ETV Bharat / sports

FIFA World Cup 2022: ଆର୍ଜେଣ୍ଟିନା ଓ ମେକ୍ସିକୋ ମ୍ୟାଚ ପୂର୍ବରୁ ସହରରେ ଲାଗିଲା ନିଆଁ - ଲୁସେଲରେ ଲାଗିଲା ନିଆଁ

ଚଳିତ ଫିଫା ବିଶ୍ବକପରେ ଆର୍ଜେଣ୍ଟିନା ଓ ମେକ୍ସିକୋ ମଧ୍ୟରେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଲୁସେଲ ସହରରେ ଲାଗିଲା ନିଆଁ । ସହରର ଏକ ନିର୍ମାଣାଧିନ ବିଲ୍‌ଡିଂରେ ନିଆଁ ଲାଗିଯାଇଥିଲା । ତେବେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

FIFA World Cup 2022: ଆର୍ଜେଣ୍ଟିନା ଓ ମେକ୍ସିକୋ ମ୍ୟାଚ ପୂର୍ବରୁ ଲୁସେଲରେ ଲାଗିଲା ନିଆଁ

author img

By

Published : Nov 26, 2022, 7:43 PM IST

ଦୋହା: ଫିଫା ବିଶ୍ବକପରେ ଆର୍ଜେଣ୍ଟିନା ଓ ମେକ୍ସିକୋ ମଧ୍ୟରେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ କାତାରର ଲୁସେଲ ସହରରେ ଲାଗିଲା ନିଆଁ । ସହରର ଏକ ନିର୍ମାଣାଧିନ ବିଲ୍‌ଡିଂରେ ନିଆଁ ଲାଗିଯାଇଥିଲା । ତେବେ ସେଠାରେ ସ୍ଥାନୀୟ ସମୟ ଅନୁସାରେ ସନ୍ଧ୍ୟାରେ ଆର୍ଜେଣ୍ଟିନା ଓ ମେକ୍ସିକୋ ମଧ୍ୟରେ ମ୍ୟାଚ ହେବାକୁ ସ୍ଥିର ହୋଇଛି । ତେବେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି ।

ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ ସେଠାରେ ଦ୍ବିପ୍ରହର ସମୟରେ ଏକ ଦ୍ବୀପରେ ନିଆଁ ଲାଗିଯାଇଥିଲା । ଏହି ଦ୍ବୀପ କତାରର ଲୁସେଲ ସହରର ଅଂଶ ହୋଇଥିବାବେଳେ ଏହି ଲୁସେଲରେ ଚଳିତ ଫିଫା ବିଶ୍ବକପର ଅନେକ ମ୍ୟାଚ ଆୟୋଜିତ କରାଯାଇଛି । ତେବେ ଏଠାରେ ଆଜି (ଶନିବାର) ରାତିରେ ଆର୍ଜେଣ୍ଟିନା ଓ ମେକ୍ସିକୋ ମଧ୍ୟରେ ମୁକାବିଲା ହେବାର ଯୋଜନା ରହିଛି ।

ତେବେ ଏହି ଅଗ୍ନିକାଣ୍ଡ ଲୁସେଲ ଷ୍ଟାଡିୟମ ଠାରୁ ପ୍ରାୟ ୩.୫ କିମି ଦୂରରେ ଘଟିଥିଲା । ଏହି ଅଗ୍ନିକାଣ୍ଡ ଫଳରେ ମଧ୍ୟ ଦୋହାର ଏକ ବଜାର ଆକାଶରେ ଗାଢ଼ କଳା ଧୂଆଁ ଦେଖିବାକୁ ମିଳିଥିଲା । ଏହି ବଜାରରେ ଥିବା ବିଭିନ୍ନ ଦୋକାନ ଓ ହୋଟେଲରେ ବିଶ୍ବକପର ପ୍ରଶଂସକମାନେ ଚଳ ପ୍ରଚଳ ହୋଇଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.