ETV Bharat / sports

26 ବର୍ଷରେ ଭାରତୀୟ ତୀରନ୍ଦାଜ ତାରକା ଦୀପିକା କୁମାରୀ

author img

By

Published : Jun 13, 2020, 5:46 PM IST

26 ବର୍ଷରେ ପାଦ ଥାପିଲେ ଭାରତର ତାରକା ତୀରନ୍ଦାଜ ଖେଳାଳି ପଦ୍ମଶ୍ରୀ ଦୀପିକା କୁମାରୀ ।

Happy BirthDay Deepika Kumari: Ace Indian archer turns 26
26 ବର୍ଷରେ ଭାରତୀୟ ତୀରନ୍ଦାଜ ତାରକା ଦୀପିକା କୁମାରୀ

ରାଞ୍ଚି: 26 ବର୍ଷରେ ପାଦ ଥାପିଲେ ଭାରତର ତାରକା ତୀରନ୍ଦାଜ ଖେଳାଳି ଦୀପିକା କୁମାରୀ । ଜୁନ୍ 13, 1994ରେ ଝାଡଖଣ୍ଡର ରାଞ୍ଚିଠାରେ ସେ ଜନ୍ମ ହୋଇଥିଲେ ।

Happy BirthDay Deepika Kumari: Ace Indian archer turns 26
ପରିବାର ସହ ଦୀପିକା କୁମାରୀ

ଏକ ସାଧାରଣ ପରିବାର ଓ ଏକ ଛୋଟ ସହରରେ ଜନ୍ମ ହୋଇଥିଲେ ମଧ୍ୟ, ଦୀପିକା ଦେଶର ସଫଳତମ ଆଥଲେଟଙ୍କ ମଧ୍ୟରୁ ଜଣେ ହୋଇପାରିଛନ୍ତି । ଦୀପିକାଙ୍କ ବାପା ଶିବନାଥ ମହାତୋ ଜଣେ ଅଟୋ ରିସ୍କା ଚାଳକ । ମାଆ ଗୀତା ମହାତୋ ରାଞ୍ଚି ମେଡିକାଲ କଲେଜରେ ନର୍ସ ଭାବେ କାମ କରନ୍ତି ।

ତେବେ ସ୍ବପ୍ନ ପୂରଣ ପାଇଁ ଉଚ୍ଚ ମନୋବଳ ସହ ନିଷ୍ଠା ଓ ଏକାଗ୍ରତାର ଏକାନ୍ତ ଆବଶ୍ୟକ । କଠିନ ପରିଶ୍ରମ ଯେ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ, ତାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଦୀପିକା ।

ବର୍ତ୍ତମାନ ବିଶ୍ବ ତୀରନ୍ଦାଜ ମାନ୍ୟତାରେ ଦୀପିକା 9ମ ସ୍ଥାନରେ ରହିଛନ୍ତି ।

ଦୀପିକା କୁମାରୀଙ୍କ ପିତା-ମାତା

ନଜର ପକାନ୍ତୁ ଦୀପିକାଙ୍କ ବିଷୟରେ କିଛି ଅଜଣା କଥା ଉପରେ:

  • ବର୍ଷ 2006ରେ ଟାଟା ତୀରନ୍ଦାଜ ଏକାଡେମୀ ଜାମସେଦପୁରରେ ପେଷାଦାର ତୀରନ୍ଦାଜ କ୍ୟାରିୟର ଆରମ୍ଭ କରନ୍ତି ଦୀପିକା । ପ୍ରଶିକ୍ଷଣ ବାବଦକୁ ପ୍ରତିମାସରେ ତାଙ୍କୁ ଦେବାକୁ ପଡୁଥିଲା 500ଟଙ୍କା ।
  • ଏହାପରେ ପଛକୁ ଫେରିଚାହିଁନାହାନ୍ତି ସେ । 2ୟ ଭାରତୀୟ ଭାବେ ବର୍ଷ 2009ରେ କ୍ୟାଡେଟ ବିଶ୍ବ ତୀରନ୍ଦାଜ ଚମ୍ପିଆନସିପ ଟାଇଟଲ ବିଜେତା ହୋଇଛନ୍ତି ।
  • ମାତ୍ର 15 ବର୍ଷ ବୟସରେ 11ତମ ଯୁବ ବିଶ୍ବ ତୀରନ୍ଦାଜ ଚମ୍ପିଆନସିପ ବିଜେତା ରହିଛନ୍ତି ।
  • 2010 ଦିଲ୍ଲୀ ରାଜ୍ୟ ଗୋଷ୍ଠୀ କ୍ରୀଡାରେ 2ଟି ସ୍ବର୍ଣ୍ଣ ପଦକ ଜିତିଥିଲେ ଦୀପିକା ।
  • ବର୍ଷ 2012ରେ ତୁର୍କୀର ଆଣ୍ଟାଲିୟରେ ପ୍ରଥମ ତୀରନ୍ଦାଜ ବିଶ୍ବକପ ଜିତିଥିଲେ । ବ୍ୟକ୍ତିଗତ ରିଜର୍ଭ ବର୍ଗରେ ଦୀପିକା ଏହି ସଫଳତା ହାସଲ କରିଥିଲେ ।
  • ଦେଶର କ୍ରୀଡା କ୍ଷେତ୍ରର 2ୟ ସର୍ବାଧିକ କ୍ରୀଡା ସମ୍ମାନ ଅର୍ଜୁନ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ଦୀପିକା କୁମାରୀ।
  • ବର୍ଷ 2014ର FICCI ଶ୍ରେଷ୍ଠ କ୍ରୀଡାବିତ ହୋଇଥିଲେ ଦୀପିକା ।
  • 2016ରେ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ଭାରତର ଏହି ତୀରନ୍ଦାଜ ତାରକା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.