ETV Bharat / sports

8 ମାସ ଟଳିଳା ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ, ଭାରତୀୟ ଆଥଲେଟଙ୍କୁ ଝଟକା - 8 ମାସ ଟଳିଳା ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ

ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟକୁ 8 ମାସ ଘୁଞ୍ଚାଇଲା ବିଶ୍ବ ଆଥେଲେଟିକ୍ସ । ଭାରତୀୟ ଫିଲ୍ଡ ଓ ଟ୍ରାକ ଖେଳାଳିଙ୍କ ପାଇଁ ଏହା ନୈରାଶ୍ୟ ଜନକ ବୋଲି କହିଲେ କୋଚ ରାଧାକୃଷ୍ଣନ ନାୟର । ଅଧିକ ପଢ଼ନ୍ତୁ...

eight month suspension, Olympic qualification period, big blow for indian athletes, coach Nair, 8 ମାସ ଟଳିଳା ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ, ଭାରତୀୟ ଆଥଲେଟଙ୍କୁ ଝଟକା
8 ମାସ ଟଳିଳା ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ, ଭାରତୀୟ ଆଥଲେଟଙ୍କୁ ଝଟକା
author img

By

Published : Apr 8, 2020, 9:25 PM IST

ହାଇଦ୍ରାବାଦ: ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟକୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି ବିଶ୍ବ ଆଥଲେଟିକ୍ସ । ଯାହା କି ଭାରତୀୟ ଟ୍ରାକ ଏବଂ ଫିଲ୍ଡ ଆଥେଲେଟଙ୍କ ଚିନ୍ତା ବଢ଼ାଇ ଦେଇଛି, ଯେଉଁମାନେ ବର୍ଷ ଶେଷରେ ହେବାକୁ ଥିବା ଘରୋଇ ପ୍ରତିଯୋଗିତା ଜରିଆରେ ଯୋଗ୍ୟତା ଅର୍ଜନ କରିବା ନେଇ ଆଶା କରିଥିଲେ ।

କୋରୋନା ଯୋଗୁଁ ଏହି ଘରୋଇ ପ୍ରତିଯୋଗିତାର ଆୟୋଜନ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଆଥଲେଟ ଆୟୋଗ ଓ ମହାଦ୍ବୀପୀୟ ସଂଘ ପ୍ରମୁଖଙ୍କ ସହ ମଙ୍ଗଳବାର ଆଲୋଚନା ପରେ 6 ଏପ୍ରିଲରୁ 30 ନଭେମ୍ବର ପର୍ଯ୍ୟନ୍ତ ଟୋକିଓ ଅଲମ୍ପିକର ଯୋଗ୍ୟତା ସମୟକୁ ନିଲମ୍ବିତ କରିଛି ବିଶ୍ବ ଆଥଲେଟିକ୍ସ ।

ଏହି ସମୟ ମଧ୍ୟରେ ପ୍ରତିଯୋଗୀ ମାନେ ଅର୍ଜନ କରିଥିବା ଯୋଗ୍ୟତା ନେଇ ଟୋକିୟୋ ଅଲମ୍ପିକ ପାଇଁ କ୍ବାଲିଫିକେଶନ ମାର୍କ କିମ୍ବା ବିଶ୍ବ ରାଙ୍କିଙ୍ଗକୁ ବିଚାରକୁ ନିଆଯିବ ନାହିଁ । ଏନେଇ ଭାରତୀୟ ରାଷ୍ଟ୍ରୀୟ ଉପ ମୁଖ୍ୟ କୋଚ ରାଧାକୃଷ୍ଣନ ନାୟର କହିଛନ୍ତି ଯେ, ଏହା କାରଣରୁ ଅନେକ ଭାରତୀୟ ଆଥଲେଟ ନିରାଶ ହେବେ ।

ନାୟାର କହିଛନ୍ତି ଯେ, ବିଶ୍ବ ଆଥଲେଟିକ୍ସର ଏହି ନିଷ୍ପତ୍ତି, ତେଜିନ୍ଦର ପାଲ ସିଂହ ତୁର (ସଟ ପୁଟ), ଅନୁ ରାନୀ (ଜାଭେଲିନ ଥ୍ରୋ), ଏମ ଶ୍ରୀଶଙ୍କର (ଲଙ୍ଗ ଜମ୍ପ), ଓ ଦୌଡରାଣୀ ଦୁତି ଚାନ୍ଦଙ୍କ ପାଇଁ ବଡ ଝଟକା ହେବ ।

ଷ୍ଟାର ଧାବିକା ହିମା ଦାସ ମଧ୍ୟ ବର୍ତ୍ତମାନ ସୁଦ୍ଧା ଟୋକିଓ ଖେଳ ପାଇଁ କ୍ବାଲିଫାଇ କରି ନାହାନ୍ତି । ଅଲମ୍ପିକରେ ପଦକ ଦାବେଦାର ନୀରଜ ଚୋପଡା, ଶିବପାଲ ସିଂହ, ଚାରି ଗୁଣା 400 ମିଟର ମିଶ୍ରିତ ରିଲେ ଟିମ, କେଟି ଇରଫାନ (20 କିମି ପାଦ ଚଲା), ଭାବନା ଜାଟ(20 କିମ ପାଦ ଚଲା) ଓ ଅବିନାଶ ସାବଲେ (3000 ମିଟର ଷ୍ଟିପଲ ଚେଜ) ଆଗରୁ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରି ସାରିଛନ୍ତି ।

ତେବେ ବିଶ୍ବ ଆଥଲେଟିକ୍ସ କହିଛି ଯେ, ଯେଉଁମାନେ 2019 ରେ ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭ ହେବା ପରେ ଅଲମ୍ପିକ ମାନଦଣ୍ଡକୁ ହାସିଲ କରିଛନ୍ତି ସେମାନଙ୍କୁ ଯୋଗ୍ୟ ବୋଲି ଧରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.