ETV Bharat / sports

ରେସଲର ସୁଶୀଲ କୁମାରଙ୍କୁ ଅନ୍ତରୀଣ ଜାମିନ - ରେସଲର ସୁଶୀଲ କୁମାରଙ୍କୁ ଅନ୍ତରୀଣ ଜାମିନ

ବାପାଙ୍କ ଶେଷକୃତ୍ୟରେ ସାମିଲ ହେବାକୁ ରେସଲର ସୁଶୀଲ କୁମାରଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ କୋର୍ଟ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 7, 2023, 7:21 AM IST

ନୂଆଦିଲ୍ଲୀ: ରେସଲର ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଅଲମ୍ପିଆନ ରେସଲର ସୁଶୀଲ କୁମାର । ତିହାର ଜେଲରେ ବନ୍ଦୀ ଜୀବନ କାଟୁଥିବା ସୁଶୀଲ କୁମାରଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀ କୋର୍ଟ । ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିବାରୁ ଶେଷକୃତ୍ୟରେ ସାମିଲ ହେବା ପାଇଁ କୋର୍ଟ ତାଙ୍କୁ ଚାରି ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ଏନେଇ ଦିଲ୍ଲୀ କୋର୍ଟର ଆଡସିନାଲ ସେସନ ଜଜ୍‌ କହିଛନ୍ତି ଯେ, ଅଭିଯୁକ୍ତ ସୁଶୀଲ କୁମାର ବାପାଙ୍କ ମୃତ୍ୟୁ ହୋଇଛି । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ କରାଯିବ । ମାନବିକତା ଦୃଷ୍ଟିରୁ ସୁଶୀଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ଏକ ଲକ୍ଷ ଟଙ୍କା ମୁଚାଲିକାରେ ମାର୍ଚ୍ଚ 6ରୁ 9 ତାରିଖ ପର୍ଯ୍ୟନ୍ତ ସୁଶିଲ ଜେଲ ବାହାରେ ରହିବେ । ସୁଶୀଲଙ୍କ ସୁରକ୍ଷା ପାଇଁ ପୋଲିସ ନିୟୋଜିତ ହେବେ । ଏହାର ସମସ୍ତ ଖର୍ଚ୍ଚ ତାଙ୍କ ପରିବାର ସଦସ୍ୟ ବହନ କରିବେ।

ଏହା ମଧ୍ୟ ପଢନ୍ତୁ-WPL 2023: MSD ଫ୍ୟାନ୍‌ କିରଣ ପ୍ରଭୁ, ବ୍ୟାଟ୍‌ରେ ଲେଖିଲେ ନାଁ ଆଉ ଜର୍ସି ନମ୍ବର

ଜେଲ ନିୟମାବଳୀ ଅନୁଯାୟୀ କୋର୍ଟ କହିଛନ୍ତି ଯେ, 9 ତାରିଖ ସୁଦ୍ଧା ଜମିନ ପ୍ରଦାନ ପାଇଁ ହୋଇଥିବା 1 ଲକ୍ଷ ମୁଚାଲିକାକୁ ସମ୍ପୃକ୍ତ ଜେଲ ଅଧୀକ୍ଷକଙ୍କ ନିକଟରେ ପୈଠ କରାଯିବା ଆବଶ୍ୟକ। ଅନ୍ତରୀଣ ଜାମିନ ଅବଧି ଶେଷ ହେବା ପରେ ମାର୍ଚ୍ଚ 10ରେ ଜେଲ ଅଧୀକ୍ଷକଙ୍କ ନିକଟରେ ସୁଶୀଲ ଆତ୍ମସମର୍ପଣ କରିବା ନେଇ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅନ୍ତରୀଣ ଜାମିନ ପ୍ରଦାନ ପୂର୍ବରୁ କୋର୍ଟଙ୍କ ତରଫରୁ ଅନେକ ସର୍ତ୍ତ ରଖାଯାଇଥିଲା । ସୁଶିୀ ଜେଲ ବାହାରକୁ ଯିବା ପରେ ଯେମିତି କୌଣସି ଅପରାଧିକ କାର୍ଯ୍ୟକଳାପ ନକରନ୍ତି, ଏଥି ସହ ପ୍ରମାଣ ନଷ୍ଟ ନକରିବା , ତଦନ୍ତକାରୀ ଅଧିକାରୀଙ୍କ ଆବଶ୍ୟକତା ଅନୁଯାୟୀ ଫୋନ୍‌ର ଲାଇଭ ଲୋକେସନ ସେୟାର କରିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି । ଯଦି ଏହି ସର୍ତ୍ତଗୁଡିକୁ ସୁଶିଲ କୁମାର ଉଲ୍ଲଂଘନ କରନ୍ତି ତେବେ ପ୍ରଦାନ କରାଯାଇଥିବା ଜାମିନକୁ ବାତିଲ କରାଯିବ ।

ଏହା ମଧ୍ୟ ପଢନ୍ତୁ-Legends League Cricket: 10ରୁ ଲିଜେଣ୍ଡ୍ସ କ୍ରିକେଟ ଲିଗ୍‌, ଏହି ଦୁଇ ଟିମ୍‌ ମଧ୍ୟରେ ପ୍ରଥମ ମୁକାବିଲା

ସୂଚନା ଥାଉକି, ଗତ 23 ମେ 2021ରେ ଛତ୍ରଶାଲ ଷ୍ଟାଡିୟମରେ ସାଗର ଧନକରଙ୍କ ହତ୍ୟା ମାମଲାରେ ଅଲିମ୍ପିଆନ ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀ ଅଜୟ କୁମାରଙ୍କୁ ଗିରଫ କରାଯାଇଥିଲା । ମେ 4 ତାରିଖରେ ସୁଶୀଲ , ତାଙ୍କ ସହଯୋଗୀ ମୃତ ସାଗର ଓ ତାଙ୍କ ସାଥୀଙ୍କୁ ପ୍ରବଳ ମାଡ ମାରିଥିଲେ । ଯେଉଁଥିରେ ସାଗରଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.