ETV Bharat / sports

ସୁଶୀଲ କୁମାରଙ୍କୁ ନେଇ ମିଡିଆ ଟ୍ରାଏଲ: ହାଇକୋର୍ଟରେ ମା, ଆଜି ହେବ ଶୁଣାଣି - ରେସଲର ସାଗର ରାଣା ମୃ୍ତ୍ୟୁ ମାମଲା

ଆଜି(ଗୁରୁବାର) ସୁଶୀଲଙ୍କ ମାଆ ମିଡିଆ ଟ୍ରାଏଲ ବିରୋଧରେ କରିଥିବା ଆବେଦନ ଉପରେ ଶୁଣାଣି କରିପାରନ୍ତି ଦିଲ୍ଲା ହାଇକୋର୍ଟ । ଅଧିକ ପଢନ୍ତୁ...

ସୁଶୀଲ କୁମାରଙ୍କୁ ନେଇ ମିଡିଆ ଟ୍ରାଏଲ
ସୁଶୀଲ କୁମାରଙ୍କୁ ନେଇ ମିଡିଆ ଟ୍ରାଏଲ
author img

By

Published : May 27, 2021, 11:35 AM IST

ନୂଆଦିଲ୍ଲୀ: ରେସଲର ସାଗର ରାଣା ମୃ୍ତ୍ୟୁ ମାମଲାରେ ଗିରଫ ହୋଇଛନ୍ତି ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାର । ଆଜି(ଗୁରୁବାର) ସୁଶୀଲଙ୍କ ମାଆ ମିଡିଆ ଟ୍ରାଏଲ ବିରୋଧରେ କରିଥିବା ଆବେଦନ ଉପରେ ଶୁଣାଣି କରିପାରନ୍ତି ଦିଲ୍ଲୀ ହାଇକୋର୍ଟ ।

ସୁଶୀଲଙ୍କ ବିରୋଧରେ ଗଣମାଧ୍ୟମରେ ଖବର ପ୍ରସାରଣରେ ରୋକ ଲଗାଇବା ସହିତ ସୁଶୀଲଙ୍କୁ ଅଡୁଆରେ ପକାଇଲା ଭଳି ଖବର ନ ଛାପିବାକୁ ତାଙ୍କ ମାଆ ଆବେଦନ କରିଛନ୍ତି । ଏନେଇ ସେ କୋର୍ଟରେ ଏକ ଆବେଦନ କରିଥିଲେ । ଯାହାର ଶୁଣାଣି ଆଜି ଦିଲ୍ଲୀ ହାଇକୋର୍ଟ କରିବେ ବୋଲି ସୂଚନା ମିଳିଛି ।

ପ୍ରକାଶ ଥାଉକି, ରେସଲର ସାଗର ରାଣା ମୃତ୍ୟୁ ମାମଲାରେ ସୁଶୀଲ କୁମାର ଗିରଫ ହୋଇଛନ୍ତି । ମାମଲାର ତଦନ୍ତ ପାଇଁ ଦିଲ୍ଲା କ୍ରାଇମବ୍ରାଞ୍ଚକୁ ଦାୟିତ୍ବ ଦିଆଯାଇଛି । କୋର୍ଟ ସୁଶୀଲ କୁମାରଙ୍କୁ 6 ଦିନ ପାଇଁ ପୋଲିସ ରିମାଣ୍ଡର ପଠାଇଛନ୍ତି । ଏ ନେଇ ଛତ୍ରଶାଳା ଷ୍ଟାଡିୟମକୁ କ୍ରାଇମବ୍ରାଞ୍ଚର ଏକ ଟିମ ଯାଇ ସୁଶୀଲ କୁମାରଙ୍କୁ ପଚରାଉଚରା କରିଥିଲା । ସୁଶୀଲ ସେଠାରେ ଘଟଣାର ଡେମୋ ଦେଖାଇଥିବା ଜଣାପଡିଛି । ଏହା ସହିତ ରେଳବାଇ ପକ୍ଷରୁ ସୁଶୀଲଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.