ETV Bharat / sports

FIFA U୧୭ Womens WC: ଚିଲିକୁ ହରାଇ କ୍ୱାର୍ଟରରେ ପ୍ରବେଶ କଲା ନାଇଜେରିଆ - ଚିଲିକୁ ହରାଇଲା ନାଇଜେରିଆ

ସୋମବାର ଖେଳାଯାଇଥିବା ଅଣ୍ଡର ୧୭ ଫିଫା ମହିଳା ବିଶ୍ବକପ ଗ୍ରୁପ ବି ମ୍ୟାଚରେ ଚିଲିକୁ ୨-୧ ରେ ପରାସ୍ତ କରି କ୍ବାଟରଫାଇନାଲରେ ପ୍ରବେଶ କରିଛି ନାଇଜେରିଆ । ଅଧିକ ପଢନ୍ତୁ

FIFA U୧୭ Womens WC : ଚିଲିକୁ ହରାଇ କ୍ବାଟରଫାଇନାଲରେ ପ୍ରବେଶ କଲା ନାଇଜେରିଆ

author img

By

Published : Oct 17, 2022, 10:31 PM IST

ଭୁବନେଶ୍ବର: ଅଣ୍ଡର ୧୭ ଫିଫା ମହିଳା ବିଶ୍ବକପରେ କ୍ବାର୍ଟର ଫାଇନାଲରେ ନିଜର ଜାଗା ପକ୍କା କରିଛି ନାଇଜେରିଆ । ଆଜି ( ସୋମବାର ) ଖେଳାଯାଇଥିବା ଗ୍ରୁପ ବି ମ୍ୟାଚରେ ଚିଲିକୁ ୨-୧ ରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ନାଇଜେରିଆ । ମ୍ୟାଚ ହାରିବା ସହିତ ଚିଲିର ବିଶ୍ବକପ ଅଭିଯାନ ଶେଷ ହୋଇଛି ।

କଳିଙ୍ଗ ଷ୍ଟାଡିୟମରେ ଚିଲି ଏବଂ ନାଜେରିଆ ଉଭୟ ମୁହାଁମୁହିଁ ହୋଇଥିଲେ । ଉଭୟ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଖେଳ ଆରମ୍ଭରୁ ନାଇଜେରିଆ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଥିଲା । ନାଇଜେରିଆ ଚିଲି ବିପକ୍ଷରେ ପ୍ରଥମେ ଗୋଲ ଦେଇଥିଲା । ପ୍ରଥମ ଗୋଲ ପରେ ଆକ୍ରମଣାତ୍ମକ ପ୍ରଦର୍ଶନ ଜାରି ନାଇଜେରିଆ ୮୨ ମିନିଟରେ ଆଉ ଗୋଟିଏ ଗୋଲ ଦେଇଥିଲା । ଏଥି ସହିତ ନିର୍ଦ୍ଧାରିତ ସମୟ ଭିତରେ ନାଇଜେରିଆର ଦୁଇଟି ଗୋଲ ହୋଇସାରିଥିଲା । ସେହିପରି ଚିଲି ପ୍ରଥମରୁ ଗୋଲ ଦେବାକୁ ଯାଇ ବାରମ୍ବାର ବିଫଳ ରହିଥିଲା । ଖେଳର ଶେଷ ସମୟରେ ଚିଲି ଗୋଟିଏ ଗୋଲ ଦେବାରେ ସଫଳ ହୋଇଥିଲା । ନିର୍ଦ୍ଧାରିତ ସମୟ ଭିତରେ ନାଇଜେରିଆର ଦୁଇଟି ଗୋଲ ହୋଇଥିବା ବେଳେ ଚିଲିର ଗୋଟିଏ ଗୋଲ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.