ETV Bharat / sports

Hockey World Cup 2023: ଏହି ୫ ଦେଶ ଦେଇଛନ୍ତି ଅଧିକ ଗୋଲ - Hockey World Cup highest goal country

ପୁଲ ମ୍ୟାଚ, କ୍ରସ ଓଭର ମ୍ୟାଚ ଏବଂ କ୍ବାର୍ଟର ଫାଇନାଲ ମ୍ୟାଚ ଶେଷ ହୋଇଛି । ତେବେ ନଜର ପକାନ୍ତୁ ଚଳିତ ବିଶ୍ବକପରେ କେଉଁ ଦଳ ଅଧିକ ଗୋଲ ଦେଇଛି । ଅଧିକ ପଢନ୍ତୁ

ହକି ବିଶ୍ବକପ ୨୦୨୩
ହକି ବିଶ୍ବକପ ୨୦୨୩
author img

By

Published : Jan 27, 2023, 8:35 PM IST

ହାଇଦ୍ରାବାଦ : ହକି ବିଶ୍ବକପ ୨୦୨୩ ଅନ୍ତିମ ପର୍ଯ୍ୟାୟରେ ପହଁଞ୍ଚିଛି । ପୁଲ ମ୍ୟାଚ, କ୍ରସ ଓଭର ମ୍ୟାଚ ଏବଂ କ୍ବାର୍ଟର ଫାଇନାଲ ମ୍ୟାଚ ଶେଷ ହୋଇଛି । ଆଜିଠୁ (ଶୁକ୍ରବାର) ଆରମ୍ଭ ହୋଇଛି ସେମିଫାଇନାଲ ମୁକାବିଲା । ହକି ବିଶ୍ବକପ ୨୦୨୩ରେ କ୍ବାର୍ଟର ଫାଇନାଲ ମ୍ୟାଚ ଶେଷ ହେବା ପର୍ଯ୍ୟନ୍ତ ୨୦୪ ଟି ଗୋଲ ହୋଇଛି । ଯେଉଁଥିରେ ୧୧୯ ଟି ଫିଲ୍ଡ ଗୋଲ ହୋଇଛି । ତେବେ ନଜର ପକାନ୍ତୁ ଚଳିତ ବିଶ୍ବକପରେ କେଉଁ ଦଳ ଅଧିକ ଗୋଲ ଦେଇଛି ।

ଏହି ୫ ଟି ଦେଶ ଦେଇଛନ୍ତି ଅଧିକ ଗୋଲ - ହକି ବିଶ୍ବକପ ୨୦୨୩ରେ ନେଦରଲାଣ୍ଡସ ୨୭ ଟି ଗୋଲ ଦେଇ ଶୀର୍ଷ ସ୍ଥାନରେ ରହିଛି । ଫିଲିକ୍ସ ଡେନେୟରଙ୍କ ନେତୃତ୍ବାଧୀନ ନେଦରଲାଣ୍ଡ ଟିମ ହକି ବିଶ୍ବକପ ୨୦୨୩ରେ ଏପର୍ଯ୍ୟନ୍ତ ଅପରାଜୟ ରହିଛି । ଦଳ ଚାରୋଟି ମ୍ୟାଚ ଖେଳି ଚାରୋଟି ମ୍ୟାଚରେ ବିଜୟ ଲାଭ କରିଛି । ସେହିପରି ଅଷ୍ଟ୍ରେଲିଆ ହକି ଦଳ ଏପର୍ଯ୍ୟନ୍ତ ଏହି ବିଶ୍ବକପ ଅଭିଯାନରେ ୨୪ ଟି ଗୋଲ ଦେଇ ଏହି ଗୋଲ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି । ସେପଟେ ଆର୍ଜେଣ୍ଟିନା ହକି ଦଳ ୨୨ ଗୋଲ ଦେଇ ଗୋଲ ତାଲିକାରେ ତୃତୀୟ ସ୍ଥାନରେ ରହିଛି । ଜର୍ମାନୀ ୫ ଟି ମ୍ୟାଚରୁ ୧୯ ଟି ଗୋଲଦେଇ ଚତୁର୍ଥ ସ୍ଥାନରେ ରହିଛି । ଭାରତ ୫ ଟି ମ୍ୟାଚରୁ ୧୭ ଟି ଗୋଲ ଦେଇ ପଞ୍ଚମ ସ୍ଥାନରେ ରହିଛି ।

ୱେଲ୍ସ, ଚିଲି, ଜାପାନଙ୍କ ଦେଇଛନ୍ତି କମ ଗୋଲ

ବେଲଜିୟମ ଚାରୋଟି ମ୍ୟାଚରୁ ୧୬ ଟି ଗୋଲ ଦ ଦେଇ ଷଷ୍ଠ ସ୍ଥାନରେ ରହିଛି । ଇଂଲଣ୍ଡ ଚାରୋଟି ମ୍ୟାଚରୁ ୧୧ ଟି ଗୋଲ ଦେଇ ସପ୍ତମ ସ୍ଥାନରେ ରହିଛି । ସ୍ପେନ ୧୦ ଟି ଗୋଲ ଦେଇ ଷଷ୍ଠ ସ୍ଥାନରେ ରହିଛି । ଇଂଲଣ୍ଡ ୯ ଟି ଗୋଲ ଦେଇ ସପ୍ତମ ସ୍ଥାନରେ ରହିଛି । ମାଲେସିଆ ୫ଟି ମ୍ୟାଚରୁ ୧୧ ଟି ଗୋଲ ଦେଇ ଅଷ୍ଟମ ସ୍ଥାନରେ ରହିଛି । ସ୍ପେନ ୫ ଟି ମ୍ୟାଚରୁ ୧୦ ଟି ଗୋଲ ଦେଇ ନବମ ସ୍ଥାନରେ ରହିଛି । ଫ୍ରାନ୍ସ ୫ ଟି ମ୍ୟାଚରୁ ୧୦ ଟି ଗୋଲ ଦେଇ ଦଶମ ସ୍ଥାନରେ ରହିଛି । ଜାପାନ ୪ ଟି ମ୍ୟାଚରୁ ୨ ଟି ଗୋଲ ଦେଇ ୧୬ ସ୍ଥାନରେ ରହିଛି । ସେହିପରି ପ୍ରଥମ ଥର ପାଇଁ ବିଶ୍ବକପ ଖେଳୁଥିବା ୱେଲ୍ସ ୪ ଟି ମୁକାବିଲାରୁ ୫ ଟି ଗୋଲ ଦେଇଛନ୍ତି । ଚିଲି ହକି ଟିମ ୪ ଟି ମ୍ୟାଚରୁ ୩ ଟି ଗୋଲ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.