ETV Bharat / sports

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ: ଫେନ୍ସିଂ ପ୍ରତିଯୋଗୀଙ୍କ ଶାନଦାର ପ୍ରଦର୍ଶନ

author img

By

Published : Feb 23, 2020, 7:30 PM IST

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମରେ ଫେନ୍ସିଂର ବିଭିନ୍ନ ପର୍ଯ୍ୟାୟ ବର୍ଗ ମଧ୍ୟରୁ 4ଟିରେ ଫାଇନାଲ୍ ମ୍ୟାଚ ଖେଳା ଯାଇଛି । ଏହି ଖେଳରେ ସେମାନେ ଖୁବ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି ।

fencing
fencing

ଭୁବନେଶ୍ବର: ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମରେ ଖେଳାଯାଉଥିବା 17 ଟି ଖେଳରୁ ଫେନ୍ସିଂ ହେଉଛି ଅନ୍ୟତମ । ଯାହାକୁ ନେଇ ଯୁବ କ୍ରୀଡ଼ାବିତମାନଙ୍କ ନିକଟରେ ବହୁ ଉତ୍କଣ୍ଠା ରହିଛି । ଏଥିରେ ମଧ୍ୟ ସେମାନେ ଖୁବ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି ।

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମରେ ଫେନ୍ସିଂ ପ୍ରତିଯୋଗିତା

ଏହି ପ୍ରତିଯୋଗିତାରେ ଖେଳା ଯାଉଥିବା ଫେନ୍ସିଂର ବିଭିନ୍ନ ପର୍ଯ୍ୟାୟ ବର୍ଗ ମଧ୍ୟରୁ 4ଟିରେ ଫାଇନାଲ୍ ମ୍ୟାଚ ଖେଳା ଯାଇଛି । ଉଭୟ ମହିଳା ଓ ପୁରୁଷ ବିଭାଗରେ ଗୁରୁ ନାନାକ ଦେବ ୟୁନିଭର୍ସିଟି ଅମୃତସରର ଛାତ୍ରଛାତ୍ରୀ ଯଥାକ୍ରମେ ଉଦୟ ବୀର ସିଂ ଓ ଜ୍ୟୋତିକା ଦତ୍ତ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

ସେହିପରି ମହିଳା ବିଭାଗ ଫଏଲରେ ଜମ୍ମୁ-କାଶ୍ମୀର କ୍ଳଷ୍ଟାର ୟୁନିଭର୍ସିଟିର ଛାତ୍ରୀ ରିୟା ବକ୍ସି ଏବଂ ପୁରୁଷ ବିଭାଗରେ ଡଃ ବି ଆର ଆମ୍ବେଦକର ୟୁନିଭରସିଟି ଔରାଙ୍ଗାବାଦର ଛାତ୍ର ତୁଷାର ରାଓ ସାହେବ ଅହୀର ଚମ୍ପିଆନ ହୋଇଛନ୍ତି । ତେବେ ଏହି ବିଜୟ ପରେ ସେମାନଙ୍କ ପ୍ରତିକ୍ରିୟା ନେବାରୁ ସେମାନେ ଭାରତ ସରକାରଙ୍କ ଏଭଳି ପ୍ରୟାସକୁ ପ୍ରସଂଶା କରିଥିଲେ । ଏଭଳି ଟୁର୍ଣ୍ଣାମେଣ୍ଟରେ ବହୁ କ୍ରୀଡାବିତ ସେମାନଙ୍କ ଦକ୍ଷତା ପ୍ରଦର୍ଶନ ପାଇଁ ସୁଯୋଗ ପାଇବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.