ETV Bharat / sports

ଡୋପିଂ ପାଇଁ ଚାରି ବର୍ଷ ବ୍ୟାନ ଧାବିକା ଗୋମଥି - ଚାରି ବର୍ଷ ବ୍ୟାନ ଆଥଲେଟ ଗୋମଥି

4 ବର୍ଷ ପାଇଁ ବ୍ୟାନ ହେଲେ ଆଥଲେଟ ଗୋମଥି ମାରିମଥୁ । ଏଆଇୟୁ ଶୁକ୍ରବାର କରିଛି ଘୋଷଣା । ଗୋମଥିଙ୍କ ପଦକ ଓ ଅନ୍ୟାନ ପୁରସ୍କାର ଫେରାଇ ନିଆଯିବ । ଅଧିକ ପଢ଼ନ୍ତୁ...

Gomathi banned for four years, stripped of Asian C'ships gold, ଚାରି ବର୍ଷ ବ୍ୟାନ ଆଥଲେଟ ଗୋମଥି, ଗୋମଥି ମାରିମୁଥୁ
ଡୋପିଂ ପାଇଁ ଚାରି ବର୍ଷ ବ୍ୟାନ ଧାବିକା ଗୋମଥି
author img

By

Published : Jun 13, 2020, 1:49 AM IST

ନୂଆଦିଲ୍ଲୀ: ଗୋମଥି ମାରିମୁଥୁଙ୍କୁ ଚାରି ବର୍ଷ ପାଇଁ ବ୍ୟାନ କରାଯିବା ସହ 2019 ରେ ସେ ଏସିଆନ ଚାମ୍ପିୟନସିପରେ ଜିତିଥିବା ସ୍ବର୍ଣ୍ଣ ପଦକ ମଧ୍ୟ ଛଡ଼ାଇ ନିଆଯାଇଛି । ଶୁକ୍ରବାର ଏନେଇ ଆଥଲେଟିକ ଇଣ୍ଟିଗ୍ରିଟି ୟୁନିଟି ଘୋଷଣା କରିଛି ।

ଏଆଇୟୁ କହିଛି ଯେ 31 ବର୍ଷୀୟ ଭାରତୀୟ ଧାବିକାଙ୍କୁ 2023 ପର୍ଯ୍ୟନ୍ତ ବ୍ୟାନ କରାଯାଇଛି ଓ ଗତବର୍ଷ ଦୁଇ ମାସ ସମୟର ସମସ୍ତ ରେସରୁ ଡିସକ୍ବାଲିଫାଏ ବା ଅଯୋଗ୍ୟ ଘୋଷଣା କରାଯାଇଛି ।

2019 ଏସିଆନ ଚାମ୍ପିୟନସିପ ସମୟରେ ମାରିମୁଥୁଙ୍କ ଆନାବୋଲିକ ଷ୍ଟେରୋଇଡ ନାନଡ୍ରୋଲନ ଟେଷ୍ଟ ପଜିଟିଭ ଆସିଥିଲା । ତେବେ ଶୁକ୍ରବାର ତାଙ୍କର ‘ବି’ ନମୁନା ମଧ୍ୟ ନାନଡ୍ରୋଲନ ପାଇଁ ପଜିଟିଭି ଆସିବା ପରେ ଏନେଇ ଘୋଷଣା କରାଯାଇଛି ।

ଗତ ମାସରେ ଭାରତରେ ନିଆଯାଇଥିବା ନମୁନା ପଜିଟିଭ ଆସିବା ପରେ ଏହି ନମୁନା ପରୀକ୍ଷଣ ହୋଇଥିଲା । ସେ ଏସୀୟ ଟାଇଟଲ୍ ଜିତିବା ପରେ ସେହି ପରୀକ୍ଷା ଫଳାଫଳ ନିଶ୍ଚିତ ହୋଇଥିଲା ।

ତେଣୁ ମାର୍ଚ୍ଚ 18ରୁ ମେ 17, 2019 ମଧ୍ୟରେ ଗୋମଥିଙ୍କ ସମସ୍ତ ପ୍ରତିଯୋଗିତା ଫଳାଫଳ ବାତିଲ ହୋଇଛି । ତାମିଲନାଡୁ ଆଥଲେଟଙ୍କ ପଦକ, ଟାଇଟଲ, ରାଙ୍କିଙ୍ଗ ପଏଣ୍ଟ ଏବଂ ପୁରସ୍କାର ସହ ପୁରସ୍କାର ରାଶି ମଧ୍ୟ ଛଡ଼ାଇ ନିଆଯିବ ।

ମାରିମୁଥୁ ବର୍ତ୍ତମାନ କୋର୍ଟ ଅଫ ଆର୍ବିଟ୍ରେସନ୍ ଫର୍‌ ସ୍ପୋର୍ଟ (CAS) ରେ ଆବେଦନ କରିପାରିବେ।

ଦୋହାରେ ଏସିଆନ ଟାଇଟଲ ଜିତିବା ପାଇଁ ମାରିମୁଥୁ ଚୀନର ଏସିଆନ ଗେମ୍ସ ଚାମ୍ପିଅନ ୱାଙ୍ଗ ଚୁନୁ ଏବଂ କାଜାଖସ୍ତାନର ଦୁଇଥର ଏସିଆଡ ବିଜେତା ମାର୍ଗାରିଟା ମୁକଶେଭାଙ୍କୁ ପରାସ୍ତ କରିଥିଲେ। ମହିଳା 800 ମିଟରରେ ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇଥିଲେ ଗୋମଥି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.