ETV Bharat / sports

ETV Bharat EXCLUSIVE: କିଏ କହୁଛି ସତ, ପୂର୍ଣ୍ଣିମା ନା କ୍ରୀଡାମନ୍ତ୍ରୀ ?

ଟୁର୍ଣ୍ଣାମେଣ୍ଟ ପାଇଁ ରାଜ୍ୟ ସରକାର କୌଣସି ସହାୟତା ଯୋଗାଇ ଦେଉନଥିବା ଭଳି ଅଭିଯୋଗ ଆଣିଥିଲେ ଆଥଲେଟ୍‌ ପୂର୍ଣ୍ଣିମା ହେମ୍ବ୍ରମ୍‌ । ଏନେଇ ମଙ୍ଗଳବାର ସକାଳେ ଇଟିଭି ଭାରତରେ ଖବର ପ୍ରସାରଣ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ।

author img

By

Published : Aug 13, 2019, 11:56 PM IST

Updated : Aug 14, 2019, 7:40 AM IST

ଡିଜାଇନ ଫଟୋ

ଭୁବନେଶ୍ବର: ଅନ୍ତର୍ଜାତୀୟ ଆଥଲେଟ ପୂର୍ଣ୍ଣିମା ହେମ୍ବ୍ରମ୍‌ ବନାମ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । କିଏ କହୁଛି ସତ ? କ୍ରୀଡୀମନ୍ତ୍ରୀ ନା ପୂର୍ଣ୍ଣିମା । ଇଣ୍ଟରନ୍ୟାସନାଲ ଇଭେଣ୍ଟ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର କୌଣସି ସହାୟତା ଯୋଗାଇ ଦେଉନଥିବା ପୂର୍ଣ୍ଣିମା ଅଭିଯୋଗ କରୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି କ୍ରୀଡାମନ୍ତ୍ରୀ । ଏନେଇ ମଙ୍ଗଳବାର ସକାଳେ ଆମେ ଖବର ପ୍ରସାରଣ କଲା ପରେ ପ୍ରତିକ୍ରିୟା ରଖିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ।

ଶୁଣନ୍ତୁ କଣ କୁହନ୍ତି ପୂର୍ଣ୍ଣିମା-

ତେବେ ଆଜି ସକାଳେ ପୂର୍ଣ୍ଣିମାଙ୍କୁ ଭେଟିଥିଲେ ଆମ ପ୍ରତିନିଧି । ପୂର୍ଣ୍ଣିମାଙ୍କ କହିବା କଥା ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ପ୍ରୋତ୍ସାହନ ମିଳିନାହିଁ । ଏପଟେ କେହି ପ୍ରୟୋଜକ ମିଳିନଥିବା ସେ କହିଥିଲେ । କିଛି ସରକାରୀ ସାହାଯ୍ୟ ପାଇଁ ତାଙ୍କୁ ଅନେକ ଥର ଦୌଡିବାକୁ ପଡିଥାଏ । ଯାହା ଆର୍ଥିକ ସହାୟତା ଦରକାର ତାହା ବହୁ ବିଳମ୍ବରେ ମିଳିଥାଏ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ପୂର୍ଣ୍ଣିମା ପୁଣି କହିଛନ୍ତି, "ମୁଁ ଚାକିରୀ କରିଛି ସତ, କିନ୍ତୁ ରେକର୍ଡରେ ତାହା ନାହିଁ । ମତେ ମିଳୁଥିବା ଦରମା ମୋ ଅଭ୍ୟାସ ପାଇଁ ଯଥେଷ୍ଟ ନୁହେଁ । କାରଣ ବିଦେଶରେ ଜଣେ ଭଲ କୋଚ ଓ ଫିଜିଓଙ୍କ ସହ ଟ୍ରେନିଂ ନେବାକୁ ହେଲେ ପାଖାପାଖି 1ରୁ 2 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ତା’ଛଡା ଏବେ ଯେଉଁ ଚାକିରୀ କରୁଛି ସେଥିରେ ବିଦେଶ ଯାଇ ଚାକିରୀ କରିବା ଅସମ୍ଭବ ।"

ଶୁଣନ୍ତୁ କଣ କୁହନ୍ତି ମନ୍ତ୍ରୀ-

ଅନ୍ୟପଟେ ପୂର୍ଣ୍ଣିମାଙ୍କ ମନ୍ତବ୍ୟକୁ ଖଣ୍ଡନ କରି କ୍ରୀଡାମନ୍ତ୍ରୀ କହିଛନ୍ତି, "କୌଣସି ଖେଳାଳିଙ୍କୁ ଏକ ନିର୍ଦ୍ଦିଷ୍ଟ ଭାବେ ଚାକିରୀ ଦେବାର ନିୟମ ନାହିଁ । ସେ ଏବେ ରେଳବାଇରେ ଚାକିରୀ କରୁଛନ୍ତି । ସରକାର ସବୁବେଳେ ତାଙ୍କୁ ସହାୟତା କରୁଛନ୍ତି । ସେ ଯେଉଁ ନିର୍ଦ୍ଦିଷ୍ଟ ସଂସ୍ଥା କଥା କହୁଛନ୍ତି ସେମିତି ଚାକିରୀ ଦେବାର କୌଣସି ସୁବିଧା ନାହିଁ । କାରଣ ସରକାର ଆଥଲେଟଙ୍କୁ ଚାକିରୀ ଦିଅନ୍ତି । ଆଥଲେଟ ନିଜ ଇଚ୍ଛାରେ କୌଣସି ସଂସ୍ଥାରେ ଚାକିରୀ କରିବାକୁ ଚାହିଁଲେ ସେମିତି ସୁବିଧା ନାହିଁ । ସରକାର ସମସ୍ତ ସହାୟତା ଦେଇଛନ୍ତି । ଗାଇଡଲାଇ ଅନୁସାରେ ସମସ୍ତ ପ୍ରକ୍ରିୟା ପାଳନ କରିଛନ୍ତି ।"

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ତେବେ ପୂର୍ଣ୍ଣିମାଙ୍କ କହିବା କଥା, ଯଦି ମୁଖ୍ୟମନ୍ତ୍ରୀ ଏହାକୁ ବିଚାରକୁ ନେଇ ତାଙ୍କର ପ୍ରସ୍ତୁତି ପାଇଁ ଆନୁଷଙ୍ଗିକ ସାହାଯ୍ୟ ଓ ସହାୟତା ଯୋଗାଇ ଦିଅନ୍ତି, ତେବେ ସେ ଆଗାମୀ ବିଶ୍ବ ଚମ୍ପିଆନସିପ୍‌ ଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ପ୍ରସ୍ତୁତି କରିପାରିବେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ରାଜ୍ୟ ସରକାରଙ୍କ ପକ୍ଷରୁ ପୁର୍ଣ୍ଣିମା ଙ୍କୁ ସୁବିଧା ସୁଯୋଗ ମିଳୁନଥିବା ଖବର ପ୍ରସାରଣ ପରେ ଏନେଇ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ତୁଷାରକାନ୍ତୀ ବେହେରା କହିଛନ୍ତି ଯେ,ପୁର୍ଣ୍ଣିମା ମୋତେ ଚିଠି କରିଥିବା ସହ ଭେଟିଥିଲେ ।ସେ ଓଡିଶା ମାଇନଂ କର୍ପୋରେସନ ରେ ଚାକିରୀ ପାଇଁ ଚହୁଁଚି ଜଣାଇଥିଲେ । କିନ୍ତୁ ସେମିତି କୈଣସି ଖେଳାଳିଙ୍କୁ କ ନିର୍ଦ୍ଦିଷ୍ଟ କମ୍ପାନୀ କାମ ପାଇଁ ଦିଆଯାଇପାରିବ ନାହିଁ ।Body:ସେ ଏବେ ରେଳବାଇ ରେ ଚାକିରୀ କରୁଛନ୍ତି ।ସରକାର ସବୁବେଳେ ସହାୟତା କରୁଛନ୍ତି । ଏହା ବ୍ୟତୀତ ଯଦି ସେ ଖେଳିବା ପାଇଁ କିମ୍ବା ଟ୍ରେନିଂ ପାଇଁ ସହଯୋଗ ଚାହୁଁଥିଲେ ତାଙ୍କୁ ସହାୟତା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Conclusion:ସୂଚନା ଅନୁସାରେ ,ପୁର୍ଣ୍ଣିମା ହେମ୍ବ୍ରମ ଗତକାଲି କହିଥିଲେ ଯେ ,ତାଙ୍କୁ କୌଣସି ସରକାରୀ ପ୍ରୋତ୍ସାହନ ମିଳିନାହିଁ । ଯଦି ବି କିଛି ସରକାରୀ ସାହାଯ୍ୟ ମିଳେ ସେଥିପାଇଁ ତାଙ୍କୁ ଅନେକ ଥର ଦୌଡ଼ିବାକୁ ପଡିଥାଏ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ଏସବୁକୁ ବିଚାରକୁ ନେଇ ତାଙ୍କର ପ୍ରସ୍ତୁତି ପାଇଁ ଆନୁସଙ୍ଗିକ ସାହାଯ୍ୟ ଓ ସହାୟତା ଯୋଗାଇ ଦିଅନ୍ତି ତେବେ ସେ ଆଗାମୀ ୱାର୍ଲଡ଼ ଚାମ୍ପିୟାନସିପ ଓ ଅଲମ୍ପିକରେ ଅଂଶଗ୍ରହଣ କରିବା ପାଇଁ ପ୍ରସ୍ତୁତି କରିପାରନ୍ତେ ବୋଲି କହିଛନ୍ତି। ବିଦେଶରେ ଜଣେ ଭଲ କୋଚ ଓ ଫିଜିଓଙ୍କ ସହ ଟ୍ରେନିଂ ନେବାକୁ ହେଲେ ପାଖାପାଖି 1 ରୁ 2 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ।
Last Updated : Aug 14, 2019, 7:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.