କୋଲକାତା: ଭାରତୀୟ ଫୁଟବଲ ଟିମର ପୂର୍ବତନ କ୍ୟାପଟେନ ସମର ବାନାର୍ଜୀଙ୍କ ପରଲୋକ(Samar Banerjee passes away) । ଶନିବାର କୋଲକାତାର SSKM ହସ୍ପିଟାଲରେ ଭେଟେରାନ ଭାରତୀୟ ଖେଳାଳି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ସମର ବାନାର୍ଜୀ ଫୁଟବଲ ଜଗତରେ, ବାଦ୍ରୁ ବାନାର୍ଜୀ ଭାବେ ବେଶ ଲୋକପ୍ରିୟ ଥିଲେ । ଦୀର୍ଘ ଦିନ ଧରି ତାଙ୍କର ବୟସାଗତ ସ୍ବାସ୍ଥ୍ୟ ସମସ୍ୟା ରହିଥିଲା ।
ସମର ବାନାର୍ଜୀ ବର୍ଷ ୧୯୫୬ ମେଲବୋର୍ଣ୍ଣ ଅଲମ୍ପିକ୍ସରେ ଭାରତୀୟ ଟିମର ନେତୃତ୍ବ ନେଇଥିଲେ(Olympian footballer Samar Banerjee) । ଏହି ସଂସ୍କରଣର ଅଲମ୍ପିକ୍ସରେ ଭାରତ ସ୍ମରଣୀୟ ପ୍ରଦର୍ଶନ ସହ ଚତୁର୍ଥ ସ୍ଥାନ ଅଧିକାର କରିଥିଲା । ବାନାର୍ଜୀ ଜଣାଶୁଣା ଫୁଟବଲ କ୍ଳବ ମୋହୁ ବଗାନ ପକ୍ଷରୁ ମଧ୍ୟ ପ୍ରାୟ ୭ ବର୍ଷ ଖେଳିଛନ୍ତି ।
ଗତ ଜୁଲାଇ ୨୭ ତାରିଖରେ ବାନାର୍ଜୀ ଅଧିକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସ୍ଥାନୀୟ ସରକାରୀ SSKM ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।