ଭୁବନେଶ୍ବର: ଚଳିତ FIH ପ୍ରୋ-ଲିଗ୍ରେ ଇଂଲଣ୍ଡକୁ ୩-୨ରେ ସଂଘର୍ଷପୂର୍ଣ୍ଣ ସୁଟ୍ଆଉଟ୍ରେ ହରାଇଲା ଭାରତ । ଏଥିସହ ବୋନସ ପଏଣ୍ଟ ମଧ୍ୟ ହାତେଇଛି ମେନ ଇନ୍ ବ୍ଲୁ । ଐତିହାସିକ କଳିଙ୍ଗ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ୩-୩ରେ ଶେଷ ହୋଇଥିଲା । ପରେ ସୁଟ୍ଆଉଟ୍ ମାଧ୍ୟମରେ ମ୍ୟାଚ୍ର ବିଜେତା ନିର୍ଣ୍ଣୟ କରାଯାଇଥିଲା । ଭାରତ ୩-୨ରେ ସୁଟ୍ଆଉଟ୍ରେ ବାଜିମାରି ନେଇଥିଲା । ଭେଟେରାନ ହରମନପ୍ରୀତ ସିଂ ପ୍ଲେଆର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
-
𝗕𝗼𝗻𝘂𝘀 𝗽𝗼𝗶𝗻𝘁 𝗳𝗼𝗿 𝗜𝗻𝗱𝗶𝗮!
— Odisha Sports (@sports_odisha) April 2, 2022 " class="align-text-top noRightClick twitterSection" data="
In a hard-fought match at the #KalingaStadium, the England men hold #India to a 3-3 draw in full-time, but India win the shootout by 3-2 goals.
Well played, India 👏👏#FIHProLeague #INDvENG pic.twitter.com/X4C9LBc05A
">𝗕𝗼𝗻𝘂𝘀 𝗽𝗼𝗶𝗻𝘁 𝗳𝗼𝗿 𝗜𝗻𝗱𝗶𝗮!
— Odisha Sports (@sports_odisha) April 2, 2022
In a hard-fought match at the #KalingaStadium, the England men hold #India to a 3-3 draw in full-time, but India win the shootout by 3-2 goals.
Well played, India 👏👏#FIHProLeague #INDvENG pic.twitter.com/X4C9LBc05A𝗕𝗼𝗻𝘂𝘀 𝗽𝗼𝗶𝗻𝘁 𝗳𝗼𝗿 𝗜𝗻𝗱𝗶𝗮!
— Odisha Sports (@sports_odisha) April 2, 2022
In a hard-fought match at the #KalingaStadium, the England men hold #India to a 3-3 draw in full-time, but India win the shootout by 3-2 goals.
Well played, India 👏👏#FIHProLeague #INDvENG pic.twitter.com/X4C9LBc05A
ମ୍ୟାଚ୍ ଆରମ୍ଭରୁ ଉଭୟ ଟିମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଅଷ୍ଟମ ମିନିଟ୍ରେ ଇଂଲଣ୍ଡର ନିକୋଲାସ ବାନ୍ଦୁରକ ପ୍ରଥମ ଗୋଲ୍ କରି ଇଂଲଣ୍ଡକୁ ୧-୦ରେ ଆଗୁଆ କରାଇଥିଲେ । ତେବେ ପ୍ରଥମ କ୍ବାର୍ଟର ଶେଷ ହେବାର ଠିକ୍ ପୂର୍ବରୁ ୧୪ତମ ମିନିଟ୍ରେ ଅଭିଶେକ ଏକ ଦମଦାର ଗୋଲ୍ ସ୍କୋର କରିବା ପରେ ୧-୧ରେ ଉଭୟ ଟିମ ବରାବର ରହିଥିଲେ ।
ପରେ ସମଶେର ସିଂ ଟିମ ଇଣ୍ଡିଆ ପାଇଁ ୨୭ତମ ମିନିଟ୍ରେ ଦ୍ବିତୀୟ ଗୋଲ୍ କରିଥିଲେ ୨-୧ରେ ଆଗୁଆ ହୋଇଥିଲା ଘରୋଇ ଟିମ୍ । ମାତ୍ର ଏହାର ଠିକ୍ ଗୋଟିଏ ମିନିଟ୍ ପରେ ଅର୍ଥାତ ୨୮ତମ ମିନିଟ୍ରେ ନିକୋଲାସ ଦ୍ବିତୀୟ ଗୋଲ୍ କରିବା ପରେ ପୁଣି ସ୍କୋର ବରାବର ହୋଇଥିଲା । ପରେ ଚତୁର୍ଥ କ୍ବାର୍ଟରରେ ଭାରତ ପାଇଁ ହରମନପ୍ରୀତ ସିଂ ୫୨ତମ ମିନିଟ୍ରେ ଗୋଲ୍ କରିଥିଲେ ଓ ଇଂଲଣ୍ଡ ପାଇଁ ମ୍ୟାଚ୍ ଶେଷ ହେବାର କିଛି ସେକେଣ୍ଡ ପୂର୍ବରୁ ୬୦ତମ ମିନିଟ୍ରେ ଗୋଲ୍ କରିଥିଲେ ସାମ ୱାର୍ଡ । ଫଳରେ ମ୍ୟାଚ୍ ୩-୩ରେ ଶେଷ ହେବାସହ ସୁଟ୍ଆଉଟ୍ରେ ଫଳାଫଳ ନିର୍ଣ୍ଣୟ ପାଇଁ ସ୍ଥିର ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ