ଭାଲେନସିଆ (ସ୍ପେନ): ବିଜୟରୁ ଅଭିଯାନ ଆରମ୍ଭ ଓ ବିଜୟରେ ଶେଷ । ଏଫଆଇଏଚ ହକି ମହିଳା ନେସନ୍ସ କପ ଟାଇଟଲ ହାତେଇଛି ଭାରତ । ଫାଇନାଲ ମୁକାବିଲାରେ 1-0 ଗୋଲରେ ସ୍ପେନକୁ ହରାଇ ଚମ୍ପିଆନ ହୋଇଛି ଭାରତୀୟ ମହିଳା ହକି ଦଳ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜୟ ରହିଥିଲା । ଏହି ସଫଳତା ସହିତ ଭାରତ ମହିଳା ପ୍ରୋ ଲିଗ ପାଇଁ ଯୋଗ୍ୟତା ଅର୍ଜନ କରିଛି ।
-
That @thehockeyindia trophy lift 🥹🇮🇳🏆
— International Hockey Federation (@FIH_Hockey) December 17, 2022 " class="align-text-top noRightClick twitterSection" data="
Winners of the #FIHNationsCup and qualification to the #FIHProLeague 👏
Watch all the highlights on the @watchdothockey app 📲 pic.twitter.com/yKE5zz9HRy
">That @thehockeyindia trophy lift 🥹🇮🇳🏆
— International Hockey Federation (@FIH_Hockey) December 17, 2022
Winners of the #FIHNationsCup and qualification to the #FIHProLeague 👏
Watch all the highlights on the @watchdothockey app 📲 pic.twitter.com/yKE5zz9HRyThat @thehockeyindia trophy lift 🥹🇮🇳🏆
— International Hockey Federation (@FIH_Hockey) December 17, 2022
Winners of the #FIHNationsCup and qualification to the #FIHProLeague 👏
Watch all the highlights on the @watchdothockey app 📲 pic.twitter.com/yKE5zz9HRy
ଶନିବାର ଅନୁଷ୍ଠିତ ଫାଇନାଲ ଫାଇଟ ବେଶ ରୋମାଞ୍ଚକର ହୋଇଥିଲା । ଭାରତ ପକ୍ଷରୁ ଗୁରଜିତ କୌର ମ୍ୟାଚର 6ଷ୍ଠ ମିନିଟରେ ପେନାଲ୍ଟି କର୍ଣ୍ଣରରୁ ଦେଇଥିବା ଗୋଲଟି ଶେଷରେ ନିର୍ଣ୍ଣାୟର ହୋଇଥିଲା । 8 ଦଳକୁ ନେଇ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ କ୍ରମାଗତ 5ମ ବିଜୟ ସହ ଚମ୍ପିଆନ ହୋଇଛି । ସେମିଫାଇନାଲରେ ଭାରତ ଆୟର୍ଲାଣ୍ଡକୁ 2-1 ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚରେ ସ୍ପେନ ଖାତା ଖୋଲି ପାରି ନଥିଲା । ସ୍ପେନ ପ୍ରଥମେ ପେନାଲ୍ଟି କର୍ଣ୍ଣର ପାଇଥିଲେ ବି ଭାରତୀୟ ଦଳର ଅଧନାୟିକା ତଥା ଗୋଲକିପର ସବିତା ପୁନିଆ ଚମତ୍କାର ଢଙ୍ଗରେ ଗୋଲ ରକ୍ଷା କରିଥିଲେ । ଫଳରେ ଭାରତର ଆଶା ଉଜ୍ଜୀବିତ ହୋଇଥିଲା । ମ୍ୟାଚର ଷଷ୍ଠ ମିନିଟରେ ଭାରତ ପ୍ରଥମ ପେନାଲ୍ଟି କର୍ଣ୍ଣର ପାଇଥିଲା ଏବଂ ଏହାକୁ ଗୋଲରେ ପରିଣତ କରିଥିଲା । ଶେଷରେ ଭାରତ ଗୋଟିଏ ଗୋଲରେ ଅଗ୍ରଣୀ ରହି ବାଜି ମାରିଥିଲା ।
-
𝐅𝐮𝐥𝐥 𝐓𝐢𝐦𝐞: 𝐒𝐩𝐚𝐢𝐧 𝟎-𝟏 𝐈𝐧𝐝𝐢𝐚
— International Hockey Federation (@FIH_Hockey) December 17, 2022 " class="align-text-top noRightClick twitterSection" data="
They came, they saw & they conquered!
Team #India 🇮🇳 are crowned the champions of the first-ever women’s #FIHNationsCup beating Spain 1-0. With this, they qualify for the 2023-24 #FIHProLeague.@TheHockeyIndia pic.twitter.com/bRzRiHFeMF
">𝐅𝐮𝐥𝐥 𝐓𝐢𝐦𝐞: 𝐒𝐩𝐚𝐢𝐧 𝟎-𝟏 𝐈𝐧𝐝𝐢𝐚
— International Hockey Federation (@FIH_Hockey) December 17, 2022
They came, they saw & they conquered!
Team #India 🇮🇳 are crowned the champions of the first-ever women’s #FIHNationsCup beating Spain 1-0. With this, they qualify for the 2023-24 #FIHProLeague.@TheHockeyIndia pic.twitter.com/bRzRiHFeMF𝐅𝐮𝐥𝐥 𝐓𝐢𝐦𝐞: 𝐒𝐩𝐚𝐢𝐧 𝟎-𝟏 𝐈𝐧𝐝𝐢𝐚
— International Hockey Federation (@FIH_Hockey) December 17, 2022
They came, they saw & they conquered!
Team #India 🇮🇳 are crowned the champions of the first-ever women’s #FIHNationsCup beating Spain 1-0. With this, they qualify for the 2023-24 #FIHProLeague.@TheHockeyIndia pic.twitter.com/bRzRiHFeMF
ଏହା ବି ପଢନ୍ତୁ...FIFA World Cup: 24ବର୍ଷ ପରେ ତୃତୀୟ ସ୍ଥାନ ଅଧିକାର କଲା କ୍ରୋଏସିଆ
ପୁଲ ମ୍ୟାଚରେ ପ୍ରଥମ ମ୍ୟାଚରେ ଚିଲିକୁ ହରାଇ ଅଭିଯାନ ଆରମ୍ଭ କରିଥିଲା ଦଳ । ଏହାପରେ ଜାପାନକୁ ହରାଇଥିଲା । ତୃତୀୟ ପୁଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ସେମିରେ ପ୍ରବେଶ କରିଥିଲା ଭାରତୀୟ ମହିଳା ହକି ଦଳ । ସେମି ଫାଇନାଲରେ ଆୟର୍ଲାଣ୍ଡକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା । ଏଫଆଇଏଚ ହକି ମହିଳା ନେସନ୍ସ କପ ବିଜେତା ସହ ମହିଳା ହକି ଲିଗ୍ 2023-24 ପାଇଁ ଯୋଗ୍ୟତା ଅର୍ଜନ କରିିଛି ଭାରତ । ହକି ଇଣ୍ଡିଆ ପକ୍ଷରୁ ବିଜେତା ଦଳ ପାଇଁ ପୁରସ୍କାର ରାଶି ଘୋଷଣା ହୋଇଛି । ଦଳର ପ୍ରତି ଖେଳାଳିଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିଥିବା ବେଳେ ଦଳ ପ୍ରତି ଷ୍ଟାଫଙ୍କୁ 1 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ରାଶି ମିଳିଛି ।