ETV Bharat / sports

ୱାର୍ଲ୍ଡ ଚମ୍ପିଆନସିପ ପାଇଁ ପ୍ରଣୟଙ୍କ ଜୋରଦାର ପ୍ରସ୍ତୁତି

author img

By

Published : Aug 16, 2022, 12:42 PM IST

ଆଗକୁ ଖେଳାଯିବାକୁ ଥିବା ବିଡବ୍ଲୁଏଫ ୱଲ୍ଡ ଚମ୍ପିଆନସିପରେ ଭାଗ ନେବାକୁ ଯାଉଛନ୍ତି । ଏଥିପାଇଁ ଜୋରଦାର ଅଭ୍ୟାସ ଜାରି ରଖି ସେ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଅଧିକ ପଢନ୍ତୁ

ବିଡବ୍ଲୁଏଫ ୱଲ୍ଡ ଚମ୍ପିଆନସିପ ପାଇଁ ଅଭ୍ୟାସ ଜାରି ରହିଛି : ଏଚଏସ ପ୍ରଣୟ

ହାଇଦ୍ରାବାଦ: ଆକ୍ଟିଭ ମୁଡରେ ଭାରତୀୟ ସଟଲର ତାରକା ଏଚଏସ ପ୍ରଣୟ(HS Prannoy) । ଆଗକୁ ଖେଳାଯିବାକୁ ଥିବା ବିଡବ୍ଲୁଏଫ ୱଲ୍ଡ ଚମ୍ପିଆନସିପରେ(World Championships) ଭାଗ ନେବାକୁ ଯାଉଛନ୍ତି । ଏଥିପାଇଁ ଜୋରଦାର ଅଭ୍ୟାସ ଜାରି ରଖି ସେ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଏନେଇ ସେ କହିଛନ୍ତି "ଜାପାନରେ ଅନୁଷ୍ଠିତ ହୋଇଥିବା ଟୋକିଓ ଅଲମ୍ପିକରେ କରିଥିବା ଭୁଲର ସେ ସୁଧାର ଆଣିବାକୁ ଚାହୁଁଛନ୍ତି । ଆଗାମୀ ପ୍ରତିଯୋଗିତାରେ ଏଭଳି ଭୁଲ ନ କରିବା ପାଇଁ ଧ୍ୟାନ ରଖିବି ।" ପ୍ରଣୟ ସ୍ପେନରେ ଖେଳାଯାଇଥିବା ବିଶ୍ବ ଚମ୍ପିଆନସିପ ସଂସ୍କରଣରେ କ୍ବାଟର ଫାଇନାଲରେ ପରାସ୍ତ ହୋଇଥିଲେ ।

ଏଚଏସ ପ୍ରଣୟ ଭାରତୀୟ ବ୍ୟାଡମିଣ୍ଟନରେ ଜଣେ ଆଗ ଧାଡିର ଖେଳାଳି । ବର୍ଷ ଆରମ୍ଭରୁ ଏଚଏସ ପ୍ରଣୟ ବ୍ୟଡମିଣ୍ଟନ ମାନ୍ୟତାରେ ୨୯- ୩୦ ସ୍ଥାନରେ ରହି ଆସୁଥିଲେ । ହେଲେ ତାଙ୍କର ଲଗାତାର ଦମଦାର ପ୍ରଦର୍ଶନ ତାଙ୍କୁ ବ୍ୟାଡମିଣ୍ଟନ ମାନ୍ୟତାରେ ୨୦ ପଜିସିନ ହାସଲ କରିବାରେ ସଫଳ ହୋଇଥିଲେ । ୨୦୧୮ ମସିହା ବିଶ୍ବ ଚମ୍ପିଆନସିପ ପରେ ପ୍ରଣୟ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ତାଙ୍କ ଖେଳ ଉପରେ ପ୍ରଭାବ ପଡିଥିଲା । ସେହିପରି ୨୦୨୦ ମସିହାରେ କରୋନା ସଂକ୍ରମିତ ହେବା କାରଣରୁ ପ୍ରଣୟଙ୍କ ଖେଳ ଉପରେ ଖରାପ ପ୍ରଭାବ ପଡିଥିଲା ।

ତାଙ୍କ ପ୍ରଦର୍ଶନ ଏତେଟା ଆଖି ଦୃଶିଆ ରହିନଥିଲା । ହେଲେ ସେ ହାର ମାନି ଯାଇ ନଥିଲେ । ତାଙ୍କର ପ୍ରଦର୍ଶନକୁ ଦମଦାର କରିବା ପାଇଁ ସେ ପ୍ରୟାସ ଜାରି ରଖିଥିଲେ । ଏଚଏସ ପ୍ରଣୟ ଇଣ୍ଡୋନେସିଆ ଓପନ ଏବଂ ମାଲେସିଆ ମାଷ୍ଟର୍ସରେ ସେମିଫାଇନାଲ ପର୍ଯ୍ୟନ୍ତ ପହଁଞ୍ଚି ଥିଲେ । ସେହିପରି ସ୍ବିସ ଓପନ ସୁପର ୩୦୦ ଫାଇନାଲ ମ୍ୟାଚରେ ପ୍ରବେଶ କରିବାର ସଫଳତା ହାସଲ କରିଥିଲେ ସଟଲର ଏଚଏସ ପ୍ରଣୟ । ଏହା ସହିତ ଥୋମାସ କପ ବିଶ୍ବ ବିଜେତାରେ ଏଚଏସ ପ୍ରଣୟଙ୍କର ଭୂମିକା ଭାରତୀୟ ଦଳ ପକ୍ଷରୁ ବହୁ ଗୁରୁତ୍ବପୂର୍ଣ୍ଣ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.