ETV Bharat / sports

ସପ୍ତମ ଗ୍ରାମାଞ୍ଚଳ କ୍ରୀଡା ମହୋତ୍ସବ ଉଦ୍‌ଯା‌ପିତ

କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ ଚାଲିଥିବା କ୍ରୀଡାମହୋତ୍ସବ ଉଦ୍ଯା‌ପିତ ହୋଇଛି । ଅଧିକ ପଢନ୍ତୁ...

Dhenkanal: 7th sports festival closing ceremony
ସପ୍ତମ ଗ୍ରାମାଞ୍ଚଳ କ୍ରୀଡା ମହୋତ୍ସବ ଉଦ୍‌ଯା‌ପିତ
author img

By

Published : Mar 25, 2021, 8:45 PM IST

Updated : Mar 25, 2021, 8:51 PM IST

ଢେଙ୍କାନାଳ: ସ୍ଥାନୀୟ କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ ଚାଲିଥିବା କ୍ରୀଡାମହୋତ୍ସବ ଉଦଯାପିତ ହୋଇଛି ।

ଶେଷ ଦିନରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗ ଦେଇଥିବାବେଳେ, ସମ୍ମାନିତ ଅତିଥି ଭାବେ ରାଜ୍ୟ କ୍ରୀଡା ଯୁବବ୍ୟାପାର ବିଭାଗର ଅଧ୍ୟକ୍ଷ ବିଜୟ ନାୟକ ଯୋଗଦେଇଥିଲେ । ୪ଦିନ ଧରି ଚାଲିଥିବା ଏହି କ୍ରୀଡା ମହୋତ୍ସବରେ କ୍ରିକେଟ, ଭଲିବଲ, କବାଡି ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ସପ୍ତମ ଗ୍ରାମାଞ୍ଚଳ କ୍ରୀଡା ମହୋତ୍ସବ ଉଦ୍‌ଯା‌ପିତ

ଏଥିରେ ରାଜ୍ୟ ତମାମରୁ ଅନେକ ଟିମ ଅଂଶ ଗ୍ରହଣ କରିଥିଲେ । ଶେଷ ଦିନରେ କ୍ରିକେଟ ଓ ଭଲିବଲର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । କାମାକ୍ଷାନଗର ଏମ୍ ସି ସି ଟିମ ଓ କଟକ ନିମପୁର ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ । ଏଥିରେ କାମାକ୍ଷାନଗର ଏମ୍ ସି ସି ୩୨ରନରେ ନିମପୂର କଟକକୁ ହରାଇ ବିଜୟୀ ହୋଇଥିଲା ।

ସେହିପରି ଭଲିବଲ ଫାଇନାଲ ଭୁବନେଶ୍ବର ଓ କେନ୍ଦୁଝର ଟିମ ମଧ୍ୟରେ ଖେଳାଯାଥିଲା । ଏଥିରେ କେନ୍ଦୁଝରକୁ ହରାଇ ଭୁବନେଶ୍ବର ଚମ୍ପିଆନ ହୋଇଛି । ମୁଖ୍ୟ ଅତିଥି ଉଭୟ ଚମ୍ପିଆନ ଓ ରନର୍ସଅପ୍‌ ଟିମକୁ ନଗଦ ଅର୍ଥରାଶି ସହ ଟ୍ରଫି ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳ ଉପଭୋଗ କରିଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Mar 25, 2021, 8:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.