ETV Bharat / sports

CWG 2022: ରୌପ୍ୟ ଜିତିଲେ ମିଶ୍ରିତ ବ୍ୟାଡମିଣ୍ଟନ ଦଳ, ପଦକ ସଂଖ୍ୟା 13କୁ ବୃଦ୍ଧି - CommonwealthGames 2022

ମିଶ୍ରିତ ବ୍ୟାଡମିଣ୍ଟନରେ ଫାଇନାଲ ମୁକାବିଲା ମାଲେସିଆଠୁ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଛି ଟିମ । ଅଧିକ ପଢନ୍ତୁ

ରୌପ୍ୟ ଜିତିଲେ ମିଶ୍ରିତ ବ୍ୟାଡମିଣ୍ଟନ ଦଳ
ରୌପ୍ୟ ଜିତିଲେ ମିଶ୍ରିତ ବ୍ୟାଡମିଣ୍ଟନ ଦଳ
author img

By

Published : Aug 3, 2022, 8:32 AM IST

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ଚମକ ଦେଖିବାକୁ ମିଳିଛି । ପଦକ ପରେ ପଦକ ଜିତିବାକୁ ଲାଗିଛନ୍ତି ଭାରତୀୟ କ୍ରୀଡାବିତ । ମିଶ୍ରିତ ବ୍ୟାଡମିଣ୍ଟନରେ ଫାଇନାଲ ମୁକାବିଲା ମାଲେସିଆଠୁ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଛି ଟିମ । ମାଲେସିଆଠୁ ଭାରତ 3-1ରେ ପରାସ୍ତ ହୋଇଛି । ଭାରତ ପାଇଁ ମହିଳା ସିଙ୍ଗଲ୍ସରେ ପି.ଭି ସିନ୍ଧୁ ବିଜୟୀ ହୋଇଥିବା ବେଳେ ଅନ୍ୟ 3ଟି ମ୍ୟାଚରେ ଭାରତ ପରାସ୍ତ ହୋଇଥିଲା । ଫଳରେ ଭାରତ ରୌପ୍ୟରେ ସନ୍ତୁଷ୍ଟ ରହିଛି ।

ଏହା ବି ପଢନ୍ତୁ...CWG 2022: ଟେବୁଲ ଟେନିସ ଟିମ୍‌ ଇଭେଣ୍ଟର ଭାରତକୁ ସ୍ୱର୍ଣ୍ଣ ପଦକ

ପ୍ରଥମ ମ୍ୟାଚ ପୁରୁଷ ଡବଲସ ଥିବାବେଳେ ଭାରତର ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟିଙ୍କୁ ଚିଆ ଓ ସୋ 2-0 ଗେମରେ ପରାସ୍ତ କରିଥିଲେ । 2ୟ ମହିଳା ସିଙ୍ଗଲ୍ସରେ ପି.ଭି ସିନ୍ଧୁ ମାଲେସିଆର ଜିନ ୱେଇ ଗୋଙ୍କୁ 2-0 (22-20,21-17) ଗେମରେ ପରାସ୍ତ କରି ସ୍କୋରକୁ 1-1 କରିଥିଲେ । ଭାରତକୁ ନିରାଶ କରିଥିଲେ କେ. ଶ୍ରୀକାନ୍ତ । ଅଭିଜ୍ଞ ଖେଳାଳି ଶ୍ରୀକାନ୍ତଙ୍କୁ ମାଲେସିଆର ଜେ ୟଙ୍ଗ 2-1 (21-19,21-8) ଗେମରେ ପରାସ୍ତ କରିଥିଲେ। ଏହାପରେ ମାଲେସିଆ 2-1ରେ ଆଗୁଆ ରହିଥିଲା । ପରେ ମହିଳା ଡବଲ୍ସରେ ଗୋପୀଚାନ୍ଦଙ୍କୁ ମାଲେସିଆର ଟାନ ଓ ଥିନା 21-18,21-17ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାତେଇଥିଲେ ।

ଦେଶ ପାଇଁ ସ୍ବର୍ଣ୍ଣ ଜିତିବା ଲକ୍ଷ୍ୟ ରଖିଥିବା ଦଳ ସାମାନ୍ୟ ନିରାଶ ହୋଇଛି । ଶ୍ରୀକାନ୍ତ କହିଛନ୍ତି, ‘‘କିଛି ଜିନିଷ ଆମ ଅନୁସାରେ ହୋଇନଥାଏ । ଆହୁରି ଅଧିକ ଧ୍ୟାନ ଦେବାକୁ ପଡିବ । କଣ ଭୁଲ ରହିଲା ତାହାକୁ ବିଶ୍ଲେଷଣ କରିବ ଏବଂ ସିଙ୍ଗଲ୍ସରେ କଣ ଭଲ ହୋଇପାରିବ ତାହା ଉପରେ ଧ୍ୟାନ ଦେବି ବୋଲି କହିଛନ୍ତି ଶ୍ରୀକାନ୍ତ ।’’ ସେହିପରି ପି.ଭି ସିନ୍ଧୁ କହିଛନ୍ତି,'' ସ୍ବର୍ଣ୍ଣ ଜିତି ନପାରିବାରୁ ଦୁଃଖିତ । ଏହା ଆମକୁ ଅଧିକ ଦୃଢ କରିଛି ଆଶା କରୁଛି ବ୍ୟକ୍ତିଗତ ମ୍ୟାଚରେ ସ୍ବର୍ଣ୍ଣ ଜିତିବୁ ।''

ପ୍ରକାଶ ଥାଉ କି, ଭାରତ ପାଖରେ ଏଯାବତ 13 ଟି ପଦକ ରହିଛି । ସେଥିରୁ 5ଟି ସ୍ବର୍ଣ୍ଣ, 6ଟି ରୌପ୍ୟ ଓ 2ଟି କାଂସ୍ୟ ରହିଛି । ଏହା ସହ ଭାରତ ଷଷ୍ଠ ସ୍ଥାନରେ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.