ETV Bharat / sports

କୋରୋନା ମୁକାବିଲା: 1 କୋଟି ଦେଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ

author img

By

Published : Mar 28, 2020, 9:20 PM IST

କେନ୍ଦ୍ର ଯୁବ ବ୍ୟାପାର ତଥା କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଶନିବାର ନିଜ ସାଂସଦ ପାଣ୍ଠିରୁ କେନ୍ଦ୍ର ସରକାରଙ୍କ ରିଲିଫ୍‌ ପାଣ୍ଠିକୁ 1 କୋଟି ଟଙ୍କା ଦାନ କରିଛନ୍ତି ।

covid-19-kiren-rijiju-donates-rs-1-crore-from-mplads-fund
କୋରୋନା ମୁକାବିଲା: 1 କୋଟି ଦେଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ

ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ହେତୁ ପରିସ୍ଥିତି ଧିରେ ଧିରେ ଜଟିଳ ହେବାରେ ଲାଗିଛି । ତେଣୁ କୋରୋନା ଭାଇରସର ମୁକାବିଲା ପାଇଁ ନେତାଙ୍କଠାରୁ ଅଭିନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ସରକାରଙ୍କ ରିଲିଫ ଫଣ୍ଡକୁ ସହାୟତା କରୁଛନ୍ତି । ଇତିମଧ୍ୟରେ କେନ୍ଦ୍ର ଯୁବ ବ୍ୟାପାର ତଥା କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଶନିବାର ନିଜ ସାଂସଦ ପାଣ୍ଠିରୁ କେନ୍ଦ୍ର ସରକାରଙ୍କ ରିଲିଫ୍‌ ପାଣ୍ଠିକୁ 1 କୋଟି ଟଙ୍କା ଦାନ କରିଛନ୍ତି ।

ନିଜ ଅଫିସିଆଲ୍ସ ଟ୍ବିଟର ଆକାଉଣ୍ଟରେ ରିଜିଜୁ ଲେଖିଛନ୍ତି, ‘ ମୁଁ ବର୍ତ୍ତମାନ ଏହି ରାଶି ଜମା କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସମସ୍ତ ବିଜେପି ସାଂସଦଙ୍କୁ କୋରୋନା ଭାଇରସ୍ ବିରୋଧରେ ଲଢେଇ ପାଇଁ ମୁଁ ସାଂସଦ ପାଣ୍ଠିରୁ 1 କୋଟି ଟଙ୍କା ସାହାଯ୍ୟ କରୁଛି ।‘ ତେବେ ଏହି ମହାମାରୀର ମୁକାବିଲା ପାଇଁ ବିଭିନ୍ନ ବର୍ଗର ଲୋକମାନେ ଆଗକୁ ଆସି ସାହାଯ୍ୟର ହାତ ବଢାଇଛନ୍ତି ।

  • I'm depositing the amount now...
    माननीय प्रधानमंत्री श्री @narendramodi जी ने यह आव्हान किया है कि इस महामारी को देखते हुए भाजपा के सभी सांसद अपनी सांसद निधि से ₹1,00,00,000 (एक करोड़) की निधि प्रधानमंत्री राष्ट्रीय राहत कोष में देंगे। https://t.co/F4kUg7ihxY

    — Kiren Rijiju (@KirenRijiju) March 28, 2020 " class="align-text-top noRightClick twitterSection" data=" ">

ସୂଚନାଥାଉ କି, କୋରୋନା ଭାଇରସ୍ ମହାମାରୀର ମୁକାବିଲା ପାଇଁ ଗତ ମଙ୍ଗଳବାରଠୁ ସାରା ଦେଶରେ 21 ଦିନିଆ ତାଲା ବନ୍ଦ ଘୋଷଣା ହୋଇଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଯଦି ଆମେ ଆସନ୍ତା 21 ଦିନ ପାଇଁ ସମ୍ପୂର୍ଣ୍ଣ ତାଲା ନ ପକାଇବା, ତେବେ ଦେଶ 21 ବର୍ଷ ପଛକୁ ଫେରିଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.