ETV Bharat / sports

ଚତୁଃରାଷ୍ଟ୍ରୀୟ ଜୁନିୟର ପୁରୁଷ ହକି, ଇଂଲଣ୍ଡକୁ 4-0ରେ ହରାଇଲା ଭାରତ

ଚତୁଃରାଷ୍ଟ୍ରୀୟ ଜୁନିୟର ପୁରୁଷ ହକିରେ ଭାରତର ଦମଦାର ବିଜୟ । ଇଂଲଣ୍ଡକୁ 4-0 ଗୋଲରେ ପରାସ୍ତ କରିଛି ଭାରତୀୟ ଜୁନିଅର ହକି ଦଳ । ଅଧିକ ପଢନ୍ତୁ

author img

By

Published : Aug 22, 2023, 10:22 AM IST

fourth Nations Tournament
ଚତୁଃରାଷ୍ଟ୍ରୀୟ ଜୁନିୟର ପୁରୁଷ ହକି

ନୂଆଦିଲ୍ଲୀ: ଜର୍ମାନୀରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଜୁନିୟର ପୁରୁଷ ହକିରେ ଭାରତର ଦମ୍‌ଦାର ବିଜୟ । ଇଂଲଣ୍ଡ ବିପକ୍ଷରେ ବିଜୟ ହାସଲ କରିଛି ଭାରତୀୟ ପୁରୁଷ କନିଷ୍ଠ ହକି ଦଳ । 4-0 ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି ଭାରତ । ରବିବାର ଘରୋଇ ଦଳ ଜର୍ମାନୀ ବିପକ୍ଷରେ ପରାସ୍ତ ହେବା ପରେ ଜବରଦସ୍ତ କମବ୍ୟାକ୍‌ କରିଛି ଭାରତ । 3ଟି ମ୍ୟାଚରୁ 2ଟି ମ୍ୟାଚ୍‌ ଜିତି ଫାଇନାଲରେ ସ୍ଥାନ ପକ୍ତା କରିଛି ଭାରତୀୟ ଜୁନିୟର ହକି ଦଳ ।

ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳର ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ମ୍ୟାଚର 13 ମିନିଟରେ ଭାରତ ଗୋଲ ଖାତା ଖୋଲିଥିଲା । ରାଜିନ୍ଦର ସିଂହ ଏହି ଗୋଲ ସ୍କୋର୍‌ କରିଥିଲେ । ପ୍ରଥମାର୍ଦ୍ଧରେ ଭାରତ 1-0ରେ ଆଗୁଆ ରହିଥିଲା । ଦ୍ବିତୀୟାର୍ଦ୍ଧରେ ଭାରତ ଆଉ 3ଟି ଗୋଲ୍‌ କରିଥିଲା । 33ମିନିଟରେ ଅମିର ଅଲି, 41ତମ ମିନିଟରେ ଅମନଦୀପ ଲାକ୍ରା ଏବଂ 58ତମ ମିନିଟରେ ଅରାଇଜିତ ସିଂ ହୁଣ୍ଡାଇ ଗୋଲ ସ୍କୋର୍‌ କରିଥିଲେ ।

ଏହା ବି ପଢନ୍ତୁ...Asian Games Hockey: 39 ଜଣିଆ ଦଳ ମନୋନୀତ, କୋର ଗ୍ରୁପରେ 4 ଓଡିଆ

ଭାରତର ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଇଂଲଣ୍ଡ ଖେଳାଳି ଘାଇଲା ହୋଇଥିଲେ । ଗୋଲ ପରିଶୋଧ କରିବାକୁ ସୁଯୋଗ ଖୋଜୁଥିବା ଇଂଲଣ୍ଡ ଦଳ ବିଫଳ ହୋଇଥିଲା । ଫଳରେ ଭାରତ 4-0 ଗୋଲରେ ମ୍ୟାଚ୍‌କୁ ଜିତିଥିଲା । ଏହା ପୂର୍ବରୁ ଭାରତ ଘରୋଇ ଦଳ ଜର୍ମାନୀ ବିପକ୍ଷରେ 3-2 ଗୋଲରେ ପରାସ୍ତ ହୋଇଥିଲା । ସ୍ପେନ୍‌ ବିପକ୍ଷରେ 6-2 ଗୋଲରେ ବିଜୟ ହାସଲ କରିଥିଲା ।

ଏହା ବି ପଢନ୍ତୁ...FIFA Womens World Cup Champion: ଇତିହାସ ରଚିଲା ସ୍ପେନ୍‌, ଇଂଲଣ୍ଡକୁ ହରାଇ ହାତେଇଲା ପ୍ରଥମ ଟାଇଟଲ

ଅନ୍ୟପଟେ ଚତୁଃରାଷ୍ଟ୍ରୀୟ ଜୁନିୟର ମହିଳା ହକିରେ ଭାରତ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ଏକ ମ୍ୟାଚ ଡ୍ର ରହିଥିଲା । ଅଗଷ୍ଟ 20 ତାରିଖରେ ଖେଳାଯାଇଥିବା ମ୍ୟାଚ 3-3 ଗୋଲରେ ଅମୀମାଂସିତ ରହିଥିଲା । ମ୍ୟାଚଟି ବେଶ ରୋମାଞ୍ଚକର ଥିଲା । ଇଂଲଣ୍ଡ ପ୍ରଥମେ 4ର୍ଥ ମିନିଟରେ ଗୋଲ ଖାତା ଖୋଲିଥିଲା । ଭାରତ ଷଷ୍ଠ ମିନିଟରେ ଏହା ପରିଶୋଧ କରିଥିଲା । ପରେ ଇଂଲଣ୍ଡ ପୁଣି 9ମ ଓ 10ମ ମିନିଟରେ ଆଉ 2ଟି ଗୋଲ କରିଥିଲା । ଭାରତ 49ତମ ଓ 53 ମିନିଟରେ ଗୋଲ ପରିଶୋଧ କରି ସ୍ଥିତି ବରାବର କରିଥିଲା । ଅମୀମାଂସିତ ମ୍ୟାଚ୍‌ରେ ଦୁଇ ଦଳ ପଏଣ୍ଟ ଭାଗ କରିଥିଲେ । ଏହା ପୂର୍ବରୁ ଭାରତୀୟ ଜୁନିୟର ମହିଳା ହକି ଦଳ ଜର୍ମାନୀ ବିପକ୍ଷ ମୁକାବିଲାରେ ପରାସ୍ତ ହୋଇଥିଲା । 3-1 ଗୋଲରେ ଜର୍ମାନୀଠୁ ପରାସ୍ତ ହୋଇଥିଲା ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.