ETV Bharat / sports

Hockey World Cup 2023: ହକି ଇଣ୍ଡିଆ ସଭାପତି କହିଲେ ଭାରତ ପୁଣି ଥରେ ବାଉନ୍ସ ବ୍ୟାକ୍ କରିବ - ଭାରତ ହାରିବା ପରେ ଦିଲ୍ଲୀପ ତିର୍କୀଙ୍କ ପ୍ରତିକ୍ରିୟା

କ୍ରସ ଓଭର ମ୍ୟାଚରେ ଟିମ ଇଣ୍ଡିଆର ପ୍ରଦର୍ଶନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ । ଏହି ପରାଜୟରୁ ଦଳକୁ ବହୁତ କିଛି ଶିଖିବାକୁ ମିଳିଛି । ଦଳକୁ ଆଗକୁ ନିଶ୍ଚୟ ଭଲ କରିବ । ଅଧିକ ପଢନ୍ତୁ

ନ୍ୟୁଜିଲାଣ୍ଡଠାରୁ ପରାଜୟ ପରେ ଦୃଶ୍ୟ
ନ୍ୟୁଜିଲାଣ୍ଡଠାରୁ ପରାଜୟ ପରେ ଦୃଶ୍ୟ
author img

By

Published : Jan 23, 2023, 5:12 PM IST

Hockey World Cup 2023 : ପରାଜୟ ପରେ ଭାରତ ପୁଣି ଥରେ ବାଉନ୍ସ ବ୍ୟାକ୍ କରିବ

ଭୁବନେଶ୍ବର: "ମ୍ୟାଚ ଜିତିବାର କ୍ଷମତା ଭାରତ ପାଖରେ ଥିଲା । ହେଲେ ମ୍ୟାଚ ହାତେଇବାରେ ବିଫଳ ରହିଛି ଦଳ ।" କ୍ରସ ଓଭର ମ୍ୟାଚରେ ଟିମ ଇଣ୍ଡିଆର ପ୍ରଦର୍ଶନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ । ସେ କହିଛନ୍ତି ହକି ବିଶ୍ବକପରେ ଟିମ ଇଣ୍ଡିଆର ପ୍ରଦର୍ଶନ ଭଲ ରହିଥିଲା । କ୍ରସ ଓଭର ମ୍ୟାଚରେ ଭାରତ ହାତରେ ମ୍ୟାଚ ରହିଥିଲା । ହେଲେ ଦୁର୍ଭାଗ୍ୟବଶତଃ ଦଳକୁ ପରାଜିତ ହେବାକୁ ପଡିଛି । ଏହି ପରାଜୟରୁ ଦଳକୁ ବହୁତ କିଛି ଶିଖିବାକୁ ମିଳିଛି । ଦଳକୁ ଆଗକୁ ନିଶ୍ଚୟ ଭଲ କରିବ । ଟିମ ଇଣ୍ଡିଆର ୪୮ ବର୍ଷର ବିଶ୍ବକପ ସ୍ବପ୍ନ ଚୂରମାର ହୋଇଛି । କ୍ରସ ଓଭର ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି । ଏହି ପରାଜୟ ପରେ ଟିମ ଇଣ୍ଡିଆର ହକି ବିଶ୍ବକପ ୨୦୨୩ ଅଭିଯାନ ଶେଷ ହୋଇଛି । ତେବେ ପନେଲ୍ଟି ସୁଟ୍ ଆଉଟରେ ନ୍ୟୁଜିଲାଣ୍ଡଠଆରୁ ପରାସ୍ତ ହେବାକୁ ସହଜରେ ଗ୍ରହଣ କରି ପାରିନାହାଁନ୍ତି ଭାରତୀୟ ହକି ପ୍ରେମୀ । ପନେଲ୍ଟି ସୁଟ୍ ଆଉଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ୫-୪ ଗୋଲରେ ପରାସ୍ତ ହେବାପରେ ହକି ପ୍ରେମୀଙ୍କୁ ଏହି ଘଟଣା ବହୁତ ବ୍ୟାଘାତ ଦେଇଛି ।

ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସଓଭର ମ୍ୟାଚରେ ଭାରତର ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ । ସେ କହିଛନ୍ତି "ଭାରତ ପାଖରେ ସୁଯୋଗ ରହିଥିଲା କ୍ରସ ଓଭର ମ୍ୟାଚରେ ବିଜୟ ହାସଲ କରିବା ପାଇଁ । ମ୍ୟାଚ ଜିତିବା ପାଇଁ ପେନାଲ୍ଟି କର୍ଣ୍ଣର ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ । ଯାହାର ଫାଇଦା ଭାରତକୁ ମିଳିଥିଲା । ହେଲେ ଭାରତ ଏହି ସୁଯୋଗର ଫାଇଦା ଉଠାଇ ପାରିଲାନାହିଁ । ଗୋଲକିପର ଦୁଇଟି ଗୋଲ୍‌କୁ ବଞ୍ଚାଇବା ପରେ ମଧ୍ୟ ଆମ ହାତରେ ମ୍ୟାଚ ରହିଥିଲା । ତଥାପି ପେନାଲ୍ଟି ସୁଟ୍ ଆଉଟରେ ଆମକୁ ମ୍ୟାଚ ହରାଇବାକୁ ପଡିଲା । ଏହି ପରାଜୟରୁ ଦଳକୁ ବହୁତ କିଛି ଶିଖିବାକୁ ମିଳିଛି । ପରବର୍ତ୍ତୀ ମ୍ୟାଚରେ ଆମେ ଭଲ କରିବୁ ।"

ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସଓଭର ମ୍ୟାଚର ୧୮ତମ ମିନିଟରେ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲା । ଏହି ଗୋଲ ଲଲିତକୁମାର ଉପାଧ୍ୟାୟ ଦେଇଥିଲେ । ଏହାପରେ ମ୍ୟାଚର ୨୫ ମିନିଟରେ ସୁଖଜିତ ସିଂହ ଗୋଟିଏ ଗୋଲ ଦେଇ ଗୋଲ ସଂଖ୍ୟା ପ୍ରଥମାର୍ଦ୍ଧରେ ୨ କରିଥିଲେ । ସେହିପରି ନ୍ୟୁଜିଲାଣ୍ଡ ମ୍ୟାଚର ୨୯ ମିନିଟରେ ସାମ ଲେନ୍ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲା । ସେପଟେ ଦ୍ବିତୀୟାର୍ଦ୍ଧରେ ମ୍ୟାଚ ଆହୁରି ରୋମାଞ୍ଚକର ହୋଇଥିଲା । ଉଭୟ ଦଳ ମଧ୍ୟରେ କ୍ବାର୍ଟର ଫାଇନାଲ ଯୋଗ୍ୟତା ହାସଲ ପାଇଁ ଦେଖିବାକୁ ମିଳିଥିଲା ଘମାଘୋଟ ଲଢେଇ । ପେନାଲ୍ଟି କର୍ଣ୍ଣର ଫାଇଦା ଉଠାଇଥିଲା ନ୍ୟୁଜିଲାଣ୍ଡ । ଭାରତ ଦ୍ବିତୀୟାର୍ଦ୍ଧରେ ଏତେଟା ସଫଳ ରହିନଥିଲା । ମ୍ୟାଚର ୪୧ ମିନିଟରେ ବରୁଣ କୁମାର ଗୋଟିଏ ଗୋଲ ଦେଇଥିଲେ । ଯାହା ଗୋଲ ସଂଖ୍ୟା ୩କୁ ବୃଦ୍ଧି ପାଇଥିଲା । ସେପଟେ ଜୋଶରେ ଥିବା ନ୍ୟୁଜିଲାଣ୍ଡ ମ୍ୟାଚର ୪୪ ମିନିଟ ଏବଂ ୫୦ ମିନିଟରେ ଗୋଲ ଦେଇଥିଲା । ଯାହା ନିର୍ଦ୍ଧାରିତ ସମୟରେ ଗୋଲ ସଂଖ୍ୟା ୩-୩ ରେ ବରାବର ରହିଥିଲା । ଏହାପରେ ପେନାଲ୍ଟି ସୁଟ୍ ଆଉଟ ଖେଳ ଆରମ୍ଭ ହୋଇଥିଲା । ଯେଉଁଥିରେ ନ୍ୟୁଜିଲାଣ୍ଡ ଭାରତକୁ ୫-୪ ଗୋଲରେ ମାତ୍ ଦେଇ ବିଜୟୀ ହୋଇଛି । କ୍ବାର୍ଟର ଫାଇନାଲରେ ଡିଫେଣ୍ଡିଂ ଚମ୍ପିଆନ ବେଲଜିୟମକୁ ଭେଟିବ ନ୍ୟୁଜିଲାଣ୍ଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.