ଜୁରୀଚ: ଭାରତୀୟ ଅଲମ୍ପିକ ଆସୋସିଏସନ(IOA) ସଭାପତି ନରିନ୍ଦର ବାତ୍ରାଙ୍କ ସମର୍ଥନରେ ଅନ୍ତର୍ଜାତୀୟ ହକି ଫେଡେରେସନ । ଆଇଓଏ ଉପ-ସଭାପତି ସୁଧାଂଶୁ ମିତ୍ତଲ ସଭପତି ବାତ୍ରାଙ୍କ ନାମରେ ମିଥ୍ୟା ସତ୍ୟପାଠ ଓ ଅନିୟମିତରେ ନିର୍ବାଚନରେ ଜିତିଥିବା ଅଭିଯୋଗ ଆଣିଥିଲେ । ଏନେଇ ଅଲମ୍ପିକର ସର୍ବୋଚ୍ଚ ପରିଚାଳନା କମିଟିକୁ ଚିଠି ମଧ୍ୟ ଲେଖିଥିଲେ ।
ତେବେ FIH ମୁଖ୍ୟଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାଷ୍ଠାନ ହେବ ନାହିଁ ବୋଲି ଅନ୍ତର୍ଜାତୀୟ ହକି ଫେଡେରେସନ ସ୍ପଷ୍ଟ କରିଛି ।
ଡିସେମ୍ବର 2017ରେ ହୋଇଥିବା ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ନିର୍ବାଚନରେ ନରିନ୍ଦର ବାତ୍ରା ନିର୍ବାଚିତ ହୋଇଥିଲେ । ତେବେ ଏହି ପଦରେ ନିର୍ବାଚନ ଲଢିବାକୁ ବାତ୍ରା ଅଯୋଗ୍ୟ ଥିଲେ ବୋଲି ଅଭିଯୋଗ ଆଣିଥିଲେ ସୁଧାଂଶୁ ମିତ୍ତଲ । ମାତ୍ର ନରିନ୍ଦର ବାତ୍ରା ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ । FIF ସିଇଓ ଥିଏରୀ ୱେଲ ଓ IOC ସଭାପତି ଥୋମାସ ବାଚ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ