ଭୁବନେଶ୍ବର: ଐତିହାସିକ କଳିଙ୍ଗ ହକି ଷ୍ଟାଡିୟମରେ ଭାରତୀୟ ମହିଳା ହକି ଟିମର ଜବରଦସ୍ତ ପ୍ରଦର୍ଶନ । ଶୁକ୍ରବାର ଖେଳାଯାଇଥିବା FIH ପ୍ରୋ-ଲିଗ୍ ମ୍ୟାଚ୍ରେ ବିଶ୍ବ ମହିଳା ହକି ମାନ୍ୟତାର ନମ୍ବର ୧ ସ୍ଥାନରେ ଥିବା ନେଦରଲାଣ୍ଡ୍ସକୁ ୨-୧ ଗୋଲ୍ରେ ହରାଇଛି ଘରୋଇ ଟିମ । ଭାରତ ପକ୍ଷରୁ ନେହା ଓ ସୋନିକା ଗୋଲ୍ ସ୍କୋରର ରହିଥିଲେ । ନେରଲାଣ୍ଡ୍ସ ପକ୍ଷରୁ ୟିବି ଜାନସେନ ଏକମାତ୍ର ଗୋଲ୍ କରିଥିଲେ । ମ୍ୟାଚ୍ ଆରମ୍ଭରୁ ଭାରତୀୟ ଟିମ ଆକ୍ରମଣାତ୍ମକ ରଣନୀତି ଆପଣାଇ ଖେଳିଥିଲା । ମ୍ୟାଚ୍ର ଏକାଦଶତମ ମିନିଟ୍ରେ ନେହା ପ୍ରଥମ ଗୋଲ୍ କରି ଘରୋଇ ଟିମକୁ ୧-୦ରେ ଆଗୁଆ କରାଇଥିଲେ ।
-
𝗜𝗻𝗱𝗶𝗮 𝗯𝗲𝗮𝘁 𝗪𝗼𝗿𝗹𝗱 𝗡𝗼. 1️⃣ 𝗡𝗲𝘁𝗵𝗲𝗿𝗹𝗮𝗻𝗱𝘀! 👏👏
— Odisha Sports (@sports_odisha) April 8, 2022 " class="align-text-top noRightClick twitterSection" data="
The Netherlands try to make a comeback but the resilient Indian Women hold on to the first half lead as they win 2-1.
Many Congratulations! #FIHProLeague #KalingaStadium #INDvNED pic.twitter.com/lXWnjzUeif
">𝗜𝗻𝗱𝗶𝗮 𝗯𝗲𝗮𝘁 𝗪𝗼𝗿𝗹𝗱 𝗡𝗼. 1️⃣ 𝗡𝗲𝘁𝗵𝗲𝗿𝗹𝗮𝗻𝗱𝘀! 👏👏
— Odisha Sports (@sports_odisha) April 8, 2022
The Netherlands try to make a comeback but the resilient Indian Women hold on to the first half lead as they win 2-1.
Many Congratulations! #FIHProLeague #KalingaStadium #INDvNED pic.twitter.com/lXWnjzUeif𝗜𝗻𝗱𝗶𝗮 𝗯𝗲𝗮𝘁 𝗪𝗼𝗿𝗹𝗱 𝗡𝗼. 1️⃣ 𝗡𝗲𝘁𝗵𝗲𝗿𝗹𝗮𝗻𝗱𝘀! 👏👏
— Odisha Sports (@sports_odisha) April 8, 2022
The Netherlands try to make a comeback but the resilient Indian Women hold on to the first half lead as they win 2-1.
Many Congratulations! #FIHProLeague #KalingaStadium #INDvNED pic.twitter.com/lXWnjzUeif
ଏହାପରେ ଦ୍ବିତୀୟ କ୍ବାର୍ଟର ଶେଷ ଭାଗରେ ୨୮ତମ ମିନିଟ୍ରେ ସୋନିକା ଭାରତ ପକ୍ଷରୁ ଦ୍ବିତୀୟ ଗୋଲ୍ କରିଥିଲେ । ନେଦରଲଲାଣ୍ଡ ତୃତୀୟ କ୍ବାର୍ଟରରେ ୪୦ ତମ ମିନିଟ୍ରେ ଗୋଲ୍ କରିଥିଲା ଓ ସ୍କୋର୍ ବରାବର ପାଇଁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲା । ମ୍ୟାଚ୍ର ଶେଷ ପର୍ଯ୍ୟନ୍ତ ଭାରତୀୟ ଡିଫେନ୍ସ ଦମଦାର ପ୍ରଦର୍ଶନ ସହ ଲିଡ୍ ବଜାୟ ରଖିବାରେ ସଫଳ ହୋଇଥିଲେ । ଫଳରେ ୨-୧ରେ ମ୍ୟାଚ୍ ଜିତିନେଇଥିଲା ୱମେନ ଇନ୍ ବ୍ଲୁ । ଏହି ମ୍ୟାଚ୍ ମଧ୍ୟ ଭାରତୀୟ ମହିଳା ହକି ଟିମର ଷ୍ଟାର ଖେଳାଳୀ ନବନୀତ କୌରଙ୍କ ୧୦୦ତମ ମ୍ୟାଚ୍ ଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ