ETV Bharat / sports

ସାଉଦି ଆରବ କ୍ଲବ ପାଇଁ ଖେଳିବେ ରୋନାଲ୍ଡ, ବର୍ଷକୁ ମିଳିବ ଏତିକି ଟଙ୍କା

author img

By

Published : Dec 31, 2022, 4:31 PM IST

ମଞ୍ଚେସ୍ଟର ୟୁନାଇଟେଡ ସହିତ ଚୁକ୍ତି ଶେଷ ହେବା ପରେ ଏବେ ସାଉଦି ଆରବ କ୍ଲବ ନାସାର ଏଫସି ତରଫରୁ ଖେଳିବେ ଲୋକପ୍ରିୟ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ । ଏହି ଚୁକ୍ତି ଜୁନ ୨୦୨୫ ପର୍ଯ୍ୟନ୍ତ କରାଯାଇଛି । ଅଧିକ ପଢନ୍ତୁ

କ୍ରିଷ୍ଟିଆନୋ ରୋନାଲ୍ଡୋ ସାଉଦି ଆରୋବ କ୍ଲବ ପାଇଁ ଚୁକ୍ତି କରୁଛନ୍ତି

ହାଇଦ୍ରାବାଦ: ସାଉଦି ଆରବ କ୍ଲବ ନାସାର ଏଫସି ତରଫରୁ ଖେଳିବେ ଲୋକପ୍ରିୟ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ । ପର୍ତ୍ତୁଗାଲର ଏହି ଷ୍ଟାର ଫୁଟବଲର ସାଉଦି ଆରବ ସହିତ ୫୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କାରେ ଚୁକ୍ତି କରିଛନ୍ତି ବୋଲି ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି । ଯେଉଁଥିରେ ତାଙ୍କୁ ୧୭୭୭ କୋଟି ଟଙ୍କା ବର୍ଷକୁ ଦେୟ କରାଯିବ । ଏହି ଚୁକ୍ତି ଜୁନ ୨୦୨୫ ପର୍ଯ୍ୟନ୍ତ ହୋଇଛି । ନାସାର ଏଫସି କ୍ଲବ ରୋନାଲ୍ଡୋଙ୍କର ଏକ ଜର୍ସି ସହିତ ଫଟୋ ପୋଷ୍ଟ କରି ଏନେଇ ସୂଚନା ଦେଇଛି ।

  • History in the making. This is a signing that will not only inspire our club to achieve even greater success but inspire our league, our nation and future generations, boys and girls to be the best version of themselves. Welcome @Cristiano to your new home @AlNassrFC pic.twitter.com/oan7nu8NWC

    — AlNassr FC (@AlNassrFC_EN) December 30, 2022 " class="align-text-top noRightClick twitterSection" data=" ">

History in the making. This is a signing that will not only inspire our club to achieve even greater success but inspire our league, our nation and future generations, boys and girls to be the best version of themselves. Welcome @Cristiano to your new home @AlNassrFC pic.twitter.com/oan7nu8NWC

— AlNassr FC (@AlNassrFC_EN) December 30, 2022

ପର୍ତ୍ତୁଗାଲର ଏହି ଲିଜେଣ୍ଡ ଫୁଟବଲର ଅନ୍ୟ ଏକ ଟିମରେ ଯୋଗ ଦେବା ପରେ କହିଛନ୍ତି, "ମୁଁ ଏକ ଅଲଗା ଦେଶରେ ନୂଆଁ ଫୁଟବଲର ଲିଗ ପାଇଁ ପ୍ରସ୍ତୁତ ରହିଛି ।" ତେବେ ରୋନାଲ୍ଡ ଏହି ଚୁକ୍ତି ପରେ ବିଶ୍ବରେ ସବୁଠୁ ଅଧିକ ରୋଜଗାର କରୁଥିବା ଖେଳାଳି ହୋଇ ପାରିଛନ୍ତି । ୟୁରୋପରେ କିଛି ବର୍ଷ ଖେଳିବା ପରେ ଏବେ ସେ ସାଉଦି ଆରବ କ୍ଲବ ପାଇଁ ଖେଳିବେ । ପୂର୍ବରୁ ଖେଳୁଥିବା ମଞ୍ଚେଷ୍ଟର ୟୁନାଇଟେଡ ସହିତ ଚୁକ୍ତି ଶେଷ ହେବା ପରେ ତାଙ୍କ ଭବିଷ୍ୟତକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏବେ ରୋନାଲ୍ଡ ଏହି ସାଉଦି ଆରବ କ୍ଲବରେ ସାମିଲ ହେବା ପରେ ସେମାନଙ୍କ ମୁହଁ ବନ୍ଦ କରିଛନ୍ତି ରୋନାଲ୍ଡୋ ।

ନାସାର ଏଫସି କ୍ଲବରେ ରୋନାଲ୍ଡୋ ସାମିଲ ହେବା ପରେ ଏହି ଦଳ ଅଧିକ ମଜବୁତ ହେବା ନେଇ ଆଶା କରାଯାଉଛି । ଏହି କ୍ଲବ ସାଉଦି ପ୍ରି ଲିଗ ଟାଇଟଲ ହାତେଇଛି । ୩୭ ବର୍ଷିୟ କ୍ରିଷ୍ଟିଆନୋ ରୋନାଲ୍ଡୋ ପ୍ରଫେସନାଲ ଫୁଟବଲ ଇତିହାସରେ ସବୁଠୁ ଅଧିକ ଗୋଲ ଦେବାରେ ରେକର୍ଡ କରିଛନ୍ତି । ସେ ଚଳିତ ବର୍ଷ ଜୋସେଫ ବିକେନଙ୍କ ୮୦୫ ଗୋଲକୁ ପଛରେ ପକାଇଛନ୍ତି । ରୋନାଲ୍ଡୋ ପର୍ତ୍ତୁଗାଲ ପାଇଁ ଏପର୍ଯ୍ୟନ୍ତ ୧୯୬ ମକାବିଲାରେ ୧୧୮ ଗୋଲ ଦେଇଛନ୍ତି ।

ହାଇଦ୍ରାବାଦ: ସାଉଦି ଆରବ କ୍ଲବ ନାସାର ଏଫସି ତରଫରୁ ଖେଳିବେ ଲୋକପ୍ରିୟ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ । ପର୍ତ୍ତୁଗାଲର ଏହି ଷ୍ଟାର ଫୁଟବଲର ସାଉଦି ଆରବ ସହିତ ୫୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କାରେ ଚୁକ୍ତି କରିଛନ୍ତି ବୋଲି ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି । ଯେଉଁଥିରେ ତାଙ୍କୁ ୧୭୭୭ କୋଟି ଟଙ୍କା ବର୍ଷକୁ ଦେୟ କରାଯିବ । ଏହି ଚୁକ୍ତି ଜୁନ ୨୦୨୫ ପର୍ଯ୍ୟନ୍ତ ହୋଇଛି । ନାସାର ଏଫସି କ୍ଲବ ରୋନାଲ୍ଡୋଙ୍କର ଏକ ଜର୍ସି ସହିତ ଫଟୋ ପୋଷ୍ଟ କରି ଏନେଇ ସୂଚନା ଦେଇଛି ।

  • History in the making. This is a signing that will not only inspire our club to achieve even greater success but inspire our league, our nation and future generations, boys and girls to be the best version of themselves. Welcome @Cristiano to your new home @AlNassrFC pic.twitter.com/oan7nu8NWC

    — AlNassr FC (@AlNassrFC_EN) December 30, 2022 " class="align-text-top noRightClick twitterSection" data=" ">

ପର୍ତ୍ତୁଗାଲର ଏହି ଲିଜେଣ୍ଡ ଫୁଟବଲର ଅନ୍ୟ ଏକ ଟିମରେ ଯୋଗ ଦେବା ପରେ କହିଛନ୍ତି, "ମୁଁ ଏକ ଅଲଗା ଦେଶରେ ନୂଆଁ ଫୁଟବଲର ଲିଗ ପାଇଁ ପ୍ରସ୍ତୁତ ରହିଛି ।" ତେବେ ରୋନାଲ୍ଡ ଏହି ଚୁକ୍ତି ପରେ ବିଶ୍ବରେ ସବୁଠୁ ଅଧିକ ରୋଜଗାର କରୁଥିବା ଖେଳାଳି ହୋଇ ପାରିଛନ୍ତି । ୟୁରୋପରେ କିଛି ବର୍ଷ ଖେଳିବା ପରେ ଏବେ ସେ ସାଉଦି ଆରବ କ୍ଲବ ପାଇଁ ଖେଳିବେ । ପୂର୍ବରୁ ଖେଳୁଥିବା ମଞ୍ଚେଷ୍ଟର ୟୁନାଇଟେଡ ସହିତ ଚୁକ୍ତି ଶେଷ ହେବା ପରେ ତାଙ୍କ ଭବିଷ୍ୟତକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏବେ ରୋନାଲ୍ଡ ଏହି ସାଉଦି ଆରବ କ୍ଲବରେ ସାମିଲ ହେବା ପରେ ସେମାନଙ୍କ ମୁହଁ ବନ୍ଦ କରିଛନ୍ତି ରୋନାଲ୍ଡୋ ।

ନାସାର ଏଫସି କ୍ଲବରେ ରୋନାଲ୍ଡୋ ସାମିଲ ହେବା ପରେ ଏହି ଦଳ ଅଧିକ ମଜବୁତ ହେବା ନେଇ ଆଶା କରାଯାଉଛି । ଏହି କ୍ଲବ ସାଉଦି ପ୍ରି ଲିଗ ଟାଇଟଲ ହାତେଇଛି । ୩୭ ବର୍ଷିୟ କ୍ରିଷ୍ଟିଆନୋ ରୋନାଲ୍ଡୋ ପ୍ରଫେସନାଲ ଫୁଟବଲ ଇତିହାସରେ ସବୁଠୁ ଅଧିକ ଗୋଲ ଦେବାରେ ରେକର୍ଡ କରିଛନ୍ତି । ସେ ଚଳିତ ବର୍ଷ ଜୋସେଫ ବିକେନଙ୍କ ୮୦୫ ଗୋଲକୁ ପଛରେ ପକାଇଛନ୍ତି । ରୋନାଲ୍ଡୋ ପର୍ତ୍ତୁଗାଲ ପାଇଁ ଏପର୍ଯ୍ୟନ୍ତ ୧୯୬ ମକାବିଲାରେ ୧୧୮ ଗୋଲ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.