ETV Bharat / sports

ଟାର୍ଗେଟ ଟୋକିଓ, ଏନଆଇଏସ ପଟିଆଲାରେ ଅଭ୍ୟାସ କରିବେ ଦୂତୀ - ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା

25 ବର୍ଷିୟା ଓଡିଆ ଧାବିକା ଜାତୀୟ ମହିଳା 4x100 ମିଟିର ରିଲେ ସ୍କ୍ବାଡର ପ୍ରମୁଖ ସଦସ୍ୟ ରହିଛନ୍ତି । ଏନଆଇଏସ ପଟିଆଲାରେ ଅଭ୍ୟାସ ପାଇଁ ଭୁବନେଶ୍ବରରୁ ପଟିଆଲାରେ ପହଞ୍ଚିଛନ୍ତି ଦୂତୀ । ଅଧିକ ପଢନ୍ତୁ...

Dutee Chand gears up for World Relays as Indian team sets sight on Tokyo
ଟାର୍ଗେଟ ଟୋକିଓ, ଏନଆଇଏସ ପଟିଆଲାରେ ଅଭ୍ୟାସ କରିବେ ଦୂତୀ
author img

By

Published : Apr 12, 2021, 8:42 PM IST

ହାଇଦ୍ରାବାଦ: ଦୌଡରାଣୀ ଦୂତୀ ଚାନ୍ଦ ଭୁବନେଶ୍ବର ପରିବର୍ତ୍ତେ ଏଣିକି ଏନଆଇଏସ ପଟିଆଲାରେ ଅଭ୍ୟାସ କରିବେ । ଆସନ୍ତାମାସରେ ହେବାକୁ ଥିବା ୱାର୍ଲ୍ଡ ରିଲେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ଦୂତୀ । ମହିଳା 100 ମିଟର ଦୌଡ଼ରେ ଜାତୀୟ ରେକର୍ଡର ଅଧିକାରୀ ଦୂତୀ, ଗୋଟିଏ ସପ୍ତାହ କ୍ବାରେଣ୍ଟିନରେ ରହିବା ସହ ଆଇସୋଲେସନରେ ଅଭ୍ୟାସ କରିବେ ।

25 ବର୍ଷିୟା ଓଡିଆ ଧାବିକା ଜାତୀୟ ମହିଳା 4x100 ମିଟିର ରିଲେ ସ୍କ୍ବାଡର ପ୍ରମୁଖ ସଦସ୍ୟ ରହିଛନ୍ତି । ଆସନ୍ତା ମାସରେ ପୋଲାଣ୍ଡରେ ହେବାକୁ ଥିବା ୱାର୍ଲ୍ଡ ରିଲେ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ହୋଇଥିବାରୁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ସେଥିପାଇଁ ଟିମର ଅନ୍ୟ ସଦସ୍ୟ ଅଭ୍ୟାସ ଆରମ୍ଭ କରିସାରିଥିବାବେଳେ, ଦୂତୀ ରବିବାର ଭୁବନେଶ୍ବରରୁ ପଟିଆଲା ପହଞ୍ଚିଛନ୍ତି ।

ଗତ ମାସରେ କୋଭିଡ-19 ସଂକ୍ରମଣ ମାମଲା ଦେଶର ବୃଦ୍ଧି ପାଉଥିବା ଯୋଗୁଁ ଦେଶର ସମସ୍ତ ସାଇ କ୍ୟାମ୍ପସରେ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ନୂଆ ଗାଇଡଲାଇନ ଜାରି କରିଥିଲା । ନୂଆ ଗାଇଡଲାଇନ ଅନୁଯାୟୀ, 72 ଘଣ୍ଟାରୁ ଅଧିକ ଅବଧି ହୋଇନଥିବା RT-PCR ନେଗେଟିଭ ରିପୋର୍ଟ ଆଥଲେଟଙ୍କ ପାଇଁ ବାଧ୍ୟତାମୂଳକ ରହିଛି । ଏଥିସହ ସାଇ କ୍ୟାମ୍ପସରେ ଅନ୍ୟ ଗ୍ରୁପ ସହ ଅଭ୍ୟାସ ଆରମ୍ଭ କରିବା ପୂର୍ବରୁ ଅତିକମରେ ଗୋଟିଏ ସପ୍ତାହ କ୍ବାରେଣ୍ଟିନରେ ରହିବାକୁ ହେବ । ତେବେ କ୍ବାରେଣ୍ଟିନ ସମୟରେ ଦୂତୀ ଜିମ ବ୍ୟବହାର କରିପାରିବେ ନାହିଁ ବୋଲି କହିଛନ୍ତି କୋଚ୍‌ ।

ଅନ୍ୟ ଆଥଲେଟଙ୍କ ମଧ୍ୟରେ AFI 4x100ମିଟର ସ୍କ୍ବାଡରେ ଧାବିକା ହିମାଶ୍ରୀ ରୟ, ଅର୍ଚ୍ଚନା ସୁଶୀନ୍ଦ୍ରନ ଓ ଏଟି ଧନେଶ୍ବରୀ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.