ଭାଲେନସିଆ (ସ୍ପେନ): ମହିଳା ହକି ନେସନ୍ସ କପରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି ( Hockey Nations Cup) । ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତି ବିଜୟ ଧାରା ବଜାୟ ରଖିଛି ଭାରତୀୟ ଦଳ । ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ବିଜୟ ସହ ହ୍ୟାଟ୍ରିକ ସଫଳତା ହାସଲ କରିଛି ଦଳ । ତୃତୀୟ ପୁଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ 2-0ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ । ସେମିମୁକାବିଲାରେ ଆୟର୍ଲାଣ୍ଡକୁ ଭେଟିବ ଭାରତ ।
-
Full-Time: India 2-0 South Africa
— International Hockey Federation (@FIH_Hockey) December 14, 2022 " class="align-text-top noRightClick twitterSection" data="
Dominant India make it 3 wins out of 3 in the #FIHNations Cup to seal the top position of Pool B and set up a semifinal clash against Ireland.
📲 Watch every game live on https://t.co/igjqkvhUYl. Passes available worldwide. pic.twitter.com/cBD0ARmExp
">Full-Time: India 2-0 South Africa
— International Hockey Federation (@FIH_Hockey) December 14, 2022
Dominant India make it 3 wins out of 3 in the #FIHNations Cup to seal the top position of Pool B and set up a semifinal clash against Ireland.
📲 Watch every game live on https://t.co/igjqkvhUYl. Passes available worldwide. pic.twitter.com/cBD0ARmExpFull-Time: India 2-0 South Africa
— International Hockey Federation (@FIH_Hockey) December 14, 2022
Dominant India make it 3 wins out of 3 in the #FIHNations Cup to seal the top position of Pool B and set up a semifinal clash against Ireland.
📲 Watch every game live on https://t.co/igjqkvhUYl. Passes available worldwide. pic.twitter.com/cBD0ARmExp
ଆରମ୍ଭରୁ ମ୍ୟାଚରେ କଡା ଟକ୍କର ହୋଇଥିଲା । ଖାତା ଖୋଲିବାକୁ ଦୁଇଦଳ ଜୋରଦାର ପ୍ରୟାସ କରିଥିଲେ । 14 ମିନିଟରେ ଭାରତ ପକ୍ଷରୁ ଓଡିଶାର ଦୀପଗ୍ରେସ ଏକ୍କା ଗୋଲ କରି ଖାତା ଖୋଲିଥିଲେ । ପ୍ରଥମାର୍ଦ୍ଧ ସୁଦ୍ଧା 1-0ରେ ଆଗୁଆ ଥିଲା ଭାରତ । ଗୋଲ ପରିଶୋଧ କରିବାକୁ ଦକ୍ଷିଣ ଆଫ୍ରିକା ଜୋରଦାର ପ୍ରୟାସ କରିଥିଲା । ଚତୁର୍ଥ କ୍ବାର୍ଟର ମ୍ୟାଚ ଶେଷ ହେବାକୁ ଗୋଟିଏ ମିନିଟ ବାକି ଥିବାବେଳେ 59ତମ ମିନିଟରେ ଗୁରଜିତ କୌର ଆଉ ଏକ ଗୋଲ କରି ଦଳର ବିଜୟ ବ୍ୟବଧାନକୁ 2-0ରେ ପହଞ୍ଚାଇଥିଲେ । ହ୍ୟାଟ୍ରିକ ବିଜୟ ସହ ଅପରାଜେୟ ରହି ସେମିରେ ପ୍ରବେଶ କରିଛି ଭାରତ ।
ଏହା ବି ପଢନ୍ତୁ...Womens INDvsAUS 3rd T20I: ଏଲିସି ପେରୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ୨୧ରନରେ ଅଷ୍ଟ୍ରେଲିଆ ବିଜୟୀ
ଏହା ପୂର୍ବରୁ ପ୍ରଥମ ଓ ଦ୍ବିତୀୟ ପୁଲ ମ୍ୟାଚରେ ଯଥାକ୍ରମେ ଚିଲି ଓ ଜାପାନକୁ ପରାସ୍ତ କରିଥିଲା ଦଳ । 2018 ଏସିଆନ ଗେମ୍ସ ଫାଇନାଲରେ ଜାପାନଠୁ ପରାସ୍ତ ହୋଇଥିବା ଭାରତ । ପୂର୍ବ ତ୍ରୁଟିକୁ ସୁଧାରି ନେଶନ୍ସ କପରେ ଜାପାନକୁ ହରାଇ ବିଜୟଧାରା ବଜାୟ ରଖଥିଲା ଦଳ । ଏହାର ଶେଷ ଲିଗ ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ହାସଲ କରି ସେମିରେ ସ୍ଥାନ ପକ୍କା କରିଛି ଭାରତୀୟ ମହିଳା ହକି ଦଳ । 16 ଓ 17ରେ ନକଆଉଟ ପର୍ଯ୍ୟାୟ ମ୍ୟାଚ ଅନୁଷ୍ଠିତ ହେବ । ଏହି ଇଭେଣ୍ଟରେ ଚମ୍ପିଆନ ଦଳ ଏଫଆଇଏଚ ମହିଳା ହକି ଲିଗ୍ 2023-24 ପାଇଁ ଯୋଗ୍ୟତା ଅର୍ଜନ କରିବ । 8ଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି ।