ETV Bharat / sports

ମିଲଖା ସିଂହଙ୍କ ମୃତ୍ୟୁ ପରେ, ରନିଂ ଟ୍ରାକ୍‌ରୁ ହଟିଲା ଫରହାନଙ୍କ ଫଟୋ - ରନିଂ ଟ୍ରାକ୍‌ରେ ମିଲଖା ସିଂହ

ନୋଏଡା ଷ୍ଟାଡିୟମର ରନିଂ ଟ୍ରାକ୍‌ରେ ବର୍ଷ 2014ରୁ ମିଲଖା ସିଂହଙ୍କ ସ୍ଥାନରେ ଭାଗ୍‌ ମିଲଖା ଭାଗ୍‌ ଫିଲ୍ମରେ ତାଙ୍କର ଅଭିନୟ କରିଥିବା ଅଭିନେତା ଫରହାନ ଅଖତରଙ୍କ ଫଟୋ ଲାଗିଥିଲା । ଅଧିକ ପଢନ୍ତୁ...

Farhan Akhtar photo removed from Noida Stadium running track
ମିଲଖା ସିଂହଙ୍କ ମୃତ୍ୟୁ ପରେ, ରନିଂ ଟ୍ରାକ୍‌ରୁ ହଟିଲା ଫରହାନଙ୍କ ଫଟୋ
author img

By

Published : Jun 22, 2021, 6:53 PM IST

ନୂଆଦିଲ୍ଲୀ/ନୋଏଡା: ଜିଲ୍ଲାର ନୋଏଡା ଷ୍ଟାଡିୟମର ରନିଂ ଟ୍ରାକ୍‌ରେ ବର୍ଷ 2014ରୁ ମିଲଖା ସିଂହଙ୍କ ସ୍ଥାନରେ ଭାଗ୍‌ ମିଲଖା ଭାଗ୍‌ ଫିଲ୍ମରେ ତାଙ୍କର ଅଭିନୟ କରିଥିବା ଅଭିନେତା ଫରହାନ ଅଖତରଙ୍କ ଫଟୋ ଲାଗିଥିଲା । ମାତ୍ର ମିଲଖା ସିଂହଙ୍କ ମୃତ୍ୟୁ ପରେ ଲୋକଙ୍କ ନିଜର ଏହି ଫଟୋରେ ଉପରେ ପଡିଥିଲା । ଏହି ମାମଲା ଯେବେ ଉଚ୍ଚ ଅଧିକାରୀଙ୍କ ପାଖେ ପହଞ୍ଚିବା ପରେ ନୋଏଡା ପ୍ରାଧିକରଣ ପକ୍ଷରୁ ଷ୍ଟାଡିୟମର ରନିଂ ଟ୍ରାକ୍‌ରୁ ଫରହାନଙ୍କ ଫଟୋ ହଟାଇ ଦିଆଯିବା ସହ ବୋର୍ଡ ଖାଲି କରିଛନ୍ତି ।

ମିଲଖା ସିଂହଙ୍କ ମୃତ୍ୟୁ ପରେ, ରନିଂ ଟ୍ରାକ୍‌ରୁ ହଟିଲା ଫରହାନଙ୍କ ଫଟୋ

ଫ୍ଲାଇଂ ଶିଖ୍‌ଙ୍କ ନାମରେ ପରିଚିତ ମିଲଖା ସିଂହଙ୍କ ଜୀବନ କାହାଣୀ ଉପରେ 2013ରେ 'ଭାଗ୍‌ ମିଲଖା ଭାଗ' ଫିଲ୍ମ ବନିବା ପରେ ମିଲଖା ସିଂହଙ୍କୁ ଯେଉଁମାନେ ଜାଣିନଥିଲେ ସେମାନେ ଜାଣିପାରିଲେ । ଏପରିକି ତାଙ୍କର ଫଟୋ ଅନେକ ସ୍ଥାନରେ ଲାଗିବା ଆରମ୍ଭ ହେଲା । ବୋଧହୁଏ ଏହି ପ୍ରଭାବରେ ମିଲଖା ସିଂହଙ୍କ ସ୍ଥାନରେ ତାଙ୍କର ଅଭିନୟ କରଥିବା ଫରହାନ ଅଖତରଙ୍କ ଫଟୋ ରନିଂ ଟ୍ରାକ୍‌ରେ ଲଗାଯାଇଥିଲା । 2014ରୁ ଏଯାବତ କେହି ବି ଏହି ଫଟୋ ଉପରେ ନଜର ଦେଇନଥିଲେ । ଏପରିକି 2015ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ 4 ହଜାର ଦର୍ଶକ କ୍ଷମତା ଥିବା ଇନଡୋର୍‌ ଷ୍ଟାଡିୟମର ଶିଳାନ୍ୟାସ କରିବା ସମୟରେ ମଧ୍ୟ ରନିଂ ଟ୍ରାକ୍‌ରେ ଥିବା ଫଟୋ ଉପରେ ଧ୍ୟାନ ଦେଇନଥିଲେ ।

ନୋଏଡା ଷ୍ଟାଡିୟମରେ 2 କିଲୋମିଟର ପର୍ଯ୍ୟନ୍ତ ରନିଂ ଟ୍ରାକ୍‌ରେ ଫିଲ୍ମ ଅଭିନେତା ଫରହାନଙ୍କ ଫଟୋ ହଟାଯାଇଥିଲେ ମଧ୍ୟ କେବେ ଫ୍ଲାଇଂ ଶିଖ୍‌ ମିଲଖାଙ୍କ ଫଟୋ ଲାଗିବ ସେନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.