ETV Bharat / sports

ପୁଅର ନାଁ ଆର୍ଜେଣ୍ଟିନା, ମେସିଙ୍କ ଟିମର ଦିୱାନା କେରଳ ପରିବାର

author img

By

Published : Nov 26, 2022, 5:04 PM IST

ସାରା ବିଶ୍ବରେ ଫିଫା ଫିଭର ଥିବାବେଳେ କେରଳର ଏକ ପରିବାର ନିଆରା ଢଙ୍ଗରେ ଫୁଟବଲର ସବୁଠୁ ବଡ ଉତ୍ସବକୁ ପାଳନ କରିଛନ୍ତି । କତାର ଫୁଟବଲ ବିଶ୍ବକପରେ ଆର୍ଜେଣ୍ଟିନାକୁ ସମର୍ଥନ କରି ପତ୍ନୀ ଓ ଦୁଇ ପୁଅଙ୍କ ସହ ସାଜିଲାଲ, ଆର୍ଜେଣ୍ଟିନା ଫୁଟବଲ ଟିମର ଜର୍ସି ପିନ୍ଧିଛନ୍ତି ।

FIFA World Cup fever strikes this Kerala family in inimitable style
ମେସିଙ୍କ ଟିମର ଦିୱାନା କେରଳ ପରିବାର, ପୁଅର ନାମ ରଖିଲେ ଆର୍ଜେଣ୍ଟିନା

କାସରଗଡ(କେରଳ): ସାରା ବିଶ୍ବରେ ଫିଫା ଫିଭର ଥିବାବେଳେ କେରଳର ଏକ ପରିବାର ନିଆରା ଢଙ୍ଗରେ ଫୁଟବଲର ସବୁଠୁ ବଡ ଉତ୍ସବକୁ ପାଳନ କରିଛନ୍ତି । କତାର ଫୁଟବଲ ବିଶ୍ବକପରେ ଆର୍ଜେଣ୍ଟିନାକୁ ସମର୍ଥନ କରି ପତ୍ନୀ ଓ ଦୁଇ ପୁଅଙ୍କ ସହ ସାଜିଲାଲଙ୍କ ପରିବାର ଆର୍ଜେଣ୍ଟିନା ଫୁଟବଲ ଟିମର ଜର୍ସି ପିନ୍ଧିଛନ୍ତି । କେବଳ ସେତିକି ନୁହେଁ, ଏହି ପରିବାର ନିଜର କାର୍‌କୁ ମଧ୍ୟ ବ୍ଲୁ ରଙ୍ଗ କରିଛନ୍ତି ।

ସବୁଠୁ ମଜାଦାର କଥା ହେଉଛି, ସେମାନେ ଆର୍ଜେଣ୍ଟିନାର ଜାତୀୟ ପତାକା ରଙ୍ଗରେ ଘର ଅଗଣାକୁ ରଙ୍ଗିନ କରିଛନ୍ତି ଓ FIFA ୨୦୨୨ରେ ଦକ୍ଷୀଣ ଆମେରିକୀୟ ଟିମର ବିଜୟ କାମନା କରିଛନ୍ତି । ସାଜିଲାଲଙ୍କ ପାଇ ଆର୍ଜେଣ୍ଟିନା କେବଳ ଏକ ଦେଶର ନାମ ନୁହେଁ, ବରଂ ତାଙ୍କର ପୁଅର ନାମ ମଧ୍ୟ । ଆର୍ଜେଣ୍ଟିନା ନାମରେ ସଂପୂର୍ଣ୍ଣ କେରଳରେ ସମ୍ଭବତଃ ସେ ଏକମାତ୍ର ପୁଅ ।

ସାଜିଲାଲ ଓ ତାଙ୍କର ପରିବାର, ଦକ୍ଷିଣ ଆମେରିକୀୟ ଫୁଟବଲ ଦେଶ ଆର୍ଜେଣ୍ଟିନାର ପାଗଳ ପ୍ରଶଂସକ । ସାଜିଲାଲ ତାଙ୍କର ପ୍ରଥମ ପୁଅର ନାମ ମାର୍ଟିନ ଆର୍ଜେଣ୍ଟିନା ପଲ୍‌ ରଖିଛନ୍ତି । ଆର୍ଜେଣ୍ଟିନା ଫୁଟବଲ ଟିମର ବଡ ପ୍ରଶଂସକ ରହିଥିବା ସାଜିଲାଲ, ନିଜର ପୁଅର ନାମକରଣବେଳେ, ଆର୍ଜେଣ୍ଟିନା ଚିନ୍ତାକରିବାବେଳେ ବିଲକୁଲ୍‌ ଦ୍ବନ୍ଦ୍ବରେ ନଥିଲେ ।

ସାଜିଲାଲ ଓ ତାଙ୍କର ପରିବାର ଯେକୌଣସି ଜିନିଷ ନିଜର କରିଛନ୍ତି ସେଥିରେ ସେମାନେ ଆର୍ଜେଣ୍ଟିନାର ଜାତୀୟ ପତାକା ଓ ଫୁଟବଲ ଟିମର ବ୍ଲୁ ଓ ହ୍ବାଇଟ୍‌ ଜର୍ସି ଖୋଜିଥାନ୍ତି । ଫିଫା ବିଶ୍ବକପ କତାରରେ ଆରମ୍ଭ ହୋଇସାରିଥିବାବେଳେ, ସାଜିଲାଲଙ୍କ ଘର ଆର୍ଜେଣ୍ଟିନା ଫ୍ୟାନ କର୍ଣ୍ଣର ପାଲଟିଯାଇଛି । ଘର ଚାରିପଟେ ଆର୍ଜେଣ୍ଟିନା ପତାକା ଲାଗିଛି । ଘରର ରଙ୍ଗ ଧଳା ଓ ନୀଳ ରଙ୍ଗରେ ରଙ୍ଗିନ ହୋଇଛି ଓ କାର୍‌ ମଧ୍ୟ ସମାନ ରଙ୍ଗରେ ସଜେଇ ହୋଇଛି ।

ସାଜିଲାଲ କହିଛନ୍ତି, "ପୁଅର ନାମ ଆର୍ଜେଣ୍ଟିନା ରଖିବା ସମୟରେ ସଂପର୍କୀୟମାନେ ପ୍ରବଳ ବିରୋଧ କରିଥିଲେ । ମାତ୍ର ମୁଁ ଅଟଳ ଥିଲି ।" ସାଜିଲାଲ ନିଜେ ଜଣେ ଫୁଟବଲ ଖେଳାଳି ରହିସାରିଛନ୍ତି । ସ୍କୁଲ୍‌ ସବ୍‌-ଜୁନିଅର ଟିମ, ଜୁନିଅର ଟିମ, କନୁର ଜିଲ୍ଲା ଟିମ ଓ ପରେ କେରଳ ରାଜ୍ୟ ଟିମର ମଧ୍ୟ ସଦସ୍ୟ ରହିଛନ୍ତି । ସାଜିଲାଲଙ୍କ ପତ୍ନୀ ରୋନୀ ମଧ୍ୟ ଆର୍ଜେଣ୍ଟିନା ଟିମର ବଡ ପ୍ରଶଂସକ ରହିଛନ୍ତି । ଆର୍ଜେଣ୍ଟିନା ଫୁଟବଲ ଟିମ ପ୍ରତି ଭଲପାଇବା ଦେଖାଇବାକୁ ସ୍ବାମୀ କରୁଥିବା ପ୍ରତ୍ୟେକଟି କାମରେ ସେ ସାଜିଲାଲ୍‌ଙ୍କ ସାଥ୍‌ ଦିଅନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.