ETV Bharat / sports

FIFA suspends AIFF, କଳିଙ୍ଗରେ ହେବନି ମହିଳା ଫୁଟବଲ ବିଶ୍ବକପ

author img

By

Published : Aug 16, 2022, 8:46 AM IST

Updated : Aug 16, 2022, 2:08 PM IST

ଭାରତୀୟ ଫୁଟବଲ ଖେଳାଳି ଓ ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର । ସର୍ବଭାରତୀୟ ଫୁଟବଲ ମହାସଂଘକୁ AIFF ନିଲମ୍ବିତ କରିଛି ବିଶ୍ବ ଫୁଟବଲର ସର୍ବୋଚ୍ଚ ପରିଚାଳନା ପରିଷଦ ସଂଘ FIFA । ଅଧିକ ପଢନ୍ତୁ

FIFA suspends national soccer federation of India

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଖେଳାଳି ଓ ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର । ସର୍ବଭାରତୀୟ ଫୁଟବଲ ମହସଂଘକୁ(AIFF) ନିଲମ୍ବିତ କରିଛି ବିଶ୍ବ ଫୁଟବଲର ସର୍ବୋଚ୍ଚ ପରିଚାଳନା ପରିଷଦ FIFA । ଭାରତୀୟ ଫୁଟବଲ ସଂଘରେ ଅଯଥା ବାହ୍ୟ ହସ୍ତକ୍ଷେପ ମହଙ୍ଗା ସାବ୍ୟସ୍ତ ହୋଇଛି । ସଂଘରେ ଅନିୟମିତତା ନିୟମ ଉଲଙ୍ଘନ କାରଣ ଦର୍ଶାଇ ଭାରତକୁ ସଂଘରୁ ବାସନ୍ଦ କରିଛି ସର୍ବୋଚ୍ଚ ଫୁଟବଲ ବୋର୍ଡ । ଫଳରେ ଚଳିତବର୍ଷ ଶେଷ ଭାଗରେ ଅକ୍ଟୋବର 11ରୁ 30 ମଧ୍ୟରେ ଭାରତରେ ହେବାକୁ ଥିବା 17 ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପର ଆୟୋଜନ ମଧ୍ୟ ଭାରତ କରିପାରିବ ନାହିଁ । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଏହି ମେଗା ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଏକ ଭେନ୍ୟୁ ହେବାର ଥିଲା ।

ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ଯୋଗୁଁ ଫିଫା ନିୟମ ଉଲ୍ଲଙ୍ଘନ ଅଭିଯୋଗ କରିଛି । ଏନେଇ କ୍ରୀଡ଼ା ମନ୍ତ୍ରାଳୟକୁ ଅବଗତ କରିଛି ଫିଫା । ଅକ୍ଟୋବର ୧୧ରୁ ୩୦ ଯାଏଁ ବିଶ୍ୱକପ ଆୟୋଜନ ହେବାର ଥିଲା । ଏଆଇଏଫ ନିଲମ୍ବନ ପରେ ଭୁବନେଶ୍ୱରରେ ମହିଳା ଫୁଟବଲ ବିଶ୍ୱକପ ଆୟୋଜନ ଆଶଙ୍କା ଉପୁଜିଛି । ଫିଫାର ଏହି ନିଷ୍ପତ୍ତି ପରେ ଭାରତରୁ ଝଟକା ଲାଗିଛି ।

ସୂଚନା ଅନୁସାରେ, ଚଳିତ ମାସରେ ଫିଫା ଏଆଇଏଫଏଫକୁ ତୃତୀୟ ପକ୍ଷ ହସ୍ତକ୍ଷେପ କାରଣରୁ ଚେତାବନୀ ଦେଇଥିଲା । ଏହା ସୁପ୍ରିମକୋର୍ଟଙ୍କ ଏଆଇଏଫଏଫରେ ନିର୍ବାଚନ ନେଇ ନିର୍ଦ୍ଦେଶନାମାର କିଛି ଦିନ ପରେ ଆସିଥିଲା । ଅଗଷ୍ଟ ୨୮ରେ ଏଆଇଏଫଏଫର ନିର୍ବାଚନ ହେବ । ଏହି ମାମଲାରେ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ବୁଧବାର ହେବ ।

Last Updated : Aug 16, 2022, 2:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.