କଟକ: ରାଜ୍ୟ ସରକାରଙ୍କ ନୂଆ କ୍ରୀଡା ନୀତି ନେଇ ବିବାଦ ଉପୁଜିଥିଲା । ରାଜ୍ୟର 16ଟି କ୍ରୀଡା ସଂଘ ସରକାରଙ୍କ ନିଷ୍ପତିକୁ ବିରୋଧ ମଧ୍ୟ କରିଥିଲେ ।
ତେବେ ଗତକାଲି ବସିଥିବା ବୈଠକରେ ପୂର୍ବ ନିଷ୍ପତିରେ ସଂଶୋଧନ କରାଯାଇଛି । 18 ବର୍ଷରୁ ଉର୍ଦ୍ଧ୍ବ ଖେଳାଳିଙ୍କୁ କ୍ରୀଡା ଛାତ୍ରାବାସରେ ରହିବାକୁ ଅନୁମତି ମିଳିଛି । ମାତ୍ର ସେମାନଙ୍କୁ ପ୍ରଭାବି ପ୍ରଦର୍ଶନ କରିବାକୁ ହେବ ବୋଲି ସର୍ତ୍ତ ରଖାଯାଇଛି ।
ଏହି ନିଷ୍ପତିକୁ ଗ୍ରହଣ କରି ନେଇଛି କ୍ରୀଡା ସଂଘ । ଅନ୍ୟପଟେ ପ୍ରତିଭା ଅନ୍ବେଷଣ ସହ ତୃଣମୂଳ ସ୍ଥରରେ କ୍ରୀଡାର ବିକାଶ ନେଇ ମତ ଦେଇଛନ୍ତି ପୂର୍ବତନ ଆଥଲେଟ ଓ କୋଚ । ରାଜ୍ୟର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ମାନଙ୍କରେ ଭିନ୍ନ ଭିନ୍ନ କ୍ରୀଡା ପାଇଁ କୋଚ ନଥିବା ସେମାନେ ଅଭିଯୋଗ କରିଛନ୍ତି ।
ଛାତ୍ରାବାସ ଉପରେ ଗୁରୁତ୍ବ ଦେଲେ ହେବନାନିଁ ବରଂ କିଟ ଭଳି ରେଭେନ୍ସା ଓ ଉତ୍କଳ ବିଶ୍ବବିଦ୍ୟାଳୟରେ କ୍ରୀଡା ଏକାଡେମୀ କରିବା ଆବଶ୍ୟକ ବୋଲି ଦାବି ହୋଇଛି ।
ଏହାଦ୍ବାରା କଲେଜରେ ପଢ଼ୁଥିବା ଇଛୁକ ଖେଳାଳି ଆଗକୁ ଯାଇ ବିଶ୍ବବିଦ୍ୟାଳୟ ସ୍ଥରୀୟ ପ୍ରତିଯୋଗିତାରେ ନିଜକୁ ପ୍ରମାଣିତ କରିବାର ସୁଯୋଗ ପାଇପାରିବେ । ଫଳରେ ପ୍ରତିଦୋନ୍ଦ୍ବୀତା ବୃଦ୍ଧି ସହ ଦକ୍ଷ ଖେଳାଳି ହୋଇ ଉଭା ହେବେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ