ETV Bharat / sports

French Open: ସେମି ଫାଇନାଲରେ ରାଫେଲ ନାଦାଲ - ସେମିଫାଇନାଲରେ ରଫେଲ ନାଦାଲ

ଚଳିତ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଳମର ରାଫେଲ ନାଦାଲଙ୍କ ଦମଦାର ପ୍ରଦର୍ଶନ । ଫ୍ରେଞ୍ଚ ଓପନ ସେମିରେ ପ୍ରବେଶ କରିଛନ୍ତି 13 ଥର ଚମ୍ପିଆନ ରାଫେଲ ନାଦାଲ । ଅଧିକ ପଢନ୍ତୁ

ସେମିଫାଇନାଲରେ ରଫେଲ ନାଦାଲ
ସେମିଫାଇନାଲରେ ରଫେଲ ନାଦାଲ
author img

By

Published : Jun 1, 2022, 9:22 AM IST

ପ୍ୟାରିସ: ଚଳିତ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଳମର ରାଫେଲ ନାଦାଲଙ୍କ ଦମଦାର ପ୍ରଦର୍ଶନ । ଫ୍ରେଞ୍ଚ ଓପନ ସେମିରେ ପ୍ରବେଶ କରିଛନ୍ତି 13 ଥର ଚମ୍ପିଆନ ରାଫେଲ ନାଦାଲ । ପୁରୁଷ ସିଙ୍ଗଲ୍ସରେ ଡିଫେଣ୍ଡିଂ ଚମ୍ପିଆନ ତଥା ବିଶ୍ବର ନମ୍ବର ୱାନ ନୋଭାକ ଜୋକଭିକଙ୍କୁ ପରାସ୍ତ କରି ସେମିରେ ସ୍ଥାନ ପକ୍କା କରିଛନ୍ତି ନାଦାଲ ।

ନୋଭାକ ଜୋକଭିକଙ୍କୁ ୬-୨, ୪-୬, ୬-୨ ଓ ୭-୬ ସେଟରେ ପରାସ୍ତ କରିଛନ୍ତି ନାଦାଲ । 13 ଥର ରୋନାଲ୍ଡ ଗାରସ ଚମ୍ପିଆନ ରାଫେଲ ନାଦାଲ ରବିବାର ଖେଳାଯିବାକୁ ଥିବା ଫାଇନାଲରେ ଜର୍ମାନୀର ଆଲେକଜ୍ୟାଣ୍ଡର ଜେଭରଙ୍କୁ ଭେଟିବେ । ଆଲେକଜ୍ୟାଣ୍ଡର କ୍ବାର୍ଟର ଫାଇନାଲ ମୁକାବିଲାରେ ସ୍ପେନର କାର୍ଲୋସ ଆଲକେଜାରଙ୍କୁ ପରାସ୍ତ କରିଥିଲେ ।

କ୍ବାର୍ଟର ଫାଇନାଲ ମୁକାବିଲାରେ ନାଦାଲ ଓ ନୋଭାକଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଦୁହିଁଙ୍କ ମଧ୍ୟରେ ଏହି ମ୍ୟାଚ 4 ଘଣ୍ଟା 12 ମିନିଟ ଯାଏ ଚାଲିଥିଲା । ନାଦାଲ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ । ପ୍ରଥମ ସେଟକୁ ନାଦାଲ ସହଜରେ ଜିତି ଯାଇଥିଲେ । 88 ମିନିଟରେ ଜୋକଭିକ ଦ୍ବିତୀୟ ସେଟକୁ ଜିତି କମବ୍ୟାକ କରିଥିଲେ । 35 ବର୍ଷୀୟ ନାଦାଲ ତୃତୀୟ ସେଟରେ ଜୋକଭିକଙ୍କୁ ମାତ ଦେଇଥିଲେ । ଏହାସହିତ ଜୋକଭିକଙ୍କୁ ଟୁର୍ଣ୍ଣାମେଣ୍ଟରୁ ଆଉଟ କରିଛନ୍ତି ।

ବିଶ୍ବର ନମ୍ବର ୱାନ ଜୋକଭିକଙ୍କ ବିପକ୍ଷରେ ରାଫେଲ ନାଦାଲଙ୍କ ଏହି 29ତମ ବିଜୟ । ଏହା ପୂର୍ବରୁ ଦୁଇଜଣଙ୍କ ମଧ୍ୟରେ ହୋଇଥିବା 58 ମୁକାବିଲାରୁ ଜୋକଭିତ 30 ଓ ନାଦାଲ 28 ଥର ଜିତିଛନ୍ତି । ଫ୍ରେଞ୍ଚରେ ଏହି ସଫଳତା ସହ ଗତ ବର୍ଷ ଫ୍ରେଞ୍ଚ ସେମିଫାନାଲ ହୋଇଥିବା ପରାସ୍ତର ପ୍ରତିଶୋଧ ନେଇଛନ୍ତି । ଏହା ରାଫେଲଙ୍କ ଫ୍ରେଞ୍ଚ ଓପନର 110 ତମ ବିଜୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.