ETV Bharat / sports

Hockey World Cup 2023: କଳିଙ୍ଗରେ ଜର୍ମାନୀର କମାଲ, ୩-୦ରେ ଜାପାନ ପରାସ୍ତ - ହକି ବିଶ୍ବକପ ୨୦୨୩

ହକି ବିଶ୍ବକପ ୨୦୨୩ ଅଷ୍ଟମ ମ୍ୟାଚ୍‌ରେ ଜର୍ମାନୀ ଓ ଜାପାନ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । କିନ୍ତୁ ଏହି ମ୍ୟାଚ୍‌କୁ ୩-୦ ଗୋଲ୍‌ରେ ଜିତି ନେଇଛି ଜର୍ମାନୀ । ପ୍ରଥମରୁ ଜାପାନ ଉପରେ ଚାପ ସୃଷ୍ଟି କରି ରଖିଥିବା ଜର୍ମାନୀ ଯଥାକ୍ରମେ ୩୫, ୪୦ ଓ ୪୮ ମିନିଟରେ ଜାପାନ ଉପରେ ଗୋଲ ବସାଇଥିଲା । ଅଧିକ ପଢ଼ନ୍ତୁ

ଜାପାନ ବିପକ୍ଷରେ ୩-୦ ଗୋଲ୍‌ରେ ବିଜୟୀ ହୋଇଛି ଜର୍ମାନୀ

author img

By

Published : Jan 14, 2023, 9:57 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଏଫ୍‌ଆଇଏଚ୍‌ ହକି ବିଶ୍ବକପ ୨୦୨୩ । ଟୁର୍ଣ୍ଣାମେଣ୍ଟର ଅଷ୍ଟମ ମ୍ୟାଚ୍‌ରେ ଜର୍ମାନୀ ଓ ଜାପାନ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଜାପାନ ବିପକ୍ଷରେ ୩-୦ ଗୋଲ୍‌ରେ ବିଜୟୀ ହୋଇଛି ଜର୍ମାନୀ । ଜର୍ମାନୀ ପକ୍ଷରୁ ୩୫ ମିନିଟରେ ପ୍ରଥମ ଗୋଲ ଦିଆଯାଇଥିବାବେଳେ ୪୦ ଓ ୪୮ ମିନିଟରେ ଜାପାନକୁ ଦ୍ବିତୀୟ ଓ ତୃତୀୟ ଗୋଲ ଦେଇ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି ଜର୍ମାନୀ ।

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଏହି ମୁକାବିଲାରେ ପ୍ରଥମରୁ ଜାପାନ ଉପରେ ଚାପ ସୃଷ୍ଟି କରି ରଖିଥିଲା ଜର୍ମାନୀ । ବଲ୍‌କୁ ଖେଳ ଆରମ୍ଭରୁ ନିଜ ପାଖରେ ରଖୁଥିଲା ଜର୍ମାନୀ । ଉଭୟ ଜର୍ମାନୀ ଓ ଜାପାନ ଦଳର ଖେଳାଳି ପ୍ରଥମ ୨ଟି କ୍ବାର୍ଟର ପର୍ଯ୍ୟନ୍ତ ଆକ୍ରମଣାତ୍ମକ ଖେଳ ଖେଳିଥିଲେ ମଧ୍ୟ ତୃତୀୟ କ୍ବାର୍ଟରର ୩୫ ମିନିଟରେ ଜର୍ମାନୀର ମେଟ୍‌ସ ଗ୍ରାମବୁସ ପେନାଲ୍‌ଟି ଗୋଲ ଦେଇଥିଲେ । ଏହାପରେ ୪୦ ମିନିଟରେ ଖ୍ରୀଷ୍ଟୋଫର ରୁହର ଫିଲ୍ଡ ଗୋଲ୍‌ ଦେଇ ନିଜ ଦଳ (ଜର୍ମାନୀ)କୁ ଆଗୁଆ କରିଥିଲେ । ପୁଣିଥରେ ୪୮ ମିନିଟରେ ଜର୍ମାନୀର ପ୍ରିଞ୍ଜ ଥିଜ୍‌ ଫିଲ୍ଡ ଗୋଲ ଦେଇଥିଲେ । ଏହି ମ୍ୟାଚ‌ରେ ଜର୍ମାନୀକୁ ୮ ଥର ପେନାଲ୍‌ଟି ଗୋଲ ଦେବାର ସୁଯୋଗ ମିଳିଥିଲା । ସେହି ଭିତରୁ କେବଳ ଥରେ ମାତ୍ର ଜାପାନ ଉପରେ ଗୋଲ ଦେଇପାରିଥିଲା । ଅପରପକ୍ଷେ ଜାପାନକୁ ପେନାଲ୍‌ଟି ଗୋଲ ଦେବା ପାଇଁ ଥରଟିଏ ମାତ୍ର ସୁଯୋଗ ମିଳିଥିଲା । କିନ୍ତି ଏହାର ଲାଭ ଉଠାଇ ପାରିନଥିଲା ଟିମ୍‌ ଜାପାନ ।

ଏଠାରେ ଶନିବାର ଖେଳାଯାଇଥିବା ଅନ୍ୟ ଏକ ଗ୍ରୁପ୍‌ ମ୍ୟାଚ୍‌କୁ ବେଲଜିୟମ ଜିତିଥିଲା । ଏହି ମ୍ୟାଚ୍‌ରେ କୋରିଆକୁ ୫-୦ ଗୋଲ୍‌ରେ ପରାସ୍ତ କରିଥିଲା ବେଲଜିୟମ୍‌ । ଏହା ପୂର୍ବରୁ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଷଷ୍ଠ ମ୍ୟାଚ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳା ଯାଇଥିଲା । ଏଥିରେ ନେଦରଲାଣ୍ଡ ୪-୦ରେ ମାଲେସିଆକୁ ପରାସ୍ତ କରିଥିଲା । ଏଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ବିଶ୍ବକପରେ ପଦାର୍ପଣ କରିଥିବା ଚିଲିକୁ ୩-୧ ଗୋଲ୍‌ରେ ନ୍ୟୁଜିଲାଣ୍ଡ ପରାସ୍ତ କରିଥିଲା । ଏହି ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ନ୍ୟୁଜିଲାଣ୍ଡର ସାମ୍‌ ଲେନ୍‌ ବିବେଚିତ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.