା

ଭୁବନେଶ୍ବର: ଅନ୍ତିମ ଚରଣରେ ତୃତୀୟ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଲଟଲ । କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ ଖେଳାଳି ବି ପ୍ରସ୍ତୁତ । କିଏ ମାରିବ ବାଜି କାହାର ହେବ କପ । ଆଜି (ରବିବାର) ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ । ଟ୍ରଫି ଟକ୍କରରେ ଘରୋଇ ଭାରତ ଓ ଲେବାନନ ମଧ୍ୟରେ ହେବ ମହାମୁକାବିଲା । ସନ୍ଧ୍ୟା 7ଟା30ରେ ଆରମ୍ଭ ହେବ ମ୍ୟାଚ । ଦ୍ବିତୀୟ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି ଭାରତ ।

ଘରୋଇ ସମର୍ଥକଙ୍କ ଗହଣରେ ଭାରତୀୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । 2018 ଚମ୍ପିଆନ ଭାରତ ଦ୍ବିତୀୟ ଟାଇଟଲ ହାତେଇବା ସ୍ବପ୍ନ ନେଇ ମୈଦାନକୁ ଓହ୍ଲାଇବ । ସେପଟେ ଲେବାନନ ପ୍ରଥମ ଟାଇଟାଲ ଜିତିବା ଲକ୍ଷ୍ୟରେ ରହିଛି । ଲିଗ ପର୍ଯ୍ୟାୟରେ ଭାରତ ଶୀର୍ଷରେ ରହିଛି । ଦୁଇଟି ମ୍ୟାଚରେ ବିଜୟ ଓ ଗୋଟିଏ ଡ୍ର ସହ ମୋଟ 7 ପଏଣ୍ଟ ପାଇ ଭାରତ ଟେବୁଲ ଟପରେ ରହିଛି । ସେହିପରି ଲେବାନନ ଗୋଟିଏ ବିଜୟ ଓ 2ଟି ଡ୍ର ସହ 5 ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି । ଫିଫା ମାନ୍ୟତାରେ ଭାରତ 101ତମ ସ୍ଥାନରେ ରହିଥିବା ବେଳେ ଲେବାନନ 99ତମ ସ୍ଥାନରେ ରହିଛି । ଏହି ଟୁର୍ଣ୍ଣାମେଣ୍ଟରେ ଲେବାନନ ଓ ଭାରତ ଲିଗ ମ୍ୟାଚ ଗୋଲଶୂନ୍ୟ ଡ୍ର ହୋଇଥିଲା । ଆଜି ଟ୍ରଫି ଟକ୍କରରେ ଦୁଇ ଦଳ ମଧ୍ୟରେ ଏକ କଡା ମୁକାବିଲା ହେବ ।

ଲେବାନନ ଏକ ଶକ୍ତିଶାଳୀ ଦଳ ମାତ୍ର ଭାରତ ମଧ୍ୟ କିଛି କମରେ ନାହିଁ । ଲିଗ ପର୍ଯ୍ୟାୟ ମ୍ୟାଚରେ ଲେବାନନ ଗୋଲ କରିବାକୁ ସୁଯୋଗ ଦେଇନଥିଲା । ଭାରତ ମଧ୍ୟ ଆଟାକ କରିଥିଲା ମାତ୍ର ଗୋଲ କରିପାରିନଥିଲା । ଫାଇନାଲ ଫାଇଟରେ ଭାରତ ଲେବାନନର ରକ୍ଷଣାଭାଗ ଅତିକ୍ରମ କରି ବିପର୍ଯ୍ୟୟ ଘଟାଇବାକୁ ପ୍ରସ୍ତୁତ ରହିଛି । ଭାରତ ଅଧିନାୟକ ସୁନୀଲ ଛେତ୍ରୀ ଭାନୁଆଟୁ ବିପକ୍ଷ ମ୍ୟାଚରେ ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ । ଗୋଲକିପର ଅମରିନ୍ଦର ସିଂହଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି । ଟାଇଟଲ ଲଢେଇରେ ଭାରତର ମ୍ୟାଜିକ ଦେଖିବାକୁ କଳିଙ୍ଗରେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଦର୍ଶକ ।

ଏହା ବି ପଢନ୍ତୁ...ତୃଣମୂଳସ୍ତରରେ ହକିର ଉନ୍ନତି ପାଇଁ ପଦକ୍ଷେପ, 5000 ହକି ଖେଳାଳୀଙ୍କୁ ହକି କିଟ୍‌ ଓ ଟ୍ରେନିଂ

ଏହା ବି ପଢନ୍ତୁ...Inter State Athletics championship: ଶ୍ରାବଣୀଙ୍କୁ ରୌପ୍ୟ, ନିରାଶ କଲେ ଅମୀୟ

ପ୍ରକାଶଥାଉ କି, ମୁମ୍ବାଇରେ ଆୟୋଜିତ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲ 2018 ସଂସ୍କରଣରେ ଭାରତ ପ୍ରଥମ ଟାଇଟଲ ହାସଲ କରିଥିଲା । ଫାଇନାଲରେ କେନିଆକୁ 2-0 ଗୋଲରେ ପରାସ୍ତ କରି ଚମ୍ପିଆନ ହୋଇଥିଲା 2019 ସଂସ୍କରଣରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା । ଆଜି ମୁକାବିଲା ଜିତି ଦ୍ବିତୀୟ ଟାଇଟଲ ହାସଲ କରିବାକୁ ଲକ୍ଷ୍ୟ ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.