ଭୁବନେଶ୍ବର: ଅନ୍ତର୍ଜାତୀୟ ପ୍ରତିଯୋଗିତା ତାହା ପୁଣି ଅଲମ୍ପିକ ଭଳି ପ୍ରତିଯୋଗିତାରେ ଭାରତୀୟ ବକ୍ସରଙ୍କ କୋଚ ଦାୟିତ୍ୱ ତୁଲାଇଥିବା ରାଜେଶ କୁମାରଙ୍କ ସହିତ ସ୍ବତନ୍ତ୍ର ସାକ୍ଷାତକାର କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି । ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ସେ ହରିୟାଣାର କୁରୁକ୍ଷେତ୍ର ୟୁନିଭରସିଟି ଛାତ୍ରଛାତ୍ରୀଙ୍କ ବକ୍ସିଂ କୋଚ ଭାବେ ଆସିଛନ୍ତି ରାଜେଶ ।
ତେବେ ସେ କହିଛନ୍ତି, ହରିୟାଣାରେ ବକ୍ସିଂକୁ ଯେଭଳି ପ୍ରୋତ୍ସାହନ ମିଳୁଛି ଓଡିଶାରେ ବକ୍ସିଂ ପାଇଁ ଭିତ୍ତିଭୂମି ଥିଲେ ମଧ୍ୟ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେଉ ନାହାନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ