ETV Bharat / sports

ଶୀତଦିନେ ପିଲାଙ୍କୁ ପନ୍ଦରଦିନ ଘରେ ରଖିଥିଲେ PET ସାର୍‌, ଉଦ୍ଭାବନ କଲେ ବାସ୍କେଟବଲ - ଡକ୍ଟର ଜେମ୍ସ ନାଇସମିଥ

ଶୀତ ଦିନେ 15 ଦିନ ଘର ଭିତରେ ରହି ଛାତ୍ରଙ୍କୁ କୌଣସି ଖେଳରେ ମଜି ରହିବାକୁ କହିଥିଲେ ପିଇଟି ସାର୍ । ପରେ ସେ ଏକ ନୂଆ ଖେଳର ଉଦ୍ଭାବନ କରିଥିଲେ ଯାହାର ନାମ ଥିଲା ବାସ୍କେଟବଲ । ଅଧିକ ପଢନ୍ତୁ...

Google dedicates doodle to basketball inventor James Naismith
ପିଲାଙ୍କୁ ଶୀତଦିନେ ପନ୍ଦରଦିନ ଘରେ ରଖିଥିଲେ PET ସାର୍‌, ଉଦ୍ଭାବନ କଲେ ବାସ୍କେଟବଲ
author img

By

Published : Jan 15, 2021, 6:19 PM IST

ହାଇଦ୍ରାବାଦ: ପ୍ରାୟ 130 ବର୍ଷ ପୂର୍ବେ(1891) ଡକ୍ଟର ଜେମ୍ସ ନାଇସମିଥ ନାମକ ଜଣେ ଆମେରିକୀୟ ପିଇଟି ଶିକ୍ଷକ, ଫ୍ରଫେସର, ଡାକ୍ତର ଓ କୋଚ ଏକ ନୂଆ ଖେଳର ଉଦ୍ଭାବନ କରିଥିଲେ । ପ୍ରବଳ ଶୀତରେ ବାହାରକୁ ଯାଇ ଫୁଟବଲ ଓ ବେସବଲ ଭଳ ଖେଳ ଖେଳିବା କଷ୍ଟକର ଥିଲା । ଫଳରେ ଘର ଭିତରେ ଛାତ୍ରଙ୍କୁ କିଛି ନୂଆପ୍ରକାର ଖେଳରେ ମଗ୍ନ କରିବାକୁ ସେ ଏକ ନୂଆ ପ୍ରକାଶ ଖେଳ ଆରମ୍ଭ କରିଥିଲେ । ଯାହାର ନାମ ଥିଲା ବାସ୍କେଟ ବଲ୍ ।

  • Can you ever think of a PE teacher being given 15 days to keep students occupied with some activities during winters & he ends up inventing #Basketball !🏀🥺

    "Thank you for creating one of the world's fav pastimes" - the Google Doodle reads as it honors Dr. James Naismith today. pic.twitter.com/Gb1fCRxBIP

    — Odisha Sports (@sports_odisha) January 15, 2021 " class="align-text-top noRightClick twitterSection" data=" ">

ଶୁକ୍ରବାର ଗୁଗୁଲ ବିଶ୍ବକ୍ରୀଡାକୁ ନାଇସମିଥଙ୍କ ଏହି ସୁନ୍ଦର ଅବଦାନ ପାଇଁ ତାଙ୍କ ସମ୍ମାନରେ ଉତ୍ସବ ମନାଇଛି । ଏକ ଆନିମେସନ ଡୁଡୁଲ ଭିଡିଓ ଦ୍ବାରା ଗୁରୁଲ ନାଇସମିଥଙ୍କୁ ସ୍ମରଣ କରିଛି । ଏହି ଆନିମେସନ ଭିଡିଓରେ ଛାତ୍ରଛାତ୍ରୀ ମାନେ ବାସ୍କେଟବଲକୁ ବାସ୍କେଟ ଭିତରକୁ ଫିଙ୍ଗୁଥିବା ଦେଖାଯାଉଛି ।

ଓଡିଶା ସ୍ପୋର୍ଟ୍ସ ପକ୍ଷରୁ ମଧ୍ୟ ଏହି ଭିଡିଓକୁ ସେୟାର କରାଯିବା ସହ ଶୀତ ଦିନେ 15 ଦିନ ଘର ଭିତରେ ରହିବାକୁ ଛାତ୍ରଙ୍କୁ କୌଣସି ଖେଳରେ ମଜି ରହିବାକୁ କହିଥିଲେ ପିଇଟି ସାର୍ । ପରେ ସେ ଏକ ନୂଆ ଖେଳର ଉଦ୍ଭାବନ କରିଥିଲେ ଯାହାର ନାମ ବାସ୍କେଟବଲ ବୋଲି ଲେଖାଯାଇଛି ।

6 ନଭେମ୍ବର, 1861ରେ ବାସ୍କେଟବଲ ଭଳି ବିଶ୍ବର କୋଣଅନୁକୋଣରେ ଆଦୃତ ଖେଳର ଉଦ୍ଭାବକ ନାଇସମିଥ ଜନ୍ମ ଗ୍ରହଣ କରିଥିଲେ । ଶୀତଦିନେ ଛାତ୍ରଙ୍କୁ ବାଧ୍ୟଭାବେ ଇନଣ୍ଡୋର ଖେଳରେ ମଜାଇ ରଖିବାକୁ ସେ ପ୍ରୟାସ କରିଥିଲେ । କ୍ରୀଡାଜଗତକୁ ତାଙ୍କର ଏହି ସୁନ୍ଦର ଅବଦାନ ଆଜି ସର୍ବତ୍ର ଲୋକପ୍ରିୟ ଖେଳରେ ପରିଣତ ହୋଇପାରିଛି ।

ବର୍ଷ 1936ରେ ବାସ୍କେଟବଲ ମଧ୍ୟ ଏକ ଅଲମ୍ପିକ ଖେଳ ଭାବେ ମାନ୍ୟତା ଅର୍ଜନ କରିଛି । ଏହି ସଂସ୍କରଣର ଅଲମ୍ପିକରେ ନାଇସମିଥ ପ୍ରଥମ ବାସ୍କେଟବଲ ଖେଳ ଆରମ୍ଭ ପାଇଁ ବଲ ଟସ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.