ETV Bharat / sports

FIH Pro League: ଆମେରିକା ବିିିପକ୍ଷରେ ଭାରତର ଦମଦାର ବିଜୟ - indian vs usa hockry match result

ଏଫଆଇଏଚ ମହିଳା ପ୍ରୋ ଲିଗରେ ଭାରତର ଦମଦାର ପ୍ରଦର୍ଶନ । ଆମେରିକା ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଭାରତ । ଅଧିକ ପଢନ୍ତୁ

ଆମେରିକା ବିକ୍ଷରେ ଭାରତର ଦମଦାର ବିଜୟ
ଆମେରିକା ବିକ୍ଷରେ ଭାରତର ଦମଦାର ବିଜୟ
author img

By

Published : Jun 23, 2022, 1:52 PM IST

ରୋଟରଡାମ: ଏଫଆଇଏଚ ମହିଳା ପ୍ରୋ ଲିଗରେ ଭାରତର ଦମଦାର ପ୍ରଦର୍ଶନ । ଆମେରିକା ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଭାରତ । ବନ୍ଦନାଙ୍କ ଡବଲ ଗୋଲ ବଳରେ ଆମେରିକାକୁ 4-0ରେ ହରାଇ ଉଭୟ ମ୍ୟାଚ ଜିତି କ୍ଲିନ ସୁଇପ କରିଛି ଭାରତ । ପ୍ରଥମ ମ୍ୟାଚରେ 4-2 ଗୋଲରେ ବିଜୟୀ ହୋଇଥିଲା ଦଳ ।

ମ୍ୟାଚ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଉଭୟ ପ୍ରଥମ ଓ ଦ୍ବିତୀୟ କ୍ବାର୍ଟର ଖେଳ ଗୋଲଶୂନ୍ୟ ରହିଥିଲା । ପରେ ଭାରତ ଜବରଦସ୍ତ କମବ୍ୟାକ କରିଥିଲା । ପ୍ରଥମାର୍ଦ୍ଧ ଖେଳ ପରେ ବନ୍ଦନା କାଟାରିଆ ଗୋଲ କରିଥିଲେ । ପେନାଲ୍ଟି କର୍ଣ୍ଣର ରୂପେ ଦଳକୁ ଏହି ଗୋଲ ମିଳିଥିଲା । ଅନ୍ତିମ କ୍ବାର୍ଟରରେ ଭାରତ ଶେଷ 3ଟି ଗୋଲ କରିଥିଲା । 3ଟି ଯାକ ଗୋଲ ଫିଲ୍ଡ ଗୋଲରୁ ମିଳିଥିଲା । 54 ମିନିଟରେ ବନ୍ଦନା କାଟାରିଆ ଓ ସୋନିଆ ଏବଂ 57 ମିନିଟରେ ସଙ୍ଗୀତା ଗୋଲ କରି ଦଳକୁ ଜିତାଇଥିଲେ । ବନ୍ଦନା ଦୁଇଟି ଗୋଲ ସ୍କୋର କରି ବିଜୟର ମୁଖ୍ୟ ଭୂମିକା ତୁଲାଇଥିଲେ ।

ଆରମ୍ଭରୁ ଆକ୍ରମଣ କରିଥିବା ଆମେରିକା ଦ୍ବିତୀୟ ମିନିଟରେ ଗୋଲି କରିବାକୁ ପାଇ ଥିବା ସୁଯୋଗଙ୍କୁ ବିଫଳ କରିଥିଲେ ଗୋଲକିପର ତଥା ଅଧିନାୟିକା ସବିତା । ଅନ୍ତିମ ସମୟରେ ସବିତାଙ୍କ ଚମର୍କାର ଡବଲ ସେଭ ଯୋଗୁଁ ଭାରତ ମ୍ୟାଚକୁ 4-0ରେ ଜିତି ନେଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.