ETV Bharat / sports

CWG 2022: ପାରା ପାୱାରଲିପ୍ଟିଂରେ ସୁଧୀର ଜିତିଲେ ସ୍ବର୍ଣ୍ଣପଦକ - କମନୱେଲଥ ଗେମ୍ସ 2022

22ତମ ରାଜ୍ୟଗୋଷ୍ଠୀ କ୍ରୀଡା ପାରା ଶକ୍ତି ଉତ୍ତୋଳନରେ ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ସୁଧୀର । ଅଧିକ ପଢନ୍ତୁ

ପାରା ଶକ୍ତି ଉତ୍ତୋଳନରେ ସୁଧୀରଙ୍କୁ ସ୍ବର୍ଣ୍ଣ
ପାରା ଶକ୍ତି ଉତ୍ତୋଳନରେ ସୁଧୀରଙ୍କୁ ସ୍ବର୍ଣ୍ଣ
author img

By

Published : Aug 5, 2022, 8:25 AM IST

ବର୍ମିଂହାମ: 22ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ଅଭିଯାନ ଜାରି ରହିଛି । ପାରା ଶକ୍ତି ଉତ୍ତୋଳନରେ (Para Powerlifting) ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ସୁଧୀର । ପୁରୁଷ ହେବିୱେଟ ବର୍ଗରେ ଏହି ସଫଳତା ହାସଲ କରିଛନ୍ତି । ଫାଇନାଲରେ 134.5 ପଏଣ୍ଟ ସ୍କୋର କରି ରେକର୍ଡ ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସୁଧୀର।

ନାଇଜେରିଆର ଆଇ.ସି ଓବିଚୁକୁ 133.6 ପଏଣ୍ଟ ସହ ରୌପ୍ୟ ଓ ସ୍କଟଲାଣ୍ଡର ମିକି ୟୁଲି 130.9 ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେହିପରି ମହିଳା ଲାଇଟୱେଟରେ ମନପ୍ରୀତ କୌର 89.6 ପଏଣ୍ଟ ସହ ଚତୁର୍ଥ ଏବଂ ସକିନା 87.5 ପଏଣ୍ଟ ସହ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଅନ୍ୟପଟେ ପୁରୁଷ ଲାଇଟୱେଟରେ ଭାରତର ପରମଜିତଙ୍କ 3ଟି ପ୍ରୟାସ ଫାଉଲ ହୋଇଛି ।

  • Congratulations to Sudhir for his historic feat in winning gold in para-powerlifting in #CommonwealthGames. Your spirited performance and dedication has brought you the medal and glory for India. May you shine in your future endeavours.

    — President of India (@rashtrapatibhvn) August 5, 2022 " class="align-text-top noRightClick twitterSection" data=" ">

ସୁଧୀରଙ୍କ ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି, ''କମନୱେଲଥ ଗେମ୍ସର ପାରା-ପାୱାରଲିଫ୍ଟରେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ସୁଧୀରଙ୍କୁ ଅଭିନନ୍ଦନ । ଉତ୍ସାହଜନକ ପ୍ରଦର୍ଶନ ଏବଂ ଉତ୍ସର୍ଗ ଭାରତ ପାଇଁ ଆଉ ଏକ ପଦକ ଗୌରବ ଆଣିଦେଇଛି । ଆଗାମୀ ସଫଳତା ପାଇଁ ଅନେକ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ।’’

  • Sudhir opens India's medal tally at #CWG2022. Congratulations on your 🥇 medal at your first CWG. Yet another athlete from Haryana makes a mark on the world stage. With the display of skill and spirit on the mat today you showed the world what champions are made of. pic.twitter.com/5YKjUF6pMF

    — Anurag Thakur (@ianuragthakur) August 4, 2022 " class="align-text-top noRightClick twitterSection" data=" ">

ସେହିପରି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ସୁଧୀରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି କ୍ରୀଡାମନ୍ତ୍ରୀ କହିଛନ୍ତି, ‘‘ରାଜ୍ୟଗୋଷ୍ଠୀରେ ସ୍ବର୍ଣ୍ଣ ଜିତିଥିବାରୁ ଶୁଭେଚ୍ଛା । ଏହା ତୁମ ପ୍ରଥମ ପଦକ । ହରିୟାଣାର ଆଉ ଜଣେ ଆଥଲେଟ ବିଶ୍ବ ଦରବାରରେ ଭାରତର ନାମ ରଖିଥିବା’’ କହିଛନ୍ତି କ୍ରୀଡାମନ୍ତ୍ରୀ ।

ଏହା ବି ପଢନ୍ତୁ...CWG 2022: ୱେଲ୍‌ସ୍‌କୁ ୪-୧ଗୋଲ୍‌ରେ ପରାଜିତ, ସେମିରେ ପହଞ୍ଚିଲା ଭାରତ

ପ୍ରକାଶ ଥାଉ କି, ଭାରତ ପାଖରେ ଏଯାବତ 20ଟି ପଦକ ରହିଛି । ସେଥିରୁ ୬ ସ୍ବର୍ଣ୍ଣ, ୭ ରୌପ୍ୟ, ୭ କାଂସ୍ୟ ପଦକ ରହିଛି । ଆଗକୁ ଆହୁରି ପଦକ ସଂଖ୍ୟା ବଢିବା ନେଇ ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.