ETV Bharat / sports

FIFA World Cup: ସାମ୍ବାଦିକ ପ୍ରଶ୍ନ ପଚାରିବା ବଦଳରେ କହିଲେ ଆଇ ଲଭ ୟୁ

author img

By

Published : Nov 25, 2022, 2:49 PM IST

ନେଦରଲାଣ୍ଡ କୋଚ୍‌ ଭାନ୍‌ ଗଲ୍‌ ସାମ୍ବାଦିକ ସମ୍ମିଳନୀରେ ପ୍ରସ୍ତୁତ ଥିଲେ ଓ ଜଣେ ସାମ୍ବାଦିକ ଉଠି ମାଇକ୍‌ ଧରିଲେ ଓ ପ୍ରଶ୍ନ ପଚାରିବାକୁ ଛିଡାହେଲେ । ମାତ୍ର ସାମ୍ବାଦିକ ଜଣଙ୍କ ଯାହା କହିଲେ, ସେଥିରେ ସେଠାରେ ଉପସ୍ଥିତ ଥିବା ସମସ୍ତେ ନିଜର ହସ ରୋକି ପାରିନଥିଲେ ।

FIFA World Cup: Netherlands coach Van Gaal hugs reporter
FIFA World Cup: ଯେବେ ସାମ୍ବାଦିକ ପ୍ରଶ୍ନ ପଚାରିବା ବଦଳରେ କହିଲେ ଆଇ ଲଭ ୟୁ

ଦୋହା: ରୋମାଞ୍ଚକର ମ୍ୟାଚ୍‌ ସହ କାତାରରେ ଆଗେଇଚାଲିଛି ଫୁଟବଲ ବିଶ୍ବକପ ୨୦୨୨ର ମେଗା ଟୁର୍ଣ୍ଣାମେଣ୍ଟ । ପ୍ରତି ଟିମ ପାଇଁ ମ୍ୟାଚ୍‌ ପୂର୍ବରୁ ଓ ପରେ ସାମ୍ବାଦିକ ସମ୍ମିଳନୀର ପରମ୍ପରା ରହିଛି । ଯେଉଁଥିରେ ମ୍ୟାଚ୍‌ରେ ପ୍ରଦର୍ଶନକୁ ନେଇ ବିଶ୍ବକପ ଖବର ପ୍ରସାରଣ କରିବାକୁ ଉପସ୍ଥିତ ଥିବା ସାରା ବିଶ୍ବର ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ପ୍ରତିକ୍ରିୟା ରଖିଥାନ୍ତି ଟିମର ପ୍ରତିନିଧି । ତେବେ ଏହି କ୍ରମରେ ନେଦରଲାଣ୍ଡ କୋଚ୍‌ ଭାନ୍‌ ଗଲ୍‌ଙ୍କ ସହ ପ୍ରି-ମ୍ୟାଚ୍‌ ପ୍ରେସ କନ୍ଫରେନ୍ସରେ ଘଟିଛି ଏକ ମଜାଦାର କଥା, ଯାହା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।

ନେଦରଲାଣ୍ଡ କୋଚ୍‌ ଭାନ୍‌ ଗଲ୍‌ ସାମ୍ବାଦିକ ସମ୍ମିଳନୀରେ ପ୍ରସ୍ତୁତ ଥିଲେ ଓ ଜଣେ ସାମ୍ବାଦିକ ଉଠି ମାଇକ୍‌ ଧରିଲେ ଓ ପ୍ରଶ୍ନ ପଚାରିବାକୁ ଛିଡାହେଲେ । ମାତ୍ର ସାମ୍ବାଦିକ ଜଣଙ୍କ ଯାହା କହିଲେ, ସେଥିରେ ସେଠାରେ ଉପସ୍ଥିତ ଥିବା ସମସ୍ତେ ନିଜର ହସ ରୋକି ପାରିନଥିଲେ । ସାମ୍ବାଦିକ ଜଣଙ୍କ ଥିଲେ ସେନେଗଲିସର ଯୁବ ସାମ୍ବାଦିକ ପାପା ମହମହ ଗଏ (Senegalese reporter Papa Mahmoud Gueye) ।

ଡଚ୍‌ ଫୁଟବଲ ଟିମର କୋଚ୍‌ଙ୍କୁ ଏହି ସାମ୍ବାଦିକ ଜଣଙ୍କ କହିଥିଲେ, ମୋର କିଛି ପ୍ରଶ୍ନ ପଚାରିବାର ନାହିଁ । ମୁଁ ଆପଣଙ୍କର ଜଣେ ପୁରୁଣା ଶୁଭେଚ୍ଛୁ । ମୁଁ ଏବେ ମୋର କ୍ୟାରିୟର ମାତ୍ର ଆରମ୍ଭ କରୁଛି । ଏହା ମୋର ସୌଭାଗ୍ୟ ଯେ, ମୋତେ ସୁଯୋଗ ମିଳିଛି କହିବାକୁ ମୁଁ ଯେବେ ୩ ବର୍ଷର ଥିଲି, ସେବେଠାରୁ ଆପଣଙ୍କ ପ୍ରଶଂସକ ରହିଆସିଛି । ଆଇ ଲଭ୍‌ ୟୁ ।"

୭୧ ବର୍ଷୀୟ ଭାନ ଗଲ୍‌ ଯୁବ ସାମ୍ବାଦିକ ଜଣଙ୍କର ଏପରି କଥା ଶୁଣି ଖୁସି ହୋଇଥିଲେ ଓ ସଙ୍ଗେସଙ୍ଗେ ଘୋଷଣା କରିଥିଲେ ଯେ, କାର୍ଯ୍ୟକ୍ରମ ଶେଷରେ ମୁଁ ଆପଣଙ୍କୁ ଭେଟିବାକୁ ଚାହୁଁଛି । ଗଲ୍‌ କହିଥିଲେ, "ଯାହା ଆପଣ କହିଲେ ଲୋକମାନେ ସହଜରେ ଏସବୁ କହିପାରନ୍ତି ନାହିଁ, ଆମେ ସାମ୍ବାଦିକ ସମ୍ମିଳନୀ ଶେଷରେ 'hug' କରିବା ।"

ଶେଷରେ ଭାନ୍‌ ଗଲ୍‌ ତାଙ୍କର କଥା ରଖିଥିଲେ ଓ ଷ୍ଟେଜ୍‌ରୁ ଓହ୍ଲାଇ ରିପୋର୍ଟରଙ୍କୁ ଖୋଜିଥିଲେ । ପରେ ପାଖକୁ ଆସି କୋଳେଇ ଥିଲେ(Netherlands coach Van Gaal hugs reporter) । ୨୮ ବର୍ଷୀୟ Gueye ସେନେଗଲିଜ୍‌ ପବ୍ଳିକେଶନ Taggat.sn.ରେ କାର୍ଯ୍ୟରତ ଅଛନ୍ତି । ପରେ ସାଥି ସାମ୍ବାଦିକଙ୍କୁ Gueye କହିଥିଲେ୍‌ ଏହା ଅତ୍ୟନ୍ତ ସମ୍ମାନର ବିଷୟ । ଏଜାକ୍ସ, ବାର୍ସେଲୋନା ଓ ମାଞ୍ଚେଷ୍ଟର ୟୁନାଇଟେଡ ଭଳି ବିଶ୍ବର ଚର୍ଚ୍ଚିତ ଟିମର ନେତୃତ୍ବ ନେଇଥିବା ଭାନ୍‌ ଗଲ୍‌ଙ୍କ ସହିତ ଏହି ମୂହୂର୍ତ୍ତ ବେଶ୍‌ ସ୍ମରଣୀୟ । ଗଲ୍‌ଙ୍କୁ ଫୁଟବଲ ଜଗତର ଅନ୍ୟତମ ମହାନତମ ବ୍ୟକ୍ତିତ୍ବ ବୋଲି ସମ୍ବୋଧିତ କରିଥିଲେ ଯୁବ ସାମ୍ବାଦିକ Gueye ଓ ବେଶ ଖୁସି ବୋଲି କହିଥିଲେ । ସୋମବାର ନେଦରଲାଣ୍ଡ୍‌ସ ସେନେଗେଲକୁ ୨-୦ରେ ହରାଇ ଅଭିଯାନ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.