ETV Bharat / sports

FIFA World Cup : ଗୋଲଡେନ ବୁଟ ରେସରେ ଫ୍ରାନ୍ସ ଫୁଟବଲର କିଲିୟନ ଏମ୍ବାପେ

author img

By

Published : Dec 5, 2022, 6:22 PM IST

Updated : Dec 5, 2022, 9:07 PM IST

କତାରରେ ଜାରି ରହିଛି ଫିଫା ବିଶ୍ବକପ ୨୦୨୨ । ଫ୍ରାନ୍ସ ଫୁଟବଲର କିଲିୟନ ଏମ୍ବାପେ ଗୋଲଡେନ ବୁଟ ରେସରେ ( golden boot race ) ଆଗରେ ରହିଛନ୍ତି । ଅଧିକ ପଢନ୍ତୁ

FIFA World Cup : ଗୋଲଡେନ ବୁଟ ରେସରେ ଫ୍ରାନ୍ସ ଫୁଟବଲର କିଲିୟନ ଏମ୍ବାପେ
FIFA World Cup : ଗୋଲଡେନ ବୁଟ ରେସରେ ଫ୍ରାନ୍ସ ଫୁଟବଲର କିଲିୟନ ଏମ୍ବାପେ

ଦୋହା: ଫ୍ରାନ୍ସ ଫୁଟବଲର କିଲିୟନ ଏମ୍ବାପେ ଗୋଲଡେନ ବୁଟ ରେସରେ ( golden boot race ) ଆଗରେ ରହିଛନ୍ତି । କତାରରେ ଜାରି ରହିଛି ଫିଫା ବିଶ୍ବକପ ୨୦୨୨ । ରବିବାର ଖେଳାଯାଇଥିବା ମ୍ୟାଚରେ ଫ୍ରାନ୍ସ ପୋଲାଣ୍ଡକୁ ୩-୧ ଗୋଲରେ ମାତ୍ ଦେଇ କ୍ବାଟର ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ କିଲିୟନ ଏମ୍ବାପେ ଫ୍ରାନ୍ସ ତରଫରୁ ଦୁଇଟି ଗୋଲ ଦେଇ ମ୍ୟାଚରେ ନିଜର ଦବଦବା ଜାହିର କରିଥିଲେ । ସେହିପରି ଫ୍ରାନ୍ସର ଏହି ଷ୍ଟାର ଫୁଟବଲର ଏହ ଫୁଟବଲ ମହାକୁମ୍ଭରେ ଏପର୍ଯ୍ୟନ୍ତ ସର୍ବାଧିକ ୫ଟି ଗୋଲ ଦେଇଛନ୍ତି ।

ଫିଫା ବିଶ୍ବକପ ୨୦୨୨ରେ ନକ୍ ଆଉଟ ମୁକାବିଲା ଆରମ୍ଭ ହୋଇସାରିଛି । ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ୩୨ ଟିମ୍ ମଧ୍ୟରୁ ୧୬ଟି ଟିମ୍ ନକ୍ ଆଉଟ ଷ୍ଟେଜରେ ପହଁଞ୍ଚି ସାରିଛନ୍ତି । ତେବେ ଏହି ଫୁଟବଲ ମହାକୁମ୍ଭରେ ଫ୍ରାନ୍ସ (France) ଫୁଟବଲର କିଲିୟନ ଏମ୍ବାପେ (Kylian Mbappe) ଏପର୍ଯ୍ୟନ୍ତ 5 ଟି ଗୋଲ ଦେଇ ଗୋଲଡେନ ବୁଟ ରେସରେ ଆଗରେ ରହିଛନ୍ତି । ସେହିପରି ଏହି ମହାକୁମ୍ଭରେ ଅନ୍ୟ ୫ ଜଣ ଫୁଟବଲର ଏପର୍ଯ୍ୟନ୍ତ ୩-୩ ଗୋଲ ଦେଇଛନ୍ତି । ସେମାନେ ହେଲେ ଇଂଲଣ୍ଡର ମାର୍କସ ରେଶଫୋର୍ଡ, ଆର୍ଜେଣ୍ଟିନା ତଥା ବିଶ୍ବର ଲୋକପ୍ରିୟ ଫୁଟବଲର ଲିୟୋନେଲ ମେସି । ହୋଲାଣ୍ଡର ଫୁଟବଲର କୋଡି ଗୈକ୍ପୋ । ଇକ୍ବାଡୋର ଫୁଟବଲର ଏନର ୱାଲେନସିୟା ଏବଂ ସ୍ପେନ ଫୁଟବଲର ଅଲ୍ବାରୋ ମୋରାଟୋ ।

କଣ ଏହି ଗୋଲଡେନ ବୁଟ ପୁରସ୍କାର

ଟୁର୍ଣ୍ଣାମେଣ୍ଟରେ ସବୁଠୁ ଅଧିକ ଗୋଲ କରିଥିବା ଫୁଟବଲରଙ୍କୁ ଏହି ଗୋଲଡେନ ବୁଟ ପୁରସ୍କାର ଦିଆଯାଇଥାଏ । ବିଶ୍ବର ଲୋକପ୍ରିୟ ଫୁଟବଲର ତଥା ଆର୍ଜେଣ୍ଟିନାର ଖେଳାଳି ଲିଓନେଲ ମେସି ୬ ଥର ଏହି ଗୋଲ଼ଡେନ ବୁଟ ଜିତି ଥିବାର ରେକର୍ଡ କରିଛନ୍ତି । ଫିଫା ବିଶ୍ବକପ ୨୦୨୨ରେ ମେସି ଏପର୍ଯ୍ୟନ୍ତ ୩ଟି ଗୋଲ ଦେଇଛନ୍ତି । ସେହିପରି ବର୍ଷ ୨୦୧୮ରେ ଇଂଲଣ୍ଡ ଫୁଟବଲର ହୈରୀ କେନ ଗୋଲଡେନ ବୁଟ ଜିତି ଥିଲେ । ସେ ଗତ ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ ପକ୍ଷରୁ ଖେଳି ସର୍ବାଧିକ ୬ଟି ଗୋଲ ଦେଇଥିଲେ ।

Last Updated : Dec 5, 2022, 9:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.