ETV Bharat / sports

Junior Womens Hockey: ହକି ଚଣ୍ଡିଗଡକୁ ହରାଇ ସେମିଫାଇନାଲରେ ଓଡିଶା

author img

By

Published : Mar 31, 2022, 9:43 PM IST

ହକି ଚଣ୍ଡିଗଡକୁ ପେନାଲିଟି ସୁଟ୍‌ଆଉଟ୍‌ରେ ୨-୧ରେ ହରାଇ ହକି ଇଣ୍ଡିଆ ଜୁନିୟର ମହିଳା ନ୍ୟାସନାଲ ହକି ଚାମ୍ପିୟନସିପ୍‌ ୨୦୨୨ର ସେମିଫାଇନାଲରେ ପ୍ରବେଶ କରିଛି ଓଡିଶା । ଅଧିକ ପଢନ୍ତୁ

Haryana, Jharkhand, Maharashtra and Odisha win in HI Junior Women National Championship
Junior Womens Hockey: ହକି ଚଣ୍ଡିଗଡକୁ ହରାଇ ସେମିଫାଇନାଲରେ ଓଡିଶା

କାକିନଡା(ଆନ୍ଧ୍ର ପ୍ରଦେଶ): ଦ୍ବାଦଶତମ ହକି ଇଣ୍ଡିଆ ଜୁନିୟର ମହିଳା ନ୍ୟାସନାଲ ହକି ଚାମ୍ପିୟନସିପ୍‌ ୨୦୨୨ର ସେମିଫାଇନାଲରେ ପ୍ରବେଶ କରିଛି ହକି ଆସୋସିଏସନ ଅଫ୍‌ ଓଡିଶା । ସେମିଫାଇନାଲରେ ହକି ହରିୟାଣାକୁ ଭେଟିବ ଟିମ ଓଡିଶା । ଆନ୍ଧ୍ରପ୍ରଦେଶର କାକିନଡା ହକି ଷ୍ଟାଡିୟମରେ ଖେଳାଯାଉଥିବା ହକି ଇଣ୍ଡିଆର ଏହି ସମ୍ମାନଜନକ ପ୍ରତିଯୋଗିତାରେ ଟିମ ଓଡିଶାର ବିଜୟ ଧାରା ଜାରି ରହିଛି ।

  • The Odisha Junior Women's Hockey Team has entered the semifinals of the 12th Hockey India Junior Women National Championship by beating #Chandigarh 2-1 in the shootout after the full-time score ended 0-0.#Odisha will be facing #Haryana in the semifinals. Congratulations! pic.twitter.com/aM1KWTTML1

    — Odisha Sports (@sports_odisha) March 31, 2022 " class="align-text-top noRightClick twitterSection" data=" ">

କ୍ବାର୍ଟର-ଫାଇନାଲ ମୁକାବିଲାରେ ହକି ଚଣ୍ଡିଗଡକୁ ପେନାଲିଟି ସୁଟଆଉଟ୍‌ରେ ୨-୧ରେ ହରାଇ ସେମି ଟିକେଟ ହାତେଇଛି ଓଡିଶା । ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଟିମ ଗୋଲ୍‌ କରିବାକୁ ସମର୍ଥ ହୋଇନଥିଲେ । ଫଳରେ ମ୍ୟାଚ୍‌ ୦-୦ରେ ଶେଷ ହୋଇଥିଲା ଓ ପେନାଲିଟି ସୁଟ୍‌ଆଉଟ୍‌ ମାଧ୍ୟମରେ ବିଜେତା ସ୍ଥିର ପାଇଁ ନିର୍ଣ୍ଣୟ ହୋଇଥିଲା ।

ପରେ ଓଡିଶା ପକ୍ଷରୁ ଜ୍ୟୋତି ଛତ୍ରୀ ଓ ମୁନମୁନୀ ଦାସ ଗୋଲ୍‌ ସ୍କୋର କରିଥିଲେ । ତେବେ ସୁଟ୍‌ଆଉଟ୍‌ରେ ଓଡିଶା ଗୋଲ୍‌କିପର ନାମସି ଜାରିକା ଚଣ୍ଡିଗଡର ୪ଟି ପ୍ରୟାସକୁ ବିଫଳ କରି ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ । ସୁଟ୍‌ଆଉଟ୍‌ରେ ହକି ଚଣ୍ଡିଗଡ ପାଇଁ ଗୁରମେଲ କୌର ଏକମାତ୍ର ଗୋଲ୍‌ କରିଥିଲେ । ଅନ୍ୟପଟେ ଓଡିଶା ବ୍ୟତୀତ ହକି ହରିୟାଣା, ହକି ଝାଡଖଣ୍ଡ, ହକି ମହାରାଷ୍ଟ୍ର ମଧ୍ୟ ସେମାନଙ୍କର କ୍ବାର୍ଟର-ଫାଇନାଲ ମୁକାବିଲାରେ ବିଜୟୀ ହେବାସହ ସେମିରେ ପ୍ରବେଶ କରିଛନ୍ତି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.